ଲୋକଙ୍କୁ ସତର୍କ କରାଇବା ପାଇଁ କରୋନା ହେଲମେଟ ପିନ୍ଧି ପରିବା ହାଟରେ ପହଁଚିଲେ ପୁଲିସ ଅଧିକାରୀ

ଚେନ୍ନାଇ: କରୋନା ଭାଇରସ ଏବେ ମହାମାରୀର ରୂପ ଧାରଣ କରିସାରିଥିବା ବେଳେ ଏହାର ମୁକାବିଲା ପାଇଁ ସରକାର ଅନେକ ପଦକ୍ଷପ ନେଉଛନ୍ତି | ସଂକ୍ରମଣକୁ ରୋକିବା ପାଇଁ ମୋଦୀ ସରକାର ଦେଶରେ ୧୧ଦିନିଆ ଲକଡାଉନ ଘୋଷଣା କରିଥିବା ବେଳେ କିଛି ଲୋକ ଏହି ନିୟମକୁ ଅବମାନନା କରୁଥିବାର ଦେଖାଯାଉଛି | ତେବେ ଲୋକଙ୍କୁ ସତର୍କ କରାଇବା ପାଇଁ ଚେନ୍ନାଇ ପୁଲିସ କରିଥିବା କାମକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି | ଲୋକଙ୍କୁ ସତର୍କ କରାଇବା ପାଇଁ ଜଣେ ପୁଲିସକର୍ମୀ କରୋନା ହେଲମେଟ ପିନ୍ଧିବା ଘଟଣାର କିଛି ଦୃଶ୍ୟ ଏବେ ସାମ୍ନାକୁ ଆସିଛି |

Mirror Now

ସୂଚନା ମୁତାବକ, କିଛି ଦିନ ତଳେ ବରିଷ୍ଠ ପୁଲିସ ଅଧିକାରୀ ରାଜେଶ ବାବୁ କରୋନା ହେଲମେଟ ପିନ୍ଧିବା ଖବର ଚର୍ଚ୍ଚାରେ ରହିଥିଲା | ସେ କରୋନା ହେଲମେଟ ପିନ୍ଧି ରାସ୍ତାରେ ଲୋକଙ୍କୁ ବାହାରକୁ ନଆସିବା ପାଇଁ କହିବା ସହ କରୋନା ଭୂତାଣୁ କେତେ ବିପଦଜନକ ତାହା ଲୋକଙ୍କୁ ଜଣାଇଥିଲେ | ଏବେ ପୁଣି ଥରେ ସେ କରୋନା ହେଲମେଟ ପିନ୍ଧି ପରିବା ହାଟରେ ପହଂଚିଥିବାର ଦେଖାଯାଇଛି | ଲୋକଙ୍କୁ ପାଖ ପାଖି ବସି ପରିବା ନ ବିକିବାକୁ କହିବା ସହ ପରିବା କିଣିବାକୁ ଆସୁଥିବା ଲୋକଙ୍କୁ ଦୂରତା ବଜାୟ ରଖି ପରିବା କିଣିବାକୁ କହୁଥିବାର ଦେଖା ଯାଇଛି, ଯାହାର ଭିଡ଼ିଓ ସାମ୍ନାକୁ ଆସିଛି | ଲୋକଙ୍କୁ ସତର୍କ କରିବା ପାଇଁ ପୁଲିସ ଅଧିକାରୀଙ୍କ ଏଭଳି କାମ ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି |

ସମ୍ବନ୍ଧିତ ଖବର