ଫଟୋଟିରୁ ଗୋଟାଏ ତ୍ରିଭୂଜ ଚୟନ କରନ୍ତୁ ଆଉ ଜାଣନ୍ତୁ ନିଜ ସ୍ୱଭାବ, କେଉଁଟି ଆପଣଙ୍କୁ ଭଲ ଲାଗୁଛି ୧,୨, ୩, ୪ ନା ୫?

ଉପରୋକ୍ତ ତ୍ରିଭୂଜରୁ ଗୋଟାଏ ଚୟନ କରନ୍ତୁ। ଆପଣଙ୍କ ପସନ୍ଦରୁ ଜଣାପଡ଼ିବ ଆପଣଙ୍କ ସ୍ୱଭାବ। ନିମ୍ନରେ ୫ଟି ଯାକ ତ୍ରିଭୂଜକୁ ଲକ୍ଷ୍ୟ କରାଯାଇ ସ୍ୱଭାବ ନିରୂପଣ କରାଯାଇଛି। ଉପରେ ଥିବା ୫ଟି ମଧ୍ୟରୁ ଆପଣ ଗୋଟାଏ ଚୟନ କରନ୍ତୁ। ନିମ୍ନରେ ଆପଣଙ୍କ ବିଷୟରେ ଉଲ୍ଳେଖ କରାଯାଇଛି।

ପ୍ରଥମ ତ୍ରିଭୂଜ: ଆପଣ ଯଦି ପ୍ରଥମ ତ୍ରିଭୂଜ ଚୟନ କରିଛନ୍ତି ତେବେ ଆପଣ ସଫଳତା ହାସଲ କରିବା ପାଇଁ ଖୁବ୍‌ ବ୍ୟସ୍ତ। ଆପଣ ଜଣେ ତତ୍ପର ବ୍ୟକ୍ତି। ଖୁବ୍‌ ପ୍ରରିଶ୍ରମୀ। ଆପଣ ଜଣେ ମଜାକିଆ ସ୍ୱଭାବର ବ୍ୟକ୍ତି। ନିଜ ନିଷ୍ପତ୍ତି ନିଜେ ନେବାର କ୍ଷମତା ଆପଣଙ୍କ ନିକଟରେ ରହିଛି। ଆପଣ ଜଣେ ସ୍ୱାଧୀନଚେତା ଏବଂ ଆତ୍ମନିର୍ଭରଶୀଳ ବ୍ୟକ୍ତି। ନିଜର ଶତ୍ରୁ ଏବଂ ଖଳ ପ୍ରବୃତ୍ତିର ବନ୍ଧୁଙ୍କଠାରୁ ନିଜକୁ ଦୂରେଇ ରଖିବାର କ୍ଷମତା ଆପଣଙ୍କ ନିକଟରେ ରହିଛି।

ଦ୍ୱିତୀୟ ତ୍ରିଭୂଜ: ଯଦି ଆପଣ ଦ୍ୱିତୀୟ ତ୍ରିଭୂଜ ଚୟନ କରିଛନ୍ତି ତେବେ ଆପଣ ଖୁବ୍‌ ବିଶ୍ୱାସଯୋଗ୍ୟ। ଲୋକମାନେ ଆପଣଙ୍କଠାରୁ ଉପଦେଶ ନେଇଥାନ୍ତି। ଆପଣଙ୍କର ସାଧୁତା ଏବଂ ଆଗକୁ ଯିବାର ଗୁଣ ହେତୁ ଅନେକ ଆପଣଙ୍କଠାରୁ ପ୍ରୋତ୍ସାହିତ ହୁଅନ୍ତି। ଆପଣ ଲୋକମାନଙ୍କ ସହ ମିଶିବାକୁ ପସନ୍ଦ କରନ୍ତି। ସେହି ଅନୁଭୂତିକୁ ଅନ୍ୟ ସହ ବି ବାଣ୍ଟନ୍ତି।

ତୃତୀୟ ତ୍ରିଭୂଜ: ଯଦି ଆପଣ ତୃତୀୟ ତ୍ରିଭୂଜ ବାଛିଛନ୍ତି ତେବେ ଆପଣ ବର୍ଣ୍ଣବୈଷମ୍ୟବାଦୀ। ଆପଣ ହୃଦୟ ଅପେକ୍ଷା ମସ୍ତିଷ୍କର କଥା ବେଶି ଶୁଣନ୍ତି। ଆପଣ ଭାବପ୍ରବଣ ତ ନିଶ୍ଚୟ କିନ୍ତୁ ଅତ୍ୟନ୍ତ ବାସ୍ତବବାଦୀ ମଧ୍ୟ। ଆପଣଙ୍କ କାର୍ଯ୍ୟ ଏବଂ ସଂପର୍କୀୟଙ୍କ ଭଲପାଇବା ପାଇଁ ଆପଣ ପାଗଳପ୍ରାୟ।

ଚତୁର୍ଥ ତ୍ରିଭୂଜ: ଚତୁର୍ଥ ତ୍ରିଭୂଜ ଚୟନ କରିଛନ୍ତି କି? ଆପଣ ନିଜର ଲକ୍ଷ୍ୟକୁ ନେଇ ବେଶ୍‌ ସଚେତନ। ବେଳେ ବେଳେ ଖୁବ୍‌ ରାଗିଯାଆନ୍ତି। ସବୁ କଥାକୁ ଗଭୀର ଭାବରେ ନେବା ଆପଣଙ୍କର ଏକ ପ୍ରବୃତ୍ତି। ଆପଣ ଖୁବ୍‌ ଆତ୍ମବିଶ୍ୱାସୀ। ଜୀବନରେ ଚାହିଁଥିବା ସବୁ ଜିନିଷକୁ ହାସଲ କରିବାର ଇଚ୍ଛା ଆପଣଙ୍କ ନିକଟରେ ଥାଏ।

ପଞ୍ଚମ ତ୍ରିଭୂଜ: ପଞ୍ଚମ ତ୍ରିଭୂଜ ଚୟନ କରିଥାନ୍ତି ଯଦି ଆପଣ ଖୁବ୍‌ ପ୍ରକୃତି ପ୍ରେମୀ। ଆପଣଙ୍କୁ ଲୋକେ ଖୁସିରେ ସାମାଜିକ ପ୍ରଜାପତି ପରି ଭାବି ବସନ୍ତି। ଆପଣଙ୍କ ଭିତରର ଗୁଣ କାହାକୁ ବି ଆପଣଙ୍କ ନିକଟତର କରାଇପାରେ। ଆପଣ ଲୋକଙ୍କୁ ଭେଟିବାକୁ ଭଲପାଆନ୍ତି। ଆପଣ ଜଣେ ଭଲ ଶ୍ରୋତା। ଆପଣ ବନ୍ଧୁ ଏବଂ ପରିବାର ଲୋକଙ୍କ ସହ ରହିବାକୁ ଭଲ ପାଆନ୍ତି। ଆପଣ ସମସ୍ୟା ସମାଧାନ କରିବାରେ ଧୁରନ୍ଧର।

ସମ୍ବନ୍ଧିତ ଖବର