କ୍ରେଡ଼ିଟ୍‌ କିମ୍ବା ଡ଼େବିଟ୍‌ କାର୍ଡ଼ ହ୍ୟାକ୍‌ ହୋଇଛି କି ତୁରନ୍ତ କରନ୍ତୁ ଏହି କାମ

ପ୍ଲାଷ୍ଟିକ୍‌ ଟଙ୍କା ବା କାର୍ଡ଼ ବର୍ତ୍ତମାନ ସମସ୍ତଙ୍କ ଜୀବନରେ ଟଙ୍କା ନେଣଦେଣର ଏକ ସାଧାରଣ ମାଧ୍ୟମ ପାଲଟିଛି। କ୍ରେଡ଼ିଟ୍‌ ଏବଂ ଡ଼େବିଟ୍‌ କାର୍ଡ଼ ଜୀବନକୁ ଯେତେ ସହଜ କରିଛି ଏଥିରେ ଚୋରି ହେବା ମଧ୍ୟ ସେତେ ସହଜ ହୋଇଛି। ଆପଣଙ୍କର କିିଛିଟା ଅସାବଧାନତା ପାଇଁ ଆପଣଙ୍କ ଆକାଉଣ୍ଟରୁ ସବୁ ଟଙ୍କା ଗାଏବ ହୋଇଯିବାର ଭୟ ମଧ୍ୟ ରହିଛି । ଏପରିକି ହ୍ୟାକରମାନେ ଅନ୍‌ଲାଇନ୍‌ରୁ ମଧ୍ୟ ଆପଣଙ୍କ କାର୍ଡ଼ ଏବଂ ଆକାଉଣ୍ଟର ସମସ୍ତ ସୂଚନା ବାହାର କରିଦିଅନ୍ତି । ଯଦି ଆପଣଙ୍କର ମଧ୍ୟ ଆକାଉଣ୍ଟ ହ୍ୟାକ୍‌ ହୋଇଛି ତେବେ ତୁରନ୍ତ କରନ୍ତୁ ଏହି ଉପାୟ ଅବଲମ୍ବନ ।

news18.com

ଡ଼େବିଟ୍‌ ଏବଂ କ୍ରେଡ଼ିଟ୍‌ କାର୍ଡ଼ ହଜିଗଲେ ବା ହ୍ୟାକ୍‌ ହୋଇଗଲେ ତୁରନ୍ତ ଆକାଉଣ୍ଟ ଥିବା ବ୍ୟାଙ୍କକୁ ଫୋନ୍‌ କରି ତାହାକୁ ବନ୍ଦ କରି ତାହାର ସମସ୍ତ ସେବାକୁ ରଦ୍ଦ କରନ୍ତୁ । ଏହାପରେ ନୂତନ କାର୍ଡ଼ ପାଇଁ ବ୍ୟାଙ୍କରେ ଆବେଦନ କରନ୍ତୁ । ଏଥି ସହ କାର୍ଡ଼ ହଜିବା ବା ହ୍ୟାକ୍‌ ନେଇ ଆପଣ ପୁଲିସ୍‌ ନିକଟରେ ଅଭିଯୋଗ ମଧ୍ୟ କରିପାରିବେ ।

news18.com

ନେଟ୍‌ ବ୍ୟକିଂ ବ୍ୟବହାର କରୁଥିଲେ ସମୟ ବ୍ୟବଧାନରେ ଏହାର ପାର୍ସଓ୍ଵାର୍ଡ଼ ପରିବର୍ତ୍ତନ କରନ୍ତୁ । ସବୁବେଳେ ନିଜ ଆକାଉଣ୍ଟରେ ଥିବା ଟଙ୍କାର ସଠିକ୍‌ ହିସାବ ରଖନ୍ତୁ । ଅନ୍‌ଲାଇନ୍‌ରେ ଯେ କୌଣସି ନେଣଦେଣ କରୁଥିବା ସମୟରେ ‘ସେଭ୍‌ ଡ଼ିଟେଲ୍ସ’ କୁ ଅନ୍‌ଚେକ୍‌ କରନ୍ତୁ । କାରଣ ଏହା ଦ୍ୱାରା ଅନ୍‌ଲାଇନ୍‌ରେ ଆପଣଙ୍କ କାର୍ଡ଼ ଡ଼ିଟେଲ୍ସ୍‌ ରହିବା ସହ ହ୍ୟାକ୍‌ର୍ସ ମାନଙ୍କୁ ଚୋରି କରିବାରେ ସୁବିଧା ହୋଇଥାଏ । ସବୁବେଳେ ନିଜେ ବ୍ୟବହାର କରୁଥବା ମୋବାଇଲ୍‌ ନମ୍ବରରେ ହିଁ ଏସ୍‌ଏମ୍‌ଏସ୍‌ ଆଲର୍ଟ ଜାରି କରନ୍ତୁ । ଯାହା ଫଳରେ ଆପଣଙ୍କର କାର୍ଡ଼ କେଉଁଠାରେ ବ୍ୟବହାର ହେଉଛି ତାହା ବିଷୟରେ ଆପଣଙ୍କୁ ସମସ୍ତ ସୂଚନା ମିଳିପାରୁଥିବ।

ସମ୍ବନ୍ଧିତ ଖବର