ଜାଣନ୍ତି କି , ସବୁଠାରୁ ବେଶୀ ପର୍ଯ୍ୟଟକ ଏଠାକୁ ଆସନ୍ତି !

ବିଶ୍ୱରେ ଏଭଳି ଅନେକ ସ୍ଥାନ ଅଛି ଯେଉଁଠାକୁ ପ୍ରତି ବର୍ଷ ବହୁ ସଂଖ୍ୟକ ପର୍ଯ୍ୟଟକ ଆସିଥାନ୍ତି। ଏକ ମନୋରମ ଦେଶ ହେଲା ଥାଇଲାଣ୍ଡ । ଏହାର ରାଜଧାନୀ ବ୍ୟାଙ୍କକ୍‌ ଭାରତୀୟ ପର୍ଯ୍ୟଟକମାନଙ୍କ ପାଇଁ ଆକର୍ଷଣର କେନ୍ଦ୍ର ବିନ୍ଦୁ ୧ ଏଠାକୁ ପ୍ରତି ବର୍ଷ ଲକ୍ଷ ଲକ୍ଷ ପର୍ଯ୍ୟଟକ ଭ୍ରମଣ ଉଦ୍ଦେଶ୍ୟରେ ଆସି ଥାଆନ୍ତି। ଥାଇଲାଣ୍ଡ ଭ୍ରମଣ ମାନେ ଅଧିକାଂଶ ପର୍ଯ୍ୟଟକ ବୁଝନ୍ତି ବ୍ୟାଙ୍କକ୍‌ ପର୍ଯ୍ୟଟନ। କିନ୍ତୁ ମନେ ରଖିବା ଉଚିତ ବ୍ୟାଙ୍କକ ଏହାର ରାଜଧାନୀ ହୋଇଥିଲେ ମଧ୍ୟ ଏହି ଦେଶରେ ଆହୁରି ଅନେକ ଦର୍ଶନୀୟ ସ୍ଥାନ ରହିଛି ।

photo-picpinimg.com

ହେଲେ ଆପଣ ଜାଣନ୍ତି କି ଥାଇଲାଣ୍ଡର ଅନ୍ୟତମ ପ୍ରସିଦ୍ଧ ସହର ପଟ୍ଟାୟାକୁ ସବୁଠାରୁ ବେଶୀ ଲୋକ ବୁଲିବାକୁ ଆସିଥାନ୍ତି। କାରଣ ଏହାର ସମୁଦ୍ରତଟ ଅତ୍ୟନ୍ତ ମନୋରମ । ଏଠାରେ ରାତି ମଧ୍ୟ ବେଶ୍‌ ମନଲୋଭା । କେବଳ ପଟ୍ଟାୟା ର ପର୍ଯ୍ୟଟନ କରିବା ଲୋଭରେ ସାରା ବିଶ୍ୱରୁ ପ୍ରତି ବର୍ଷ ପ୍ରାୟ ୫ ମିଲିଅନ୍‌ ପର୍ଯ୍ୟଟକ ଥାଇଲାଣ୍ଡରେ ପହଞ୍ଚି ଥାଆନ୍ତି ବୋଲି କୁହାଯାଇଛି ।

 

ଠିକ୍‌ ସେହିପରି ଟଂ ଟ୍ରି ଟପ୍‌ ଆଡ୍‌ଭେଞ୍ଚର ପାର୍କ ବି ଥାଇଲାଣ୍ଡର ଏକ ଲୋକପ୍ରିୟ ସ୍ଥାନ। ଯଦି ଆପଣ ରୋମାଞ୍ଚରେ ବିଶ୍ୱାସ କରୁଥାଆନ୍ତି, ତେବେ ଏହି ସ୍ଥାନ ଆପଣଙ୍କୁ ନିଶ୍ଚିତ ରୂପେ ଭଲ ଲାଗିବ । ଘଞ୍ଚ ଜଙ୍ଗଲରେ ଅବସ୍ଥିତ ଏହି ପାର୍କରେ କିଛି ସମୟ ବୁଲିଲେ ଆପଣ ନିଜକୁ ଟାର୍ଜନ ବୋଲି ମନେ କରିବେ । ଏଠାରେ ଗଛମାନଙ୍କରେ ବାଇସାଇକେଲିଂର ସୁବିଧା ରହିଛି । ଯାହା ଏସିଆ ମହାଦେଶର ଅନ୍ୟତ୍ର କେଉଁଠି ବି ଦେଖିବାକୁ ମିଳେ ନାହିଁ । ଏତଦ୍‌ବ୍ୟତୀତ ଲମ୍ବା ଜିପ୍‌ ଲାଇନ୍‌, ରୋପ୍‌-ଟ୍ରିଜ୍‌ , ଟାର୍ଜନ୍‌ ସ୍ୱିଙ୍ଗ୍‌, ଫ୍ଲାଇଙ୍ଗି ସ୍କେଟ୍‌ ବୋର୍ଡ ଇତ୍ୟାଦି ମଧ୍ୟ ରହିଛି ।

ସମ୍ବନ୍ଧିତ ଖବର