ଓଟଗାଡ଼ି ଚଳାଇ ପରିବାର ପ୍ରତିପୋଷଣ କରୁଥିବା ଜଣେ କୃଷକ ନିଜର ପିଲାମାନଙ୍କୁ ପାଠପଢ଼ାଇ ଉଚ୍ଚ ପଦାଧିକାରୀ କରିବା ନିଶ୍ଚିତ ଭାବେ ଗର୍ବର ବିଷୟ। ମଣିଷ ଭିତରେ ଧର୍ଯ୍ୟ ଏବଂ ପରିଶ୍ରମର ବହ୍ନି ପ୍ରଜ୍ୱଳିତ ହେଲେ ଅସମ୍ଭବ ବୋଲି କିଛି ଶବ୍ଦ ଜୀବନରେ ରହିନଥାଏ । କିଛି କରିଦେଖାଇବାର ଅଦମ୍ୟ ଇଚ୍ଛାରେ ବହରୋଡ୍ ଗ୍ରାମର ସେରପୁରର ବିରେନ୍ଦ୍ର ଯାଦବ ଏବଂ ତାଙ୍କ ପରିବାର ସମାଜ ପାଇଁ ପାଲଟିଛନ୍ତି ପ୍ରେରଣାର ଉତ୍ସ। ଜଣେ କୃଷକ ଭାବେ ଓଟଗାଡି ଚଲାଇ ଟଙ୍କା ରୋଜଗାର କରି ନିଜ ପରିବାରର ପ୍ରତିପୋଷଣ କରୁଥିବା ରୋହିତାସ୍ ଯାଦବଙ୍କ ପୁଅ ଏବଂ ଝିଅ ଏବେ ରାଜସ୍ଥାନର ନାଁ ରଖିଛନ୍ତି ।
/sambad/media/post_attachments/wp-content/uploads/2019/02/camel-f-300x163.jpg)
ପୁଅ ବିରେନ୍ଦ୍ର ଯାଦବଙ୍କ ପିତା ଗୋଟିଏ ଓଟ ପାଳିଥିଲେ ଏବଂ କୃଷିକାର୍ଯ୍ୟ କରି ପରିବାର ପ୍ରତିପୋଷଣ କରୁଥିଲେ ଏହାସହ ପିଲାଙ୍କ ପାଠପଢା ଖର୍ଚ୍ଚ ମଧ୍ୟ ଉଠାଉଥିଲେ । ତାଙ୍କୁ ପୁରା ବିଶ୍ୱାସ ଥିଲା ଯେ ବଡ ହୋଇ ତାଙ୍କ ସନ୍ତାନ ଉଚ୍ଚପଦରେ ରହିବେ । ତେଣୁ ସେ ଦିନରାତି ଏକ କରି କଠିନ ପରିଶ୍ରମ କରି ପୁଅଝିଅଙ୍କୁ ଜୟପୁର ପଢିବା ପାଇଁ ପଠାଉଥିଲେ ।
/sambad/media/post_attachments/wp-content/uploads/2019/02/aaa-300x225.jpg)
ମା’ବାପାଙ୍କ କଠିନ ପରିଶ୍ରମକୁ ବଡ ହେଲା ପରେ ସାକାର କରିଛନ୍ତି ତାଙ୍କ ପୁଅଝିଅ । ୨୦୦୨ ମସିହାରେ ବିରେନ୍ଦ୍ର ଯାଦବଙ୍କ ଭାଇ ନରେନ୍ଦ୍ର ଯାଦବଙ୍କ ବିଏସଏଫରେ ଆସିଷ୍ଟାଣ୍ଟ୍ କମାଣ୍ଡେଣ୍ଟ୍ ରୁପେ ଚୟନ ହେଲା । ଯୁବପିଢିଙ୍କ ରୋଲ୍ ମଡେଲ୍ ଭାବେ ରାଜକୀୟ ସେବାରେ ମଧ୍ୟ ବିରେନ୍ଦ୍ର ଯାଦବଙ୍କ ଚୟନ ହୋଇଗଲା । ବର୍ତ୍ତମାନ ସେ କ୍ଷେତ୍ରିୟ ନିର୍ଦ୍ଦେଶକ ଜୋନଲ୍ ଡାଇରେକ୍ଟର ନାରକୋଟିକ୍ସ ବ୍ୟୁରୋ ପ୍ରତିନିୟୁକ୍ତି ପଦରେ କାର୍ଯ୍ୟରତ ଅଛନ୍ତି । ତାଙ୍କୁ ଦୁଇଥର ମହାନିର୍ଦ୍ଦେଶକ ସୀମା ସୁରକ୍ଷା ବଳରୁ ସମ୍ନାନିତ କରାଯାଇଛି । ତାଙ୍କ ଭଉଣୀ ମଧ୍ୟ ଭାଇମାନଙ୍କ ଠାରୁ କିଛି କମ୍ ନାହାନ୍ତି । ସେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଫିସରେ ସିକ୍ୟୁରିଟି ଅଫିସର ରୁପେ ମହତ୍ତ୍ୱପୂର୍ଣ୍ଣ ପଦର ଗୁରୁଦାୟିତ୍ୱ ନେଇଛନ୍ତି । ଏକଦା ଓଟଗାଡି ଚଲାଉଥିବା ବାପାଙ୍କୁ ଏହି ତିନି ଭାଇଭଉଣୀ ଏବେ କାରରେ ବସାଇ ନେଉଛନ୍ତି । ପିଲାଙ୍କୁ ଏଭଳି ରୂପରେ ଦେଖି ବାପାମା’ଙ୍କର ଖୁସି କହିଲେ ନସରେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/02/raj-final.jpg)