ପାଓ୍ଵାର ବ୍ୟାଙ୍କ ବିସ୍ଫୋରଣରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ଆପଣାନ୍ତୁ ଏହି ସବୁ ଉପାୟ

କିଛି ଦିନ ହେଲା ସୋସିଆଲ ମିଡିଆରେ ପାୱାର ବ୍ୟାଙ୍କ ଫାଟିବାର ମାମଲା ସାମ୍ନାକୁ ଆସିବାରେ ଲାଗିଛି। ଯେଉଁ କାରଣରୁ ଅନେକ ଲୋକଙ୍କର ଜୀବନ ମଧ୍ୟ ଯାଇସାରିଛି। କିନ୍ତୁ ଯଦି କିଛି ସାବଧାନତା ଅବଲମ୍ବନ କରାଯାଏ ତେବେ ଏହି ଦୁର୍ଘଟଣାକୁ ଅନେକାଂଶରେ ଏଡାଇ ଯାଇହେବ। ତେଣୁ ପାୱାର ବ୍ୟାଙ୍କ ବ୍ୟବହାର କରିବା ସମୟରେ କିଭଳି ସତର୍କତା ଅବଲମ୍ବନ କରିବେ ସେନେଇ କିଛି ଟିପ୍ସ ବିଷୟରେ ଆସନ୍ତୁ ଜାଣିବା। ଯାହାଦ୍ୱାରା କୌଣସି ଏକ ବଡ ଦୁର୍ଘଟଣାରୁ ନିଜକୁ ସୁରକ୍ଷିତ ରଖିପାରିବେ।

ପାୱାର ବ୍ୟାଙ୍କରୁ ଫୋନକୁ ଫୁଲ ଚାର୍ଜ କରନ୍ତୁ ନାହିଁ। କାରଣ, କୌଣସି ଫୋନରେ ୩ ହଜାର ଏମଏଚଏ ବ୍ୟାଟେରୀ ଦିଆଯାଇଥିଲେ ତାକୁ ଯଦି ଆପଣ ୧୦ ହଜାର ଏମଏଚଏ ପାୱାର ବ୍ୟାଙ୍କରେ ଚାର୍ଜ କରିବେ ତେବେ ସେଥିରେ ବିସ୍ଫୋରଣ ଘଟିବା ଏକପ୍ରକାରେ ସୁନିଶ୍ଚିତ।

ପାୱାର ବ୍ୟାଙ୍କରୁ ଲାପଟପ ଚାର୍ଜ କରନ୍ତୁ ନାହିଁ। ଲାପଟପର ଭୋଲ୍‌ଟ ସଂପର୍କିତ ସୂଚନା ନଥିଲେ ଆଦୌ ପାୱାର ବ୍ୟାଙ୍କରୁ ଚାର୍ଜ କରନ୍ତୁ ନାହିଁ । କାହିଁକି ନା, ବଜାରରେ ଯେଉଁ ପାୱାର ବ୍ୟାଙ୍କ ଉପଲବ୍ଧ ତାହା ୫ ଭୋଲ୍‌ଟ ହୋଇଥାଏ। କିନ୍ତୁ ଲାପଟପ ପାଇଁ ୧୬ ଭୋଲ୍‌ଟ କିମ୍ବା ଏହାଠାରୁ ଅଧିକ ଭୋଲ୍‌ଟର ପାୱାର ଦରକାର ପଡିଥାଏ। ତେଣୁ ଏଭଳି ପରିସ୍ଥିତିରେ ପାୱାର ବ୍ୟାଙ୍କରୁ ଲାପଟପ ଚାର୍ଜ କରିବା ମହଙ୍ଗା ପଡିପାରେ।

ପାୱାର ବ୍ୟାଙ୍କକୁ ଦୀର୍ଘ ସମୟ ଧରି ବ୍ୟବହାର କରନ୍ତୁ ନାହିଁ ।

ପାୱାର ବ୍ୟାଙ୍କ ଚାର୍ଜ କରିବା ସମୟରେ ଧ୍ୟାନ ରଖନ୍ତୁ। କାରଣ ପାୱାର ବ୍ୟାଙ୍କକୁ କେତେ ସମୟ ପର୍ଯ୍ୟନ୍ତ ଚାର୍ଜ କରାଯାଇପାରିବ ସେନେଇ ଆପଣଙ୍କ ନିକଟରେ ସୂଚନା ଥିବା ନିହାତି ଦରକାର । ପାୱାର ବ୍ୟାଙ୍କରେ ଚାର୍ଜିଂ ଲାଇଟ ଦିଆଯାଇଥାଏ। ଯେଉଁଥିରେ ପାୱାର ବ୍ୟାଙ୍କ କେତେ ଚାର୍ଜ ହୋଇଛି ସେନେଇ ଇଣ୍ଡିକେସନ ମଧ୍ୟ ମିଳିଯାଇଥାଏ । ହେଲେ ପାୱାର ବ୍ୟାଙ୍କକୁ ସର୍ବାଧିକ ୩ରୁ ୪ ଘଂଟା ଚାର୍ଜ କରିବା ଉଚିତ। ଏହାକୁ କେବେବି ଫୁଲ ଚାର୍ଜ କରିବା ଉଚିତ ନୁହେଁ।

ପାୱାର ବ୍ୟାଙ୍କକୁ ସେହି ଚାର୍ଜରେ ଚାର୍ଜ କରନ୍ତୁ ଯେଉଁ ଚାର୍ଜର ତା ସହ ଦିଆଯାଇଛି।

ଯଦି ଆପଣ ରାତିରେ ପାୱାର ବ୍ୟାଙ୍କକୁ ଚାର୍ଜ କରୁଛନ୍ତି ତେବେ ତାକୁ ଆପଣଙ୍କ ବେଡଠାରୁ ଦୂରରେ ରଖି ଚାର୍ଜ କରନ୍ତୁ । ସେହିପରି ଶୋଇବା ପୂର୍ବରୁ ଚାର୍ଜିଂ ବନ୍ଦ କରିଦିଅନ୍ତୁ।

ସମ୍ବନ୍ଧିତ ଖବର