ବିରାଟ କୋହଲିଙ୍କ ଚାଲେଞ୍ଜଙ୍କୁ ଗ୍ରହଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚାଲେଞ୍ଜ କରିଛନ୍ତି ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି। ବିରାଟ୍‌ ଟ୍ଵିଟ କରି ପ୍ରଧାନମନ୍ତ୍ରୀଙ୍କୁ ଫିଟ୍‌ନେସ ଚାଲେଞ୍ଜ କରିବା ପରେ ଏହାକୁ ଗ୍ରହଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିରାଟଙ୍କ ଟ୍ଵିଟ୍‌ର ଜବାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି‘ ଚାଲେଞ୍ଚ ଆସେପ୍ଟେଡ୍‌’ ବୋଲି ଟ୍ଵିଟ୍‌ କରିଛନ୍ତି। ଖୁବ୍‌ ଶୀଘ୍ର ସେ ତାଙ୍କ ଫିଟ୍‌ନେସ ଚାଲେଞ୍ଜର ଭିଡିଓ ସୋସିଆଲ ମିଡିଆରେ ସେୟାାର କରିବେ ବୋଲିି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି। ବିରାଟ କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୁହଁନ୍ତି, ପୂର୍ବତନ କ୍ରିକେଟ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଓ ନିଜ ପତ୍ନୀ ଅନୁଷ୍କା ଶର୍ମାଙ୍କୁ ମଧ୍ୟ ସମାନ ଚାଲେଞ୍ଜ ଦେଇଛନ୍ତି।


ନିକଟରେ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂହ ରାଠୋର ‘ ହମ୍‌ ଫିଟ୍‌ ତୋ ଇଣ୍ଡିଆ ଫିଟ୍‌’ ନାମରେ ଏକ ଅଭିଯାନ ଚଳାଇଛନ୍ତି। ଟ୍ଵିଟ୍‌ର ମାଧ୍ୟମରେ ଦେଶବାସୀ ଫିଟ୍‌ ବା ସୁସ୍ଥ ରହିଲେ ଦେଶ ପିଟ୍‌ ବା ସୁସ୍ଥ ରହିବ ବୋଲି ଏହି ଅଭିଯାନରେ କ୍ରୀଡ଼ାମନ୍ତ୍ରୀ ଶ୍ରୀ ରାଠୋର ଟ୍ଵିଟ୍‌ କରିଛନ୍ତି। ଏହି ଅଭିଯାନରେ ସେ ବହୁ ସେଲିବ୍ରିିଟିଙ୍କୁ ସାମିଲ ହେବା ପାଇଁ ଶ୍ରୀ ରାଠୋର ଅନୁରୋଧ କରିଛନ୍ତି ଓ ସେମାନେ ସେମାନଙ୍କ ଫିଟ୍‌ନେସ ଭିଡିଓ ସେୟାାର କରିବାକୁ ଅନୁରୋଧ କରିଛନ୍ତିି। ଏହି ଅଭିଯାନରେ ସାମିଲ ହୋଇ ଛନ୍ତି ବିରାଟ କୋହଲି। ପରେ ସେ ଟ୍ଵିଟ୍‌ କରି ଏହି ଫିଟ୍‌ନେସ ଚାଲେଞ୍ଜ ଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମହେନ୍ଦ୍ର ସିଂହ ଧୋନୀ ଓ ଅନୁଷ୍କା ଶର୍ମାକୁ ଜଣାଇଛନ୍ତି। ବିିରାଟଙ୍କ ଟ୍ଵିଟ୍‌ର ଜବାବରେ ପ୍ରଧାନମନ୍ତ୍ରୀ ଏହି ଚାଲେଞ୍ଜକୁ ଗ୍ରହଣ କରିଥିବା ଜଣାଇଛନ୍ତି। ସୂଚନାଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିୟମିତ ଯୋଗ କରିବା ସହିତ ନିଜକୁ ଫିଟ୍‌ ରଖିବାକୁ ଉଦ୍ୟମ କରିଥାନ୍ତି। ନିକଟରେ ସେ କହିଥିଲେ ଯେ ସେ ଯୋଗ କରୁଥିବାରୁ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ନିଜ ଭିତରେ ଫୁର୍ତ୍ତି ଅନୁଭବ କରିଥାନ୍ତି।

ସମ୍ବନ୍ଧିତ ଖବର