ଫୋନ୍‌ରେ ଡାଏଲ୍‌ କରନ୍ତୁ ଏହି ସିକ୍ରେଟ୍‌ କୋଡ୍‌ ଓ ୫ ସେକେଣ୍ଡରେ ବଢ଼ାନ୍ତୁ ନିଜ ଫୋନ୍‌ ବ୍ୟାଟେରି ଲାଇଫ୍‌

ଏବେ ପର୍ଯ୍ୟନ୍ତ ଆପଣ ଫୋନ୍‌ ସମ୍ବନ୍ଧିତ ଅନେକ USSD କୋଡ୍‌ ବିଷୟରେ ଶୁଣିଥିବେ। କିନ୍ତୁ ବ୍ୟାଟେରି ଲାଇଫ୍‌ ବଢ଼ିବାର କୋଡ୍‌ ବିଷୟରେ କେବେ ବି ଜାଣି ନ ଥିବେ!

ଏହି କୋଡ୍‌ ବ୍ୟବହାରରେ ଫୋନ୍‌ର ବ୍ୟାଟେରି ଲାଇଫ୍‌ ବଢ଼ାଯାଇପାରିବା ସହ ବ୍ୟାଟେରି ସହ ଜଡ଼ିତ ସମସ୍ୟାକୁ ମଧ୍ୟ ସମାଧାନ କରିହେବ। କିନ୍ତୁ ଏହି କୋଡ୍‌ କେବଳ ସାମ୍‌ସଙ୍ଗ୍‌ ସ୍ମାର୍ଟ୍‌ଫୋନ୍‌ରେ ହିଁ କାମ କରିବ।

ଏହି କୋଡ୍‌ କ’ଣ?
ଏହା ଏକ USSD କୋଡ୍‌ – *#0228# ଅଟେ। ଏହାକୁ ଡାଏଲିଂ କରିଲା ପରେ ଏକ ଓ୍ଵିଣ୍ଡୋ ଖୋଲିବ, ସେଥିରେ କିଛି ସେଟିଙ୍ଗ୍‌କୁ ଅପରେଟ୍‌ କରି ବ୍ୟାଟେରି ଲାଇଫ୍‌ ବଢ଼ାଇହେବ।

କେମିତି କାମ କରିଥାଏ?
ବିଶେଷଜ୍ଞଙ୍କ କହିବା ଅନୁସାରେ ଏହି କୋଡ୍‌ ବ୍ୟବହାର କରି ବ୍ୟାଟେରି ଲାଇଫ୍‌ ବଢ଼ାଯାଇଥାଏ। ଏହି କୋଡ୍‌ ଫୋନ୍‌ରେ ବ୍ୟବହାର ହେଉଥିବା ବ୍ୟାଟେରିର ସଫ୍‌ଟଓ୍ଵାର୍‌ ସହିତ ସମ୍ବନ୍ଧିତ। ଏହି କୋଡ୍‌ ମାଧ୍ୟମରେ ବ୍ୟାଟେରିକୁ ରିସେଟ୍‌ କରିହୋଇଥାଏ, ଏହି କାରଣରୁ ବ୍ୟାଟେରି ଚାର୍ଜ୍‌ ଓ ବ୍ୟାକ୍‌ଅପ୍‌ ଦେବାର ସମୟ ଆକ୍ୟୁରେଟ୍‌ ଦେଖାଦିଏ।

କ’ଣ ହୋଇଥାଏ?
ଯଦି ଆପଣଙ୍କ ଫୋନ୍‌ର ବ୍ୟାଟେରି ୬୦% ଅଛି ଓ ଆପଣ ଏହି କୋଡ୍‌ (*#0228#) ଡାଏଲ୍‌ କରନ୍ତି, ତା’ହେଲେ ଏକ ଓ୍ଵିଣ୍ଡୋ ଖୋଲିବ ଯେଉଁଥିରେ କିଛି ସେଟିଙ୍ଗ୍‌ କରିବା ପାଇଁ ପଡ଼ିବ। ସେଟିଙ୍ଗ୍‌ ପ୍ରୋସେସ୍‌ ପୂରା ହେଲାପରେ ସଫ୍‌ଟ୍‌ଓୟାର୍‌ ରିସେଟ୍‌ ହୋଇଯିବ ଓ ଆପଣଙ୍କ ବ୍ୟାଟେରିର ପର୍‌ସେଣ୍ଟ୍‌ ଠିକ୍‌ ଦେଖାଯିବ।

ଏହି କୋଡ୍‌ ଡାଏଲ୍‌ କରିଲା ପରେ ବ୍ୟାଟେରିର ସମ୍ପୂର୍ଣ୍ଣ ତଥ୍ୟ ବାହାରିଆସେ, ତଳପଟେ କ୍ୱିକ୍‌ ଷ୍ଟାର୍ଟ୍‌ ଲେଖା ହୋଇଥାଏ ସେଥିରେ କ୍ଲିକ୍‌ କରନ୍ତୁ। କ୍ଲିକ୍‌ କରିଲା ପରେ ଏକ ଓ୍ଵାର୍ନିଙ୍ଗ୍‌ ମେସେଜ୍‌ ଆସିବ, ଯେଉଁଥିରେ ଲେଖା ହୋଇଥିବ କି ‘କୋଡ୍‌ ଦ୍ୱାରା ବ୍ୟାଟେରି କ୍ଷମତା ବଢ଼ିଯାଏ, କିନ୍ତୁ ଏହାକୁ ଏମିତି କେବଳ ଟେଷ୍ଟ୍‍ କରିବା ପାଇଁ ବ୍ୟବହାର କରନ୍ତୁ ନାହିଁ।’

ମେସେଜ୍‌କୁ OK କରିଲା ପରେ ଫୋନ୍‌ ବନ୍ଦ ହୋଇଯିବ ଓ କିଛି ସେକେଣ୍ଡ୍‌ ପରେ ପୁଣି ଅନ୍‌ ହେବ। ଏମିତିରେ ଫୋନ୍‌ର ବ୍ୟାଟେରି ସଫ୍‌ଟ୍‌ଓୟାର୍‌କୁ ରିସେଟ୍‌ କଲାପରେ, ବ୍ୟାଟେରି ପର୍‌ସେଣ୍ଟ୍‌ ସଂପର୍କିତ ସୂଚନା ଠିକ୍‌ ହୋଇଯିବ।

ସମ୍ବନ୍ଧିତ ଖବର