ଏବେ ମଧ୍ୟ ଆମ ଭିତରେ କିଛି ଲୋକ ରକ୍ତ ପିଉଛନ୍ତି, କିନ୍ତୁ କାହିଁକି

0 430

କଥା ଉପକଥାରେ ଥିବା କାଳ୍ପନିକ ଚରିତ୍ର ରକ୍ତପିପାସୁ ପିଶାଚ ଓ ବେତାଳଙ୍କ ଯୁଗ ଆଉ ନାହିଁ। କିନ୍ତୁ ଏବେ ମଧ୍ୟ ଅନେକ ଲୋକ ରକ୍ତ ପାନ କରୁଛନ୍ତି। ସେ ମଣିଷ ରକ୍ତ ହେଉ କି, ପଶୁ ରକ୍ତ। ଡାକ୍ତରୀ ଭାଷାରେ ଏ ଭଳି ରକ୍ତପାନ ଇଚ୍ଛାକୁ ‘ହେମାଟୋମାନିଆ’ କୁହାଯାଏ।

ଏବେ ଦୁଇ କିସମର ରକ୍ତଭୋଜୀ ଲୋକେ ଅଛନ୍ତି। ସେମାନଙ୍କ ମଧ୍ୟରେ ‘ସାଙ୍ଗୁଇନାରିୟାନ୍ସ୍‌’ ବା ‘ପ୍ରକୃତ ବେତାଳ’ମାନେ ଜୀବନ ଜିଇଁବାର ଶକ୍ତି ପାଇଁ ରକ୍ତ ଆବଶ୍ୟକ କରନ୍ତି। ଅନ୍ୟ କିସର ରକ୍ତଭୋଜୀମାନେ ସୌଖୀନ ଶ୍ରେଣୀୟ। ସେମାନଙ୍କର ଜୀବନ ବଞ୍ଚାଇବା ପାଇଁ ରକ୍ତ ଆବଶ୍ୟକ ନ ଥିଲେ ମଧ୍ୟ ଏହାକୁ ଆଭିଜାତ୍ୟ ମନେ କରନ୍ତି।

୨୦୧୩ରେ ଏ ଭଳି ଏକ ମାମଲା ଲୋକଲୋଚନକୁ ଆସିଥିଲା। ସେ ବ୍ୟକ୍ତି ଜଣକ କହିଥିଲେ କି, ତା’ର ରକ୍ତପାନ ଇଚ୍ଛା ନିଶ୍ୱାସ ପ୍ରଶ୍ୱାସ ନେବା ଭଳି ଜରୁରି। ସେ କ୍ଷୁରପାତ ସାହାଯ୍ୟରେ ନିଜର ଛାତି, ବାହୁ ଓ ପେଟ ଚିରି ରକ୍ତ ସଂଗ୍ରହ କରିବା ସହ ତାହାକୁ ପିଉଥିଲେ।

‘ମାଇଁ ଷ୍ଟ୍ରେଞ୍ଜ୍‌ ଆଡିକ୍‌ସନ୍‌’ ସୋ’ରେ ପ୍ରଦର୍ଶୀତ ହୋଇ ଥିବା ଏ ଭଳି ଅନେକ ମାମଲା ମଧ୍ୟରୁ ଗୋଟିକରେ ମିସେଲି ନାମ୍ନୀ ଜଣେ ମହିଳା ସ୍ୱୀକାର କରିଥିଲେ ଯେ ସେ କୁଆଡ଼େ ଦୈନିକ ଗୋଟିଏ ଲିଟର୍‌ ଘୁଷୁରି ରକ୍ତ ନ ପିଇଲେ ତାଙ୍କ ମିଜାଜ୍‌ ଠିକ୍‌ ରହେ ନାହିଁ।

Panda Mobile only

ମସ୍ତିଷ୍କରେ କୌଣସି ତ୍ରୁଟିବିଚ୍ୟୁତି ଥିବାରୁ ମଣିଷର ରକ୍ତପାନ କରିବାକୁ ଇଚ୍ଛା ହେଉଥିବ ବିଚାର କରାଯାଇ ଅନେକ ଗବେଷଣା କରାଯାଇଛି। କିନ୍ତୁ, ସେ ଭଳି କୌଣସି ଡାକ୍ତରୀ ପ୍ରମାଣ ଏ ପର୍ଯ୍ୟନ୍ତ ମିଳିନାହିଁ। ତେଣୁ ଏହାର ବାସ୍ତବ କାରଣ ଜଣାପଡ଼ି ନାହିଁ। କିନ୍ତୁ କେତେକ ରକ୍ତପାନକାରୀ କହନ୍ତି ଯେ ଏହା ମାନସିକତା। ଅର୍ଥାତ୍‌ ଶରୀର ଅପେକ୍ଷା ମନ ପାଇଁ ରକ୍ତ ଆବଶ୍ୟକ ହେଉଛି।

ଡାକ୍ତରୀ ବିଦ୍ୟା ଅନୁସାରେ ନିର୍ଦ୍ଦିଷ୍ଟ ପରିମାଣର ରକ୍ତ ପିଇବା ଶରୀର ପକ୍ଷେ ଗ୍ରହଣୀୟ। କିନ୍ତୁ, ସେ ରକ୍ତ ରୋଗଜୀବାଣୁ ମୁକ୍ତ ହୋଇଥିବା ଉଚିତ। ଅଳ୍ପ କେତେ ଚା ଚାମଚ ଠୁ ଅଧିକ ରକ୍ତ ପିଇଲେ ତାହା ବିପଦର କାରଣ ହୋଇ ପାରେ। ଏହି ଅଡୁଆ ଦୁଇଟି କାରଣରୁ ହୋଇଥାଏ। ପ୍ରଥମ କାରଣ- ରକ୍ତ ଶୋଷଣ କରିବାର ପ୍ରକ୍ରିୟା ଆମ ଦେହରେ ନାହିଁ। ଦ୍ୱିତୀୟ- ଆମେ ପାନ କରୁଥିବା ରକ୍ତର ଶରୀର ମାତ୍ରାଧିକ ଲୌହ ଅଂଶ ଶୋଷଣ କରି ନେଇ ପାରେ। ଫଳରେ ଆମେ ହେମାଟୋକ୍ରୋମାଟୋସିସ୍‌ ବେମାରିରେ ଆକ୍ରାନ୍ତ ହେବା। ଫଳତଃ ମଧୁମେହ, ଯକୃତ୍‌ ରୋଗ, ହୃଦ୍‌ରୋଗ ଓ ଆଗ୍ନେଶୟ ପ୍ରଭୃତି ସମସ୍ୟା ଦେଖାଦେବ।

ପଶୁ ରକ୍ତରେ କମ୍‌ ବିପଦ ଥିଲେ ମଧ୍ୟ ଏଥିରେ ଅଣୁଜୀବ ବଢ଼ିଯାଆନ୍ତି। ତେଣୁ ଅଧିକମାତ୍ରରେ ପଶୁରକ୍ତ ପିଇଲେ ସଂକ୍ରମଣ ଏବଂ ଅସୁସ୍ଥତା ଆଦି ସମସ୍ୟା ଦେଖାଦିଏ।

ଆଇନ୍‌ ଅନୁଯାୟୀ ରକ୍ତପାନ ବେନିୟମ ଓ ଦଣ୍ଡନୀୟ। ବିଭିନ୍ନ ଦେଶରେ ଏଥି ପାଇଁ ଭିନ୍ନ ଭିନ୍ନ ନିୟମ ପ୍ରଚଳିତ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.