ଅଧିକ ରୋଜଗାର କରୁଥିବା ବ୍ୟକ୍ତିଙ୍କୁ ମଧ୍ୟ ମିଳିବ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର !

ଗରିବ ଲୋକଙ୍କ ପାଇଁ କେନ୍ଦ୍ର ସରକାର ପ୍ରଣୟନ କରିଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଲାଭ ଏବେ ଧନୀଲୋକମାନେ ମଧ୍ୟ ଉଠାଇ ପାରିବେ। ଏହି ଯୋଜନାରେ ଅଧିକ ରୋଜଗାର କରୁଥିବା ଲୋକଙ୍କ ପାଇଁ ମଧ୍ୟ ଆବାସର ବ୍ୟବସ୍ଥା କରାଯାଇଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନୁସାରେ ବାର୍ଷିକ ୧୮ ଲକ୍ଷ ଟଙ୍କା ରୋଜଗାର କରୁଥିବା ବ୍ୟକ୍ତି ମଧ୍ୟ ନେଇପାରିବେ ଘର। ଏଥିପାଇଁ ସେମାନଙ୍କୁ ବ୍ୟାଙ୍କରୁ ଋଣ ନେଲେ ସୁଧରେ ରିହାତି ମିଳିବ। ଏହାର ଲାଭ ଉଠାଇବା ପାଇଁ ଲୋକଙ୍କୁ ପିଏମ ଆବାସ ଯୋଜନାରେ ଆବେଦନ କରିବାକୁ ପଡିବ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନା କେବଳ ଗରିବଙ୍କ ପାଇଁ ନୁହେଁ ଅଧିକ ରୋଜଗାର କରୁଥିବା ଲୋକମାନେ ଏହି ଯୋଜନାରେ ଏବେ ଲାଭ ପାରିବେ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୋଟିଏ ଭାଗରେ ଗରିବଙ୍କୁ ଦୁଇ ଲକ୍ଷ ଟଙ୍କାରେ ଘର ଦିଆଯିବ। ଦ୍ୱିତୀୟ ଭାଗରେ ସେମାନଙ୍କୁ ମାଟି ଘରକୁ ପକ୍କା ଘର କରିବା ପାଇଁ ୨ ଲକ୍ଷ ୫୦ ହଜାର ଟଙ୍କା ମିଳିବ। ଅନ୍ୟପଟେ ଯାହା ପାଖରେ କେବଳ ଜମି ଅଛି, ସେମାନଙ୍କୁ ବି ଘର ତିଆରି କରିବା ପାଇଁ ପିଏମ ଆବାସ ଯୋଜନା ଅନୁସାରେ ୨ ଲକ୍ଷ ୫୦ ହଜାର ଟଙ୍କା ଦିଆଯିବ।

ଲୋକଙ୍କ ମନରେ ଭ୍ରାନ୍ତ ଧାରଣା ରହିଛି, ପିଏମ ଆବାସ ଯୋଜନା କେବଳ ଗରିବଙ୍କ ପାଇଁ। ସେଥିପାଇଁ ଅଧିକ ଆୟ କରୁଥିବା ବ୍ୟକ୍ତି ବର୍ଗରେ କମ ଆବେଦନ ଆସିଛି। ଅଧିକ ଆୟ କରୁଥିବା ବ୍ୟକ୍ତି ବର୍ଗଙ୍କୁ ମଧ୍ୟ ୨ଲକ୍ଷ ୫୦ହଜାର ପର୍ଯ୍ୟନ୍ତ ଫାଇଦା ମିଳିବ। ଯଦି କୌଣସି ବ୍ୟକ୍ତି ୯ଲକ୍ଷ ଟଙ୍କାର ଘର ପାଇଁ ଋଣ ନେଉଛି, ତେବେ ତାଙ୍କୁ ଯୋଜନା ଅଧିନରେ ୪ ପ୍ରତିଶତ ପର୍ଯ୍ୟନ୍ତ ରିହାତି ମିଳିବ। ଯଦି ତାଙ୍କୁ ୯ ପ୍ରତିଶତ ସୁଧ ଦେବାକୁ ପଡେ, ତେବେ ସେଥିରେ ୪ ପ୍ରତିଶତ ରିହାତି ମିଳିବ। ୨୦୨୨ ସୁଦ୍ଧା ସମସ୍ତ ହିତାଧିକାରୀଙ୍କୁ ଘର ମିଳିଯିବ।

ସମ୍ବନ୍ଧିତ ଖବର