ପ୍ୟାରିସ୍‌ର ବସ୍‌ ଚାଳକଙ୍କୁ ନେଇ ଚର୍ଚ୍ଚା : ହ୍ଵିଲ୍‌ଚେୟାରରେ ଥିବା ଯୁବକଙ୍କୁ ବସ୍‌ ଭିତରକୁ ଯିବା ପାଇଁ ଜାଗା ନ ଦେବାରୁ ସବୁ ଯାତ୍ରୀଙ୍କୁ ବସ୍‌ରୁ ଓହ୍ଲାଇ ଦେଲେ

ନୂଆଦିଲ୍ଲୀ : ବିଭିନ୍ନ ସମୟରେ ଆମେ ଏମିତି ଅନେକ ଲୋକଙ୍କୁ ଭେଟିଥାଉ ଯେଉଁମାନେ ଦୁର୍ଘଟଣାର ଶିକାର ହୋଇ ନିଜର ଶରୀରର ଅଙ୍ଗ ହରାଇଥାନ୍ତି । ଯଦି ସେଭଳି ଲୋକଙ୍କୁ ଆପଣ ବସ୍‌ରେ ଚଢ଼ୁଥିବାର ଦେଖିବେ,  ତେବେ ନିଶ୍ଚୟ ତାଙ୍କୁ ଉପରକୁ ଯିବା ପାଇଁ ଜାଗା ଦେବା ସହ ତାଙ୍କୁ ଉପରକୁ ଆସିବା ପାଇଁ ସାହାଯ୍ୟ କରିବେ। କିନ୍ତୁ ପ୍ୟାରିସ୍‌ରେ ଏହାର ଠିକ୍‌ ଓଲଟା ଘଟିଛି ।

ସୂଚନା ମୁତାବକ, ଫ୍ରେଙ୍କୋଇସ୍‌ ଲେ ବେରେ ଚାଲିବାରେ ଅସମର୍ଥ ଥିବାରୁ ହ୍ଵିଲ୍‌ଚେୟାର ସାହାଯ୍ୟରେ ବିଭିନ୍ନ ସ୍ଥାନକୁ ଯିବା ଆସିବା କରିଥାନ୍ତି । କିନ୍ତୁ ଥରେ ସେ ବସ୍‌ରେ ଚଢ଼ିବା ପାଇଁ ଚେଷ୍ଟା କରୁଥିବା ବେଳେ ଭିତରେ ବସି ଥିବା ଲୋକମାନେ ତାଙ୍କୁ ଉପରକୁ ଯିବା ପାଇଁ ଜାଗା ଦେଇ ନଥିଲେ । ଯାହା ଫଳରେ କିଛି ସମୟ ପର୍ଯ୍ୟନ୍ତ ସେ ବସ୍‌ ଭିତରକୁ ଯିବା ପାଇଁ ସଂଘର୍ଷ କରିଥିଲେ । ଏହା ଦେଖି ବସ୍‌ର ଚାଳକ ତଳକୁ ଓହ୍ଲାଇବା ସହ ସମସ୍ତ ଯାତ୍ରୀଙ୍କୁ ତଳକୁ ଆସିବା ପାଇଁ କହିଥିଲେ ।

Unilad

ସବୁ ଯାତ୍ରୀ ତଳକୁ ଓହ୍ଲାଇବା ପରେ ଚାଳକଜଣଙ୍କ ଫ୍ରେଙ୍କୋଇସ୍‌ ବସ୍‌ ଭିତରକୁ ନେବା ସହ ଓହ୍ଲାଇଥିବା ସମସ୍ତ ଯାତ୍ରୀଙ୍କୁ ପଛରେ ଆସୁଥିବା ବସ୍‌ରେ ଆସିବା ପାଇଁ କହି ସେଠାରୁ ଚାଲି ଯାଇଥିଲେ । ଚାଳକଙ୍କ ଏଭଳି କାମର ପ୍ରଶଂସା କରି ଫ୍ରେଙ୍କୋଇସ୍‌ ଏକ ଟ୍ଵିଟ୍‌ କରିବା ପରେ ଏହି ଖବର ପ୍ରସାର ହୋଇଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର