ମୋଦିଙ୍କୁ ରାକ୍ଷୀ ବାନ୍ଧିବାକୁ ଆସିଲେ ଏହି ପାକିସ୍ତାନୀ ଭଉଣୀ

ନୂଆଦିଲ୍ଲୀ: ରକ୍ଷାବନ୍ଧନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାକିସ୍ତାନୀ ରାକ୍ଷୀ ଭଉଣୀ କ୍ୱାମର ମୋହସିନ୍‌ ସୈଖ୍‌ ମୋଦିଙ୍କ ବାସଭବନରେ ରବିବାର ତାଙ୍କ ହାତରେ ରାକ୍ଷୀ ବାନ୍ଧିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ସହ ଥିବା ତାଙ୍କର ଘନିଷ୍ଠତାକୁ ମନେ ପକାଇ ପାକିସ୍ତାନୀ ମହିଳା ସୈଖ୍‌ କହିଛନ୍ତି ବିଗତ ୨୪ ବର୍ଷ ହେବ ସେ ମୋଦିଙ୍କ ହାତରେ ରାକ୍ଷୀ ବାନ୍ଧୁଛନ୍ତି।

ସୈଖ୍‌ କହନ୍ତି, ‘ତାଙ୍କୁ ୨୪ ବର୍ଷ ହେଲା ଜାଣିଛି। ଏହି ୨୪ ବର୍ଷ ମଧୃରେ ସେ ସାମାନ୍ୟତମ ବି ବଦଳି ନାହାନ୍ତି। ତାଙ୍କ ବ୍ୟବହାରରେ କୌଣସି ପରିବର୍ତ୍ତନ ଆସିନାହିଁ। ତାହା ଭିନ୍ନ କଥା ଯେ ସେ ବ୍ୟସ୍ତ ରହୁଥିବା ହେତୁ ଆମେ ବିଶେଷ ସମୟ ପରସ୍ପର ସହ ବିତାଇ ପାରୁନାହୁଁ। ସେହି ଗୋଟାଏ କଥାକୁ ବାଦ୍‌ ଦେଲେ ଆଉ ସବୁ ସମାନ ଅଛି। ମୁଁ ଭାବିଥିଲ ସେ ଏବର୍ଷ ତାଙ୍କ କାର୍ଯ୍ୟରେ ବ୍ୟସ୍ତ ଥିବେ। ମାତ୍ର ୨ ଦିନ ତାଙ୍କ ତାଙ୍କ ନିକଟରୁ ମୋ ପାଖକୁ କଲ୍‌ ଆସିଲା। ମୁଁ ଅନେକ ଖୁସି ହୋଇଗଲି ଯେ ସେ ରାକ୍ଷୀ ପାଇଁ ପ୍ରସ୍ତୁତ ହେଉଥିଲେ।

ବିବାହ ପରେ ମୋଦିଙ୍କର ଏହି ଭଉଣୀ ଭାରତ ଛାଡ଼ି ଦେଇଛନ୍ତି। ବିବାହ ପରେ ସେ ଭାରତ ଆସିଲେ ଦିଲ୍ଲୀରେ ରହନ୍ତି। ସୈଖ୍‌ଙ୍କ ବ୍ୟତୀତ ମୋଦିଙ୍କ ହାତରେ ଅନେକ ମହିଳା ଓ ଶିଶୁ ରାକ୍ଷୀ ବାନ୍ଧି ସାରିଛନ୍ତି।

ସମ୍ବନ୍ଧିତ ଖବର