ସହସ୍ରାଧିକ ରୋଗ ବିଲୋପ କରିବ ଶକ୍ତିଶାଳୀ ଜିନ୍-ସଂଶୋଧନକାରୀ ଉପକରଣ
ସିକାଗୋ: ବୁଧବାର ଦିନ ଆମେରିକୀୟ ବିଜ୍ଞାନୀଗଣ ଉନ୍ମୋଚନ କରିଛନ୍ତି ଦୁଇଟି ନୂତନ ମଲିକ୍ୟୁଲାର୍ ଉପକରଣ। ଚିକିତ୍ସା କରାଯାଇ ପାରୁ ନ ଥିବା କେତେକ ମାନବ ଗୁଣସୂତ୍ରଗତ ରୋଗର ସୃଷ୍ଟି କରାଉଥିବା ପରିବର୍ତ୍ତିତ ଜିନ୍ ବା ଗୁଣସୂତ୍ରକୁ ଏହାଦ୍ୱାରା ସଜଡ଼ା ଯାଇ ପାରିବ।
ହାର୍ଭାର୍ଡ ୟୁନିଭର୍ସିଟିର ଡେଭିଡ୍ ଲିଉ ଏବଂ ବୋର୍ଡ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଏମ୍ଆଇଟି ଏବଂ ହାର୍ଭାର୍ଡ ଦ୍ୱାରା ନିର୍ମିତ ଗୋଟିଏ କୌଶଳ ଗୁଣସୂତ୍ରରେ ଘଟିଥିବା ଏକକ ରାସାୟନିକ ପ୍ରମାଦକୁ ଅତି ସଂକ୍ଷପରେ ସଜାଡ଼ି ପାରିବ। ଏହି ପ୍ରମାଦ ହେଉଛି ସମ୍ପ୍ରସାରିତ ଡିଏନ୍ଏ।
Sambad is now on WhatsApp
Join and get latest news updates delivered to you via WhatsApp
ବ୍ରୋଡ୍ ଇନ୍ଷ୍ଟିଚ୍ୟୁଟ୍ର ମଲିକ୍ୟୁଲାର୍ ବାୟୋଲୋଜିଷ୍ଟ୍ ଫେଙ୍ଗ୍ ଝାଙ୍ଗ୍ଙ୍କ ଦ୍ୱାରା ନିର୍ମିତ ଦ୍ୱିତୀୟ ଉପକରଣଟି ଆର୍ଏନ୍ଏ ସଂଶୋଧନ କରିବାରେ ଧ୍ୟାନ ଦିଏ। ଆର୍ଏନ୍ଏ ଡିଏନ୍ଏକୁ ପରିବର୍ତ୍ତନ ନ କରି ପୁଷ୍ଟିସାର ପ୍ରସ୍ତୁତି କରିବାକୁ ଗୁଣସୂତ୍ରିକ ନିର୍ଦେଶାବଳୀ ବହନ କରେ।
ଉଭୟ କୌଶଳ ସିଆର୍ଆଇଏସ୍ପିଆର୍-କାସ୍୯ ଜିନ୍ ସଂଶୋଧନକାରୀ ଉପକରଣରେ ଘୋର ପରିବର୍ତ୍ତନ ଆଣିଛି। ଏହି ଉପକରଣଟି ହେଉଛି ଏକ ମଲିକ୍ୟୁଲାର୍ କଇଁଚି। ଏଥିରେ ଅବାଞ୍ଛିତ ମାନବୀୟ ଜେନୋମ୍ର ଅଂଶକୁ କାଟି ନୂତନ ଡିଏନ୍ଏ ଷ୍ଟେଚ୍ ସ୍ଥାପନ କରାଯାଏ। ଛଅ ବିଲିୟନ୍ ଡିଏନ୍ଏ ଲେଟର୍ ଅଥବା କେମିକାଲ୍ ବେସ୍କୁ ନେଇ ଜେନୋମ୍ ଗଠିତ।
ଏକକ ରସାୟନ ପ୍ରମାଦକୁ ପଏଣ୍ଟ୍ ମ୍ୟୁଟେସନ୍ କୁହାଯାଏ। ଏହା ଗୁଣସୂତ୍ରିକ ରୋଗକୁ ବଢ଼ାଇ ଦେଇ ପାରେ। ଗତ ବର୍ଷ ଲିଉଙ୍କ ଟିମ୍ ଏକ ବେସ୍ ଏଡିଟର୍ କଥା ଉଠାଇ ଥିଲେ। ତାହା କୁଆଡ଼େ ସିଜି ବେସ୍ ପେଆର୍କୁ ଏଟି ପେଆର୍ସକୁ ବଦଳାଇ ଦେଇ ପାରେ।
ସେପ୍ଟେମ୍ବର ମାସରେ ପ୍ରକାଶିତ ଏକ ପେପର୍ରେ ଚୀନ୍ର ସନ୍ ୟାତ୍-ସେନ୍ ୟୁନିଭର୍ସିଟିରେ ଗବେଷକଗଣ କହିଥିଲେ କି ସେ ପ୍ରଣାଳୀ ବ୍ୟବହାର କରି ଜିନ୍ ସଂଶୋଧନ କଲେ ମାନବ ଏମ୍ବ୍ରଏରେ ବିଟା-ଥାଲାସେମିଆ ନାମକ ଏକ ରକ୍ତ ଗୋଳମାଳ ସୃଷ୍ଟି କରିଥାଏ।
ସଦ୍ୟତମ ଅଧ୍ୟୟନରେ ଲିଉଙ୍କ ଗବେଷଣାଗାରର ଗବେଷକଗଣ ଏକ ସମ୍ପୂର୍ଣ୍ଣ ନୂତନ ଏନ୍ଜାଇମ୍ ତିଆରି କରିଛନ୍ତି ଯାହା ଏକ ଏଟିକୁ ଜିସି ପେଆର୍ରେ ପରିବର୍ତ୍ତନ କରି ପାରିବ। ଏ କଥା ପୂର୍ବରୁ ସମ୍ଭବ ହୋଇ ପାରୁ ନ ଥିଲା।
ଏହି ଗବେଷଣାରେ ସମ୍ପୃକ୍ତ ନ ଥିବା ଉତା ବିଶ୍ୱବିଦ୍ୟାଳୟର ଜିନ୍-ଏଡିଟିଙ୍ଗ୍ ବିଷାରଦ ଡାନା କ୍ୟାରୋଲ୍ କହନ୍ତି: ସେମାନେ ଏକ ଏନ୍ଜାଇମ୍ ବାହାର କରିଛନ୍ତି ଯାହା ଖୁବ୍ ନିର୍ଦ୍ଦିଷ୍ଟ ଏବଂ ଖୁବ୍ ଫଳପ୍ରଦ। ବାସ୍ତବିକ୍ ଅତି ସୁନ୍ଦର ଭାବେ କରାଯାଇଥିବା ଏହା ଏକ ମହତ୍ ଉଦ୍ୟମ।
କ୍ୟାରୋଲ୍ କହିଛନ୍ତି: ଉଭୟ ଗବେଷଣା ଓ ବାସ୍ତବ ଅଧ୍ୟୟନ ଏବଂ ସମ୍ଭବତଃ କୃଷି କ୍ଷେତ୍ରରେ ଗୁଣସୂତ୍ର ସଂଶୋଧନକାରୀ ଏନ୍ଜାଇମ୍ ଅତି ଦରକାରୀ ଉପକରଣ ସାବ୍ୟସ୍ତ ହେବ।
ଉଭୟ ସଂଶୋଧନ ପଦ୍ଧତି ଡିଏନ୍ଏ ହେଉ ଅଥବା ମେସେଞ୍ଜର୍ ଆର୍ଏନ୍ଏ ହେଉ, ନିର୍ଦ୍ଦିଷ୍ଟ ରୋଗ ସୃଷ୍ଟିକାରୀ ପରିବର୍ତ୍ତିତ ଜିନ୍କୁ ସଂଶୋଧନ କରାଇବାର ସୁଯୋଗ ଦେଉଛି। କିନ୍ତୁ, ମଣିଷ ଉପରେ ପରୀକ୍ଷଣ କରିବାକୁ ଏହି ଦୁଇଟି ପଦ୍ଧତି ଏ ପର୍ଯ୍ୟନ୍ତ ପ୍ରସ୍ତୁତ ହୋଇ ନାହିଁ।
କାର୍ଯ୍ୟ ଦକ୍ଷତା ପ୍ରମାଣ, ନିଦ୍ଦିଷ୍ଟତା ଏବଂ ନିରାପତ୍ତା ଆଦି ଅନେକ ପ୍ରତିବନ୍ଧକୁ ଏଡ଼ା ଯାଇ ପାରିଲେ ଯାଇ ତାହା ମାନବ ଉପରେ ପରୀକ୍ଷା କରିବା ଉପଯୋଗୀ ହୋଇ ପାରିବ।