ବରଫ ଭିତରେ ଫଶି ରହିଥିବା ଅନ୍ତସତ୍ତ୍ୱାଙ୍କ ପାଖରେ ଦେବଦୂତ ସାଜି ପହଞ୍ଚିଲେ ଯବାନ, ଏପରି ବଞ୍ଚାଇଲେ ମହିଳାଙ୍କ ଜୀବନ

ଶ୍ରୀନଗର: କାଶ୍ମୀରର ଅନେକ ସ୍ଥାନରେ ଏବେ ପ୍ରବଳ ବରଫପାତ ହେଉଛି। ବରଫପାତ ହେତୁ ଯୋଗାଯୋଗ ବାଧାପ୍ରାପ୍ତ ହୋଇଛି। ଆଗାମୀ ଦିନରେ ଆହୁରି ବରଫପାତ ହେବା ନେଇ ଆଶଙ୍କା କରାଯାଉଛି। ବରଫପାତ ହେତୁ ସେଠାକାର ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି।

ପ୍ରକାଶିତ ରିପୋର୍ଟ ଅନୁସାରେ, ୫ଜଣ ପୁଲିସକର୍ମୀଙ୍କ ସମେତ ପାଖାପାଖି ୧୨ରୁ ୧୫ଜଣ ଲୋକଙ୍କ ବରଫପାତ ହେତୁ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହି କ୍ରମରେ ଭାରତୀୟ ସେନା ଏଭଳି କାମ କରିଛନ୍ତି ଯାହାକି ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ସୂଚନା ଅନୁସାରେ, କାଶ୍ମୀରର ବାଣ୍ଡିପୋରା ସେକ୍ଟର ପନାର ଗାଁରେ ଗୁଲସନା ବେଗମ ଗର୍ଭ ଯନ୍ତ୍ରଣାରେ ଛଟପଟ ହେଉଥିଲେ। ହେଲେ ପରିବାରଲୋକେ ତାଙ୍କୁ ଡାକ୍ତରଖାନା ନେଇ ପାରୁ ନଥିଲେ । କାରଣ କାଶ୍ମୀରରେ ପ୍ରବଳ ବରଫପାତ ଯୋଗୁଁ ରାସ୍ତାଘାଟ ସମ୍ପୂର୍ଣ୍ଣ ଭାବେ ଜାମ ହୋଇଯାଇଛି। ଯାନବାହାନ ଚଳାଚଳରେ ବାଧା ସୃଷ୍ଟି ହେଉଛି। ଏହି ସମୟରେ ରାଷ୍ଟ୍ରୀୟ ରାଇଫଲ ଦଳର ଯବାନ ଖବର ପାଇ ଗୁଲସନାଙ୍କ ଘରେ ପହଞ୍ଚିଥିଲେ । ତାଙ୍କୁ ଉଦ୍ଧାର କରି ପ୍ରାୟ ଅଢେଇ କିଲୋମିଟର ପର୍ଯ୍ୟନ୍ତ କାନ୍ଧରେ ବୋହି ଚାଲିଚାଲି ନେଇ ଡାକ୍ତରଖାନାରେ ପହଞ୍ଚିଥିଲେ। ସେଠାରେ ସେ ଦୁଇଟି ଯମଜ ସନ୍ତାନ ଜନ୍ମ ଦେଇଥିଲୋ

ସମ୍ବନ୍ଧିତ ଖବର