ମନୋରଞ୍ଜନ ପାଇଁ ଛେଳିକୁ ତିନି ଦିନ ପର୍ଯ୍ୟନ୍ତ ରାଜା କରି ନାବାଳିକାଙ୍କୁ କରାଯାଇଥାଏ ତାଙ୍କ ରାଣୀ

କିଲରଗ୍ଲିନ : ବିଭିନ୍ନ ଦେଶରେ ରହିଛି ଭିନ୍ନ ଭିନ୍ନ ପ୍ରଥା । କିଛି ଦେଶରେ ଏପରି ପ୍ରଥା ରହିଛି ଯାହାକୁ ଶୁଣିବା ପରେ ଆପଣ ହଠାତ୍‌ ବିଶ୍ୱାସ କରିପାରିବେ ନାହିଁ । ଅନେକ ସମୟରେ ଲୋକଙ୍କ ମନୋରଞ୍ଜନ ପାଇଁ ମଧ୍ୟ ଅନେକ ପ୍ରକାରର ପରମ୍ପରା ପ୍ରସ୍ତୁତ କରାଯାଇଥାଏ। ଠିକ୍‌ ସେହିପରି କେବଳ ଲୋକଙ୍କ ମନୋରଞ୍ଜନ ପାଇଁ ଆର୍ୟାଲ୍ୟାଣ୍ଡର ସ୍ଥିତ ଏକ ଛୋଟ ସହର କିଲରଗ୍ଲିନରେ ଦେଖିବାକୁ ମିଳିଛି ଏପରି ଅଦ୍ଭୁତ ପ୍ରଥା।

rochakpost

ସେଠାରେ ପ୍ରତି ବର୍ଷ ଜଙ୍ଗଲରୁ ଧରା ଯାଇଥିବା ଏକ ଛେଳିକୁ ତିନି ଦିନ ପାଇଁ ରାଜା ବନାଇବା ସହ ଜଣେ ନାବାଳିକାକୁ ତାଙ୍କର ରାଣୀ ବନାଇ ସାରା ସହରରେ ବୁଲାଯାଇଥାଏ । ଏହି ସମୟରେ ତିନି ଦିନ ପର୍ଯ୍ୟନ୍ତ ସହର ଉତ୍ସବ ମୁଖର ରହିବା ସହ ଏକ ମେଳ ସଦୃଶ ସମସ୍ତ ଆୟୋଜନ କରାଯାଇଥାଏ ।
ସୂଚନା ଅନୁଯାୟୀ , ପ୍ରତି ବଷ ର୍ ୧୦-୧୨ ଅଗଷ୍ଟ ପର୍ଯ୍ୟନ୍ତ ସହରରେ ପଶୁ ମେଳା ଲାଗିଥାଏ ଯାହା ‘ପ୍ଲକ୍‌ ଫେୟାର’ ନାମରେ ପ୍ରସିଦ୍ଦ ଅଟେ । ଏହା ତିନି ଦିନ ପାଇଁ ହୋଇଥିବା ବେଳେ ଏଥିରେ ଜଙ୍ଗଲରୁ ଧରା ଯାଇଥିବା ଛେଳିକୁ ମୁକୁଟ ପିନ୍ଧାଇ ସହରର ରାଜା ଘୋଷିତ କରାଯାଇଥାଏ ।

rochakpost

ଏହା ପରେ ସହରର ଜଣେ ନାବାଳିକାଙ୍କୁ ତା’ର ରାଣୀ କରି ତାଙ୍କୁ ସଂପୂର୍ଣ୍ଣ ସହରର ପରିକ୍ରମା କରାଯାଇଥାଏ। ସ୍ଥାନୀୟ ବାସିନ୍ଦାଙ୍କ ଅନୁଯାୟୀ ୧୭ତମ ଶବ୍ଦାଦୀରେ ଆଲିବର କ୍ରାମବେଲ ନାମକ ଜଣେ ରାଜ ଥିଲେ । ଶତ୍ରୁଙ୍କ ସହ ଯୁଦ୍ଧ ସମୟରେ ସେଠାରେ ଉପସ୍ଥିତ ଏକ ଛେଳି ତାଙ୍କର ଜୀବନ ରକ୍ଷା କରିଥିଲା । ସେବେଠାରୁ ଛେଳିଙ୍କୁ ସମ୍ନାନ ଦେବାକୁ ଯାଇ ପ୍ରତି ବର୍ଷ ଏହି ଉତ୍ସବ ପାଳନ କରାଯାଇଥାଏ । ଏହାକୁ ଅଗଷ୍ଟ ୧୦-୧୨ ମଧ୍ୟରେ ପ୍ରତି ବର୍ଷ ପାଳନ କରାଯାଇଥାଏ ।

ସମ୍ବନ୍ଧିତ ଖବର