ମୁମ୍ବାଇ: ଯଦି ଆପଣ କାମ କରିବା ବେଳେ କିଛି କାମ କରୁଛନ୍ତି ଓ ସେହି ସମୟରେ ମୁହଁରେ ପିନ୍‌ ରଖୁଛନ୍ତି,ତେବେ ସତର୍କ ହୋଇଯାଆନ୍ତୁ। ଏଭଳି କରିବା ଗୋଆର ଜଣେ ଝିଅକୁ କେତେ ମହଙ୍ଗା ପଡିଲା,ତାହା ଜାଣିଲେ ଆପଣ ବିସ୍ମିତ ହେବେ।
ସେହି ଝିଅଟି ଭୁଲକ୍ରମେ ୩.୫ ସେଣ୍ଟିମିଟର ଲମ୍ବା ପିନ୍‌ ଗିଳି ଦେଲା ଓ ତାହା ଫୁସଫୁସରେ ଅଟକିଗଲା। ତା’ପରେ ତାକୁ ନିକଟସ୍ଥ ହସ୍ପିଟାଲକୁ ନିଆଗଲା। ସେଠାରେ ଡାକ୍ତରମାନେ ଏଣ୍ଡୋସ୍କୋପି ଦ୍ୱାରା ପିନ୍‌କୁ ବାହାର କରିବାର ପ୍ରୟାସ କରିଲେ,ମାତ୍ର ସେଥିରେ ସଫଳ ହେଲେ ନାହିଁ। ଏହାପରେ ଝିଅଟିକୁ ମୁମ୍ବାଇ ଅଣାଗଲା। ଏଠାରେ ଡାକ୍ତରମାନେ ଆଡଭାନ୍‌ସ ଦୂରବୀକ୍ଷଣ ଉପାୟରେ ପିନ୍‌କୁ ଫୁସଫୁସରୁ ବାହାର କରିବାରେ ସକ୍ଷମ ହେଲେ।

Advertisment

ଏହି ୧୮ ବର୍ଷୀୟ ଯୁବତୀ କପଡା ପିନ୍ଧିବା ସମୟରେ ମୁହଁରେ ରଖିଥିବା ପିନ୍‌ଟିକୁ ଗିଳି ଦେଇଥିଲା। ମୁମ୍ବାଇର ଜୈନ ହସ୍ପିଟାଲରେ ବିଭାଗର ଡାକ୍ତର ଅରବିନ୍ଦ କାଟେ କହିଛନ୍ତି ଯେ ଏକ୍ସରେ ରିପୋର୍ଟ ଦେଖିବା ପରେ ପିନ୍‌ଟିକୁ ଫୋର୍‌ସେପ୍‌ର ସହାୟତାରେ ବାହାର କରାଗଲା।