କଳିଯୁଗ ଶେଷ ପୂର୍ବରୁ ପ୍ରଥମେ ଧ୍ୱଂସ ପାଇବ ଏହି ୪ ସ୍ଥାନ ଓ ଏଠାରେ ଥିବା ବ୍ୟକ୍ତି!

ହିନ୍ଦୁ ଧର୍ମ ଅନୁସାରେ କୁରୁକ୍ଷେତ୍ର ବା ମହାଭାରତ ଯୁଦ୍ଧ ପରେ ହିଁ ଦ୍ୱାପର ଯୁଗତ ଅନ୍ତଃ ଘଟିଛି। ମାତ୍ର ଆପଣ ଜାଣନ୍ତି କି ସେହି ଯୁଦ୍ଧ ସମୟରୁ ହିଁ କଳିଯୁଗ ଆରମ୍ଭ ହୋଇ ଯାଇଥିଲା। ପ୍ରାଚୀନ ପୁରାଣ ତଥା ରାଜା ପରୀକ୍ଷିତଙ୍କ କହିବା ଅନୁସାରେ ଏକ ନିର୍ଦ୍ଦିଷ୍ଟ ଶ୍ରେଣୀରେ କଳିଯୁଗ ଶେଷ ହେବ। ପ୍ରଥମ କଳିଯୁଗ କେଉଁ କେଉଁ ସ୍ଥାନ ସବୁ ଧ୍ୱଂସ ପାଇବ ତାହା ପରୀକ୍ଷିତ ଜଣାଇଛନ୍ତି।

ଯେଉଁ ସ୍ଥାନରେ ବିଷାକ୍ତ ପାନୀୟ ଦିଆଯାଇ ଲୋକଙ୍କୁ ଦିଗଭ୍ରଷ୍ଟ କରାଯାଉଛି, ଅର୍ଥାତ ମଦଭାଟି। କେବଳ ସେହି ସ୍ଥାନ ନୁହେଁ, ସେଠାକୁ ଯାଉଥିବା ବ୍ୟକ୍ତିଙ୍କର ବି ଶୀଘ୍ର ପତନ ଘଟିବ ବୋଲି ସଚେତନ କରାଯାଇଛି।

ଏପରି ଏକ ସ୍ଥାନ ଅଛି ସେଠାକୁ ଯିବା ଦ୍ୱାରା ବ୍ୟକ୍ତିି ତା’ର ସ୍ୱାଭିମାନ ଓ ସଭ୍ୟତା ହରାଇ ବସେ। ସେ ସ୍ଥାନଟି ହେଉଛି ବେଶ୍ୟାଳୟ। ସେହି ସ୍ଥାନ ଯେପରି ଶୀଘ୍ର ଧ୍ୱଂସ ପାଇବ ସେଠାରେ ସଂପୃକ୍ତ ଥିବା ବ୍ୟକ୍ତି ବି ଶୀଘ୍ର ଲୋପ ପାଇବେ ବୋଲି ପରୀକ୍ଷିତ କହିଛନ୍ତି।

ଦିନେ ପଶାଖେଳ ପାଇଁ ମହାଭାରତ ଯୁଦ୍ଧ ହୋଇଥିଲା। ଏପରି କେତେକ ସାଂଘାତିକ ଖେଳ ଧ୍ୱଂସର କାରଣ ହୋଇଥାଏ। କଳିଯୁଗର ସେପରି ଏକ ସ୍ଥାନ ହେଉଛି ଜୁଆଆଡ୍ଡା। ଜୁଆ ଖେଳ ସହ ଜୁଆଡ଼ିମାନେ ମଧ୍ୟ ସର୍ବପ୍ରଥମେ ଧ୍ୱଂସ ପାଇବେ ବୋଲି ଜାଣିରଖନ୍ତୁ।

ଯେଉଁ ସ୍ଥାନରେ ମଣିଷ ନିଜର ଭୋକ ମାରିବା ପାଇଁ ନିରୀହ ପଶୁଙ୍କ ବଧ କରିଥାଏ। ସେ ସ୍ଥାନଟି ହେଉଛି କଂସେଇଖାନା। କଂସେଇଖାନା ସହ ଏହି କାର୍ଯ୍ୟରେ ଲିପ୍ତ ଥିବା ବ୍ୟକ୍ତିଙ୍କର ବି ଶୀଘ୍ର ପତନ ଘଟିବ ବୋଲି ପୁରାଣରେ ଉଲ୍ଲେଖ କରାଯାଇଛି।

ସମ୍ବନ୍ଧିତ ଖବର