ଇଞ୍ଜିନିୟରିଂ ଡିଗ୍ରି ସାରି ପକୋଡ଼ା ବ୍ୟବସାୟ କରି ଉଦାହରଣ ସାଜିଲେ ସାଗର

ନୂଆଦିଲ୍ଲୀ: ନିର୍ବାଚନ ସରିଯାଇଛି। ହେଲେ ପକୋଡ଼ା ବେପାର କରି ଅର୍ଥ ଉପାର୍ଜନ କରିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରାମର୍ଶ ଆଜି ବି ବଞ୍ଚିରହିଛି। ଉତ୍ତରାଖଣ୍ଡର ଯୁବ ଇଞ୍ଜିନିୟରିଂ ଗ୍ରାଜୁଏଟ୍‌ ସାଗର ଶାହା ନିଜର ପାଠ ପଢ଼ା ସାରିବା ପରେ ଚାକିରି ପଛରେ ନ ଗୋଡ଼ାଇ ପିପାଲକୋଟିର ବଦ୍ରିନାଥ ରାଜପଥରେ ପକୋଡ଼ା ଦୋକାନ କରି ଉଦାହରଣ ସାଜିଛନ୍ତି।

ଶାହାଙ୍କ ପକୋଡ଼ା ଦୋକାନ ତାର୍ଥଯାତ୍ରୀ ଓ ସ୍ଥାନୀୟ ଲୋକଙ୍କର ପ୍ରିୟ ହେବାରେ ଲାଗିଛି। ସେ ପ୍ରମାଣ କରି ଦେଇଛନ୍ତି ଯେ ଶିକ୍ଷିତ ଲୋକମାନେ ଟଙ୍କା ରୋଜଗାର କରିବା ପାଇଁ ଚାକିରି ଏକମାତ୍ର ଜରିଆ ନୁହେଁ। ଅନ୍ୟ ସମସ୍ତ ଦୋକାନ ଅପେକ୍ଷା ଶାହାଙ୍କ ଦୋକାନ ପକୋଡ଼ାର ସ୍ୱାଦ ନିଆରା ହୋଇଥିବାରୁ ତାଙ୍କ ଦୋକାନରେ ବେଶି ଲୋକ ଭିଡ଼ ଦେଖିବାକୁ ମିଳିଛି।

ଏକ ସ୍ଥାନୀୟ ସ୍କୁଲ୍‌ରେ ସ୍କୁଲ୍‌ ପାଠ ସାରିବା ପରେ ସାଗର ଚାମୋଲିର ଏକ ଇଞ୍ଜିନିୟରିଂ କଲେଜରେ ଡିଗ୍ରି କରିଛନ୍ତି। ସେ ପଲିଟେକନିକ ଡିପ୍ଲୋମା ମଧ୍ୟ କରିଛନ୍ତି।

ଏହି ଯୁବକ ଜଣକ କେବଳ ପକୋଡ଼ା ନୁହେଁ ଚା’ ମଧ୍ୟ ବନାନ୍ତି। ସେ ତାଙ୍କ ଦୋକାନର ବାସନକୁସନ ବି ମଜାମଜି କରନ୍ତି। ଏତେ ପାଠ ପଢ଼ି ମଧ୍ୟ ପକୋଡ଼ ବ୍ୟବସାୟ କରିବାକୁ ଟିକେ ବି ଲଜ୍ଜାବୋଧ କରନ୍ତିନି ସାଗର। ତାଙ୍କର ଏପର ଅଭିନବ ପ୍ରୟାସ ଏବେ ଚର୍ଚ୍ଚା ପାଲଟିଛି।

ସମ୍ବନ୍ଧିତ ଖବର