ଥଣ୍ଡା ଜ୍ୱର ହେଲେ ଔଷଧ ନ ଖାଇ ଏହି ୩ଟି ଉପାୟ ଆପଣାଇଥାନ୍ତି ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ : ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସବୁଠାରୁ ଫିଟ୍‌ ରାଜନେତାମାନଙ୍କ ମଧ୍ୟରୁ ଜଣେ । ସକାଳୁ ଶୀଘ୍ର ଉଠି ଯୋଗ କରିବା ସହ ସାରା ଦିନରେ ମାତ୍ର ୩ଘଣ୍ଟା ଶୋଇଥାନ୍ତି ମୋଦୀ । ତାଙ୍କର ଦିନଚର୍ଯ୍ୟା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିବା ବେଳେ ଏବେ ତାଙ୍କୁ ନେଇ ଆଉ ଏକ ଖବର ସାମ୍ନାକୁ ଆସିଛି ।

PM India

ଥଣ୍ଡା ଜ୍ୱର ହେଲେ ଔଷଧ ଖାଇବା ପରିବର୍ତ୍ତେ ଏହି ସ୍ୱତନ୍ତ୍ର ଉପାୟ ଆପଣାଇଥାନ୍ତି ମୋଦୀଜୀ । ଥଣ୍ଡା ଜ୍ୱର ହେଲେ ସେ ଥଣ୍ଡା ପାଣି ପିଇବା ଛାଡ଼ି ଦେବା ସହ କେବଳ ଗରମ ପାଣି ପିଇଥାନ୍ତି । ୨୪-୨୮ଘଣ୍ଟା ପର୍ଯ୍ୟନ୍ତ କିଛି ଖାଦ୍ୟ ନ ଖାଇ ସେ କେବଳ ଗରମ ପାଣି ହିଁ ପିଇଥାନ୍ତି । ଏହା ସହ ସୋରିଷ ତେଲକୁ ଉଷୁମ କରି ନାକରେ ୩ ବୁନ୍ଦା ପକାଇଥାନ୍ତି ବୋଲି ଜଣାପଡ଼ିଛି । ଏପରି କରିବା ଦ୍ୱାରା ତାଙ୍କର ଥଣ୍ଡା ଜ୍ୱର ଭଲ ହୋଇ ଯାଇଥାଏ ।

ସମ୍ବନ୍ଧିତ ଖବର