‘ଫେସ୍‌ଆପ୍‌ ଏଜିଂ ଫିଲ୍ଟର୍‌’ କ’ଣ? କାହିଁକି ସୋସିଆଲ୍‌ ମିଡିଆରେ ଦିଶୁଛି ଅନେକ ବାପପୁଅଙ୍କ ଯୋଡ଼ି ଫଟୋ?

ଗତ କିଛି ଦିନ ହେବ ସୋସିଆଲ୍‌ ମିଡିଆରେ ଟ୍ରେଣ୍ଡ୍‌ରେ ରହିଛି ‘ଫେସ୍‌ଆପ୍‌ ଏଜିଂ ଫିଲ୍ଟର୍‌’। ଯଦିଓ ଏହି ଆପ୍‌ଟି ଅନେକ ବର୍ଷ ତଳୁ ବାହାରି ସାରିଛି ମାତ୍ର ଗତ ୨ ବର୍ଷ ଭିତରେ ବେଶି ବିଶ୍ୱାସ କଲା ପରି ଫଳାଫଳ ଦେଉଥିବା ହେତୁ ଅନେକ ବ୍ୟବହାରକାରୀ ଏହି ଆପ୍‌ ବ୍ୟବହାର କରି ନିଜ ବାପାଙ୍କ ସହ ନିଜ ଚେହେରାର ସାମଞ୍ଜସ୍ୟକୁ ପରଖିବାରେ ଲାଗୁଛନ୍ତି।

 

ଏହି ଆପ୍‌ରେ ଆପଣଙ୍କର ଏକ ଫଟୋ ଦେଲେ ସେ ତାହାକୁ କିଛି ବର୍ଷ ପରେ ଆପଣ କିପରି ଦିଶୁଥିବେ ଏକ ନକଲ କପି କରି ଦେଖାଇବ। ଏହି ଆପ୍‌ରେ ନିଜ ଫଟୋ ଫିଲ୍ଟର କରି ଅନେକ ବ୍ୟବହାରକାରୀ ନିଜ ନିଜର ବାପାଙ୍କ ସହ ନିଜ ଚେହେରାର ଥିବା ସାମଞ୍ଜସ୍ୟକୁ ତୁଳନା କରୁଛନ୍ତି। ସବୁଠାରୁ ମଜାଦାର୍‌ କଥା ହେଲା ଏହା ପ୍ରାୟ ସଠିକ ଫଳ ପ୍ରଦାନ କରୁଛି।

ସମ୍ବନ୍ଧିତ ଖବର