କରୋନାଭାଇରସ୍‌ ଭୟରେ ବିମାନ ଭିତରେ ପ୍ଲାଷ୍ଟିକ୍‌ ଢ଼ାଙ୍କି ଆସିଲେ ଦୁଇଯାତ୍ରୀ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଦୁଇଜଣ ଯାତ୍ରୀ ବିମାନ ଭିତରେ କରୋନାଭାଇରସ୍‌ରେ ସଂକ୍ରମିତ ନହେବା ପାଇଁ ନିଜକୁ ପ୍ଲାଷ୍ଟିକ୍‌ରେ ଢ଼ାଙ୍କି ବସିଥିବା ଦେଖିବାକୁ ମିଳିଛି।

ଡିସେମ୍ବର ମାସରେ ଚୀନର ମାରାତ୍ମକ କରୋନାଭାଇସ୍‌ ବ୍ୟାପିବା ଘଟଣା ସାମ୍ନାକୁ ଆସିଥିଲା। ଏଯାବତ୍‌ ଏହି ଭାଇରସ୍‌ରେ ୨,୩୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଅଷ୍ଟ୍ରେଲିଆର ଏକ ବିମାନରେ ଦୁଇଜଣ ଯାତ୍ରୀ କରୋନାଭାଇରସ୍‌ ଭୟରେ ମୁହଁ ଓ ଶରୀରକୁ ସମ୍ପୂର୍ଣ୍ଣ ଭାବେ ପ୍ଲାଷ୍ଟିକ୍‌ରେ ଢ଼ାଙ୍କି ଦେଇଥିବା ଦେଖିବାକୁ ମିଳୁଛି। ଏଥିସହିତ ଦୁହେଁ ହାତରେ ଗ୍ଲୋବ୍ସ ବି ପିନ୍ଧିଥିବା ଦେଖିବାକୁ ମିଳୁଛି। ବିମାନ ଭିତରର ଏଭଳି ଦୃଶ୍ୟକୁ ଅଲିସା ନାମକ ଜଣେ ଟୁଇଟର ବ୍ୟବହାରକାରୀ ସୋସିଆଲ ମିଡିଆରେ ସେୟାର କରିଛନ୍ତି।

 

କରୋନାଭାଇରସ୍‌କୁ ଭୟ କରି ଯାତ୍ରୀ ନେଇଥିବା ଏଭଳି ପଦକ୍ଷେପର ଫଟୋ ଓ ଭିଡିଓକୁ ଦେଖିବା ପରେ ସୋସିଆଲ ମିଡିଆ ବ୍ୟବହାରକାରୀ ଏହାକୁ ନେଇ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଇଛନ୍ତି। ଅଲିସା ଏହି ଭିଡିଓ ସେୟାର କରି ଲେଖିଛନ୍ତି, ‘ବିମାନରେ ମୋ ପଛରେ ବସିଥିବା ଏହି ଦୁଇଜଣ ଯାତ୍ରୀ, ଯେତେବେଳେ ଆପଣ କରୋନାଭାଇରସ୍‌କୁ ନେଇ ଭୟଭୀତ ହୋଇ ପଡ଼ିଥିଲେ।’

ଭିଡିଓରେ ମହିଳା ଯାତ୍ରୀ ଗୋଲାପୀ ରଙ୍ଗର ପ୍ଲାଷ୍ଟିକ୍‌ ପୋଷାକ ସହିତ ରଙ୍ଗବିରଙ୍ଗର ମାସ୍କ ପିନ୍ଧିଥିବା ଦେଖିବାକୁ ମିଳିଛି। ସେହିପରି ତାଙ୍କର ସାଥୀ ଟ୍ରାନ୍ସପରେଣ୍ଟ ପ୍ଲାଷ୍ଟିକ୍‌ ଆଉଟଫିଟ୍‌ରେ ନଜର ଆସୁଛନ୍ତି। ଦୁହିଁଙ୍କୁ ବିମାନରେ ଏଭଳି ଅବସ୍ଥାରେ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀ ବିଭିନ୍ନ ପ୍ରକାର ମଜାଳିଆ କମେଣ୍ଟ ଦେବାରେ ଲାଗିଛନ୍ତି।

ସମ୍ବନ୍ଧିତ ଖବର