ଏକ ନିଶ୍ଚିତ ଦୁର୍ଘଟଣାରୁ ନିଜର ଉପସ୍ଥିତ ବୁଦ୍ଧି ଖଟାଇ ଯାତ୍ରୀଙ୍କ ଜୀବନ ବଞ୍ଚାଇଲେ ପାଇଲଟ, ଭାଇରାଲ ହେଲା ଭିଡିଓ…
ନୂଆଦିଲ୍ଲୀ: ବିମାନରେ ଯାତ୍ରା କରିବା ସମୟରେ ଯାତ୍ରୀଙ୍କ ମନରେ ବିଭିନ୍ନ ପ୍ରକାରର ଭୟ ଓ ଆଶଙ୍କା ରହିଥାଏ। ବିମାନରେ ବିସ୍ଫୋରଣ ହେଉ ବା ମଝି ଆକାଶରେ ଇନ୍ଧନ ସରିଯିବା ଭଳି ଡ଼ର ସମସ୍ତ ମନକୁ ଆସିଥାଏ। ବେଳେ ବେଳେ ଉଡ଼ାଣ ଭରୁଥିବା ସମୟରେ ବା ଅବତରଣ କରୁଥିବା ସମୟରେ ବିମାନ ଦୁର୍ଘଟଣାର ଶିକାର ହୋଇଥିବା ପୂର୍ବରୁ ଦେଖାଯାଇଛି। ଦୁର୍ଘଟଣାର ଅନେକ ଦୃଶ୍ୟ ସାମ୍ନାକୁ ଆସି ସାରିଥିବା ବେଳେ ଏବେ ବିମାନର ଚକା ଖସିବାର ଏକ ଭିଡିଓ ସାମ୍ନାକୁ ଆସିଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ, ଏୟାର କାନାଡା ଏକ୍ସପ୍ରେସ ବିମାନରେ ଏଭଳି ଘଟଣା ଘଟିଥିଲା। ଯାତ୍ରୀଙ୍କୁ ନେଇ ବିମାନଟି ଉଡ଼ାଣ ଭରିବା ପରେ ହଠାତ୍ ବିମାନର ଚକ ତଳକୁ ଖସି ପଡ଼ିଥିଲା। ଏ ବିଷୟରେ ପାଇଲଟ୍ ଜାଣିବା ପରେ ତୁରନ୍ତ ବିମାନକୁ ଅବତରଣ କରାଇଥିଲେ। ତେବେ ଚକ ଖସିବାର ଦୃଶ୍ୟକୁ ଜଣେ ଯାତ୍ରୀ ନିଜ ଫୋନରେ ରେକର୍ଡ କରିଥିଲେ, ଯାହା ଏବେ ଭାଇରାଲ ହୋଇଛି। ଭିଡିଓରେ ସ୍ପଷ୍ଟ ଦେଖାଯାଇଛି କି, ଚକରେ ନିଆଁ ଲାଗିବା ଭଳି ଦେଖାଯିବା ସହ ବିମାନଟି ଉପରକୁ ଉଠିବା ପରେ ଚକଟି ତଳକୁ ଖସି ପଡ଼ୁଛି।
Bon bah là j’suis actuellement dans un avion qui vient de perdre une roue…
2020 commence plutôt bien 🤔 pic.twitter.com/eZhbOJqIQr— Tom (@caf_tom) January 3, 2020
ବିମାନ ୮୬୮୪ ବାଘୋଟଭିଲେକୁ ଉଡ଼ାଣ ଭରୁଥିବା ବେଳେ ଏଭଳି ଘଟଣା ଘଟିଥିଲା। ବିମାନ ମଧ୍ୟରେ ସେ ସମୟରେ ୪୯ଜଣ ଯାତ୍ରୀ ଥିଲେ। ତେବେ ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ପାଇଁ ବିମାନରେ ଥିବା ସମସ୍ତ ଲୋକଙ୍କ ଜୀବନ ବଞ୍ଚି ପାରିଥିବା ବେଳେ ଲୋକେ ପାଇଲଟଙ୍କୁ ପ୍ରଶଂସା କରିବାରେ ଲାଗିଛନ୍ତି।