୨୦୦ଗୁଣା ଅଧିକ ମୂଲ୍ୟରେ ନିଲାମ ହୋଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମିଳିଥିବା ଉପହାର !

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମିଳିଥିବା ୧୮୦୦ଟି ଉପହାର ନିଲାମୀ ପ୍ରକ୍ରିୟା ଶେଷ ହୋଇଛି। ଗତ ମାସରେ ଏହା ଆରମ୍ଭ ହୋଇଥିଲ।ତେବେ ଏଥିରୁ କେତେ ଟଙ୍କା ମିଳିଛି, ସେ ସଂପର୍କରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇନାହିଁ। ଏହି ନିଲାମୀରୁ ମିଳିଥିବା ଅର୍ଥ ରାଶି କେନ୍ଦ୍ର ସରକାରଙ୍କ ଯୋଜନା ‘ନମାମି ଗଙ୍ଗେ’ରେ ଗଙ୍ଗା ନଦୀକୁ ସଫା କରିବା କାର୍ଯ୍ୟରେ ବିନିଯୋଗ କରାଯିବ।

ନେସନାଲ ଗ୍ୟାଲେରି ଅଫ୍‌ ମଡର୍ଣ୍ଣ ଆର୍ଟରେ ଆୟୋଜିତ ଏହି ନିଲାମୀ ଅବସରରେ କାଠର ଏକ ବାଇକ୍‌ ୫ ଲକ୍ଷ ଟଙ୍କାରେ ବିକ୍ରି ହୋଇଥିବା ଜଣାଯାଇଛି। ଭଗବାନ ଶିବଙ୍କ ଏକ ମୂର୍ତ୍ତି ୧୦ ଲକ୍ଷ ଟଙ୍କାରେ ବିକ୍ରି ହୋଇଛି, ଯାହାର ପ୍ରକୃତ ମୂଲ୍ୟ ଥିଲା ୫ ହଜାର ଟଙ୍କା। ଅର୍ଥାତ୍‌ ୨୦୦ ଗୁଣା ଅଧିକ ମୂଲ୍ୟରେ ତାହା ନିଲାମ ହୋଇଛି।

ଆସାମର ଏକ ପାରଂପାରିକ ପ୍ରତୀକ ଷ୍ଟାଣ୍ଡ ସହିତ ଟ୍ରେର ନିଲାମୀରୁ ୧୨ ଲକ୍ଷ ଟଙ୍କା ମିଳିଥିବା ଜଣାଯାଇଛି।ସେହି ନିଲାମୀରୁ ପ୍ରକୃତରେ କେତେ ଟଙ୍କା ସଂଗୃହୀତ ହୋଇଛି ,ତାହା ଖୁବ୍‌ ଶୀଘ୍ର ଜଣାପଡ଼ିବ ।

ସମ୍ବନ୍ଧିତ ଖବର