ଏହି ୨ ଦ୍ୱୀପକୁ କାହିଁକି ଯିବାକୁ ମନା: ସ୍ନେକ୍‌ ଆଇଲାଣ୍ଡ୍‌ରେ ପ୍ରତି ବର୍ଗ ମିଟରରେ ଦେଖିବେ ସାପ

ଆପଣ ଶୁଣିଥିବେ ଏପରି ଅନେକ ସ୍ଥାନ ରହିଛି ଯେଉଁଟଠିକୁ ଯିବାକୁ ବାରଣ କରାଯାଇଛି। ମାତ୍ର କେତେକ ସମୟରେ ଏପରି କିଛି ସ୍ଥାନ ପ୍ରଦର୍ଶକଙ୍କ ପାଇଁ ଖୋଲାଯାଇଥାଏ। ସେହିପରି ଦୁଇଟି ଦ୍ୱୀପ ରହିଛି ଯେଉଁଠିକି ଯିବାକୁ ବାରଣ କରାଯାଇଛି।

ନର୍ଥ ସେନ୍‌ଟିନେଲ୍‌ ଆଇଲାଣ୍ଡ୍‌: ବଙ୍ଗୋପସାଗରର ଅବସ୍ଥିତ ଏହି ଦ୍ୱୀପଟି ଆଣ୍ଡାମାନ୍‌ ନିକୋବରର ଅଂଶବିଶେଷ। ୨୮ ବର୍ଗ ଫୁଟ୍‌ ଅଞ୍ଚଳ ନେଇ ଦ୍ୱୀପଟିର ଅବସ୍ଥିତି। ଏଠାରେ ପ୍ରାୟ ୪୦୦ ପରିବାର ବସବାସ କରୁଛନ୍ତି। ୧୯୭୫ ମସିହାରେ ନ୍ୟାସ୍‌ନାଲ୍‌ ଜ୍ୟୋଗ୍ରାଫିକ୍‌ ଚଳଚ୍ଚିତ୍ର ନିର୍ଦ୍ଦେଶକ ସେମାନଙ୍କ ସହ ମିଶି ଏକ ଚଳଚ୍ଚିତ୍ର ସୁଟିଂ କରିଥିଲେ। ସେମାନଙ୍କ ସହ ଯୋଗାଯୋଗ ବଢ଼ାଇବା ପାଇଁ ନିର୍ଦ୍ଦେଶକ ଯେଉଁ ଇଚ୍ଛା ରଖିଥିଲେ ତାହା କିନ୍ତୁ ସରକାର ହେବାକୁ ଦେଇନଥିଲେ। ୧୯୯୬ ମସିହାରେ ସେମାନଙ୍କ ସହ ଯୋଗାଯୋଗ ନ ରଖିବା ପାଇଁ ଭାରତୀୟ ସରକାର ନିଷ୍ପତ୍ତି ନେଇଥିଲେ। ତେବେ ସେହି ଦ୍ୱୀପରେ ରହୁଥିବା ଲୋକମାନଙ୍କ ପ୍ରକୃତି ହେଉଛି ଆଧୁନିକତାକୁ ଘୃଣା ଭାବ। ସେମାନେ ଅଣଉନ୍ନତ ଜୀବନଶୈଳୀକୁ ନିଜର ସଂସ୍କୃତି ଭାବନ୍ତି। ଆଧୁନିକ ଲୋକଙ୍କ ସହ ସଂପର୍କ ରଖିବା ପାଇଁ ଅନିଚ୍ଛା ପ୍ରକାଶ କରିଥାନ୍ତି।

ସ୍ନେକ୍‌ ଆଇଲାଣ୍ଡ୍‌: ଏହି ଦ୍ୱୀପଟି ବ୍ରାଜିଲ୍‌ର ସୋଆ ପଉଲା କୂଳରେ ଅବସ୍ଥିତ। ଏହି ଦ୍ୱୀପରେ ପ୍ରତି ବର୍ଗ ମିଟର୍‌ରେ ଗୋଟାଏ ଲେଖାଏ ସାପ ଦେଖିବାକୁ ମିଳନ୍ତି। ଯଦି ଆପଣ ସେହି ଦ୍ୱୀପକୁ ଯାଆନ୍ତି ତେବେ ପ୍ରତି ଦ୍ୱିତୀୟ ପାଦରେ ଆପଣ ଏକ ସାପ ମୁଣ୍ଡରେ ଗୋଡ଼ ରଖିବେ ନଚେତ ସାପ କାମୁଡ଼ାର ଶିକାର ହେବେ। ଏହି ବିପଦପୂର୍ଣ୍ଣ ଦ୍ୱୀପକୁ ଯିବା ନେଇ ବ୍ରାଜିଲ୍‌ ସେନା ପକ୍ଷରୁ ବାରଣ କରାଯାଇଛି। କେତେକ ସମୟରେ ଅନୁମତି କ୍ରମେ ବୈଜ୍ଞାନିକ ଏବଂ ଗବେଷକ ଏହି ଦ୍ୱୀପକୁ ଗବେଷଣା କରିବାକୁ ଯାଇଥାନ୍ତି।

ସମ୍ବନ୍ଧିତ ଖବର