ଜାଣନ୍ତୁ ବଲାଙ୍ଗୀର ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦି ଖାଇବେ କ’ଣ? ଖାଦ୍ୟ ତାଲିକାରେ ରହିଛି ଓଡ଼ିଆ ଖେଚୁଡ଼ି ସାଙ୍ଗକୁ ଗୁଜୁରାଟୀ ତରକାରୀ

ଭୁବନେଶ୍ବର: ଆସନ୍ତା ୧୫ ତାରିଖରେ ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ରାଜ୍ୟ ସରକାରଙ୍କ ଗୃହ ବିଭାଗକୁ ଚିଠି ଲେଖି ପ୍ରଧାନମନ୍ତ୍ରୀଙ୍କ ଗସ୍ତ ବାବଦରେ ପ୍ରସ୍ତୁତି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରଧାନମନ୍ତ୍ରୀ ହୁଏତ ଏହି ସବୁ ଖାଦ୍ୟ ଖାଇ ପାରନ୍ତି ଏବଂ ନଖାଇ ମଧ୍ୟ ପାରନ୍ତି । କିନ୍ତୁ ପ୍ରଧାନମନ୍ତ୍ରୀ ଓଡ଼ିଶାରେ ପହଁଚିବା ପରେ ପ୍ରଧାନମନ୍ତ୍ରୀ ରହଣି, ଖାଦ୍ୟ ପାନୀୟ, ମେଡ଼ିକିଟ୍ ବ୍ୟବସ୍ଥା ଭଳି ବିଭିନ୍ନ ବିଷୟରେ ପୂର୍ବ ପ୍ରସ୍ତୁତି କରିବାକୁ ଚିଠିରେ ଉଲ୍ଲେଖ ରହିଛି ।

ପ୍ରଧାନମନ୍ତ୍ରୀଙ୍କ ସକାଳ ଜଳଖିଆ ଠାରୁ ଆରମ୍ଭ କରି ରାତ୍ରିଭୋଜନ ପର୍ଯ୍ୟନ୍ତ ଖାଦ୍ୟ ପାନୀୟର ଚିଠା ପ୍ରସ୍ତୁତ କରି ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ପ୍ରଧାନମନ୍ତ୍ରୀଙ୍କ ଗସ୍ତ ବାବଦରେ ପ୍ରସ୍ତୁତି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରଧାନନ୍ତ୍ରୀ ଶୁଦ୍ଧ ଶାକାହାରୀ ହୋଇଥିବାରୁ ଏସବୁ ପ୍ରସ୍ତୁତ କରି ରଖିବାକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ହୋଇଛି ।

ମୋଦିଙ୍କ ଜଳଖିଆ- ପୁହା, ଉପମା,ଇଟିଲୀ ଶାମ୍ବର, ବ୍ରେଡ଼୍ ବଟର୍, ମିକ୍ସ ଫ୍ରୁଟ୍ସ ସହ ସ୍ୱତନ୍ତ୍ର ଚା’ ସହ ଚିନି ଅଲଗା ପ୍ରସ୍ତୁତ ରଖିବାକୁ କୁହାଯାଇଛି।

ମୋଦିଙ୍କ ମଧ୍ୟାହ୍ଣ ଭୋଜନ- ଶୁଦ୍ଧ ଶାକାହାରୀ ମୋଦିଙ୍କ ପାଇଁ ମିକ୍ସ ପନିପାରିବା ଶୁପ୍, ତ୍ୱାୱାରେ ପ୍ରସ୍ତୁତ ହୋଇଥିବା ରୁଟି, ସାଦା ଏବଂ ଜିରା ରାଇସ୍, ଡ଼ାଲି, ଦୁଇ ପ୍ରକାରର ତରକାରୀ, କମ୍ ରାଗ ଏବଂ ଅଳ୍ପ ତେଲ ଯୁକ୍ତ ପନୀର ମସଲା, ସାଦା ଦହି ସହିତ ଲେମ୍ବୁ ଏବଂ ବିଭିନ୍ନ ପ୍ରକାରର ସବୁଜ ଫଳମୂଳ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ।

ମୋଦିଙ୍କ ରାତ୍ର ଭୋଜନ- ଭେଜ୍ ଖେଚୁଡ଼ି ସହିତ ଗୁରୁରାଟୀ ପରମ୍ପରା ତରକାରୀ, ରୁଟି, ଡ଼ାଲି,ଭାତ,ଦୁଇ ପ୍ରକାରର ତରକାରୀ, ଦହି ଏବଂ ତଟକା ଫଳମୂଳ ରଖିବାକୁ ମୁଖ୍ୟ ଶାସନ ସଚିବଙ୍କୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ନିର୍ଦ୍ଦେଶ ହୋଇଛି ।

ସେହିଭଳି ମୋଦିଙ୍କ ସହ ଆସୁଥିବା ଭିଭିଆଇପିଙ୍କ ପାଇଁ ଜରୁକାଳୀନ ମେଡ଼ିକାଲ ଚିକିତ୍ସା ବ୍ୟବସ୍ଥା ଯଥା ‘ଏ’ ପଜିଟିଭ୍ ରକ୍ତ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ମୋଦିଙ୍କ କାର୍ଯ୍ୟକ୍ରମ ଏବଂ ରହଣୀ ପହଁଚିବା କ୍ଷଣି ଟେଲିଫୋନ୍ ସରବରାହ ବନ୍ଦ କରିବା ଆବଶ୍ୟକ । କାରଣ କୌଣସି ଅପ୍ରିତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ଏହି ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ।

 

ସମ୍ବନ୍ଧିତ ଖବର