ମାତ୍ର ୫ଟଙ୍କା ଖର୍ଚ୍ଚରେ ନିଜର ଫଟୋକୁ ‘ଫଟୋ ପ୍ରିଣ୍ଟେଡ୍ ମୋବାଇଲ୍ କଭର୍’ ତିଆରି କରନ୍ତୁ ବିଶେଷ By Sambad Digital Last updated Feb 9, 2018 ସେୟାର Sambad is now on WhatsApp Join and get latest news updates delivered to you via WhatsApp Join Now ଫଟୋ ପ୍ରିଣ୍ଟ୍ ହୋଇଥିବା ମୋବାଇଲ୍ କଭର୍ ବଜାରରେ ତିଆରି କରିବା ପାଇଁ ପ୍ରାୟ ୫୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥାଏ। ଏହାର ଅର୍ଥ ଏକ ସାଧାରଣ କଭର୍ ଅପେକ୍ଷା ଏହାର ମୂଲ୍ୟ ପ୍ରାୟ ପାଞ୍ଚ ଗୁଣ ଅଧିକ। କିନ୍ତୁ ଯଦି ଆପଣ ଚାହିଁବେ ମାତ୍ର ୫ ଟଙ୍କା ଖର୍ଚ୍ଚ କରି ଘରେ ଥାଇ ସହଜରେ ଏହା ତିଆରି କରି ପାିରବେ। ପ୍ରଥମେ ଆପଣଙ୍କ ମୋବାଇଲ୍କୁ ଫିଟ୍ ହେଲା ଭଳି ଏକ ହାଡ୍ର୍ ଟ୍ରାନ୍ସ୍ପରେଣ୍ଟ୍ ମୋବାଇଲ୍ କଭର୍ ଆଣି ସେହି ସାଇଜ୍ର ଏକ ଫଟୋ ପ୍ରିଣ୍ଟ୍ କରନ୍ତୁ। ଫଟୋକୁ କଭର୍ ପଛପଟେ ଠିକ୍ ଭାବେ ଲଗାଇ ଦିଅନ୍ତୁ। ଫଟୋର ସାମନା ଭାଗ କଭର୍ ପଟେ ରହିବା ଆବଶ୍ୟକ। ଏବେ ଆଇରନ୍ ଗରମ କରି ଫଟୋ ଉପରେ ଧୀରେ ଧୀରେ ପ୍ରେସ୍ କରନ୍ତୁ। ଆଇରନ୍କୁ ସବୁବେଳେ କଭର ଉପରେ ରଖନ୍ତୁ ନାହିଁ। ୨ ମିନିଟ୍ ପର୍ଯ୍ୟନ୍ତ ଏମିତି କରିଲା ପରେ ଫଟୋ ଲଗା ଯାଇଥିବା କଭର୍କୁ ଅଧା ଘଣ୍ଟା ପାଇଁ ପାଣିରେ ପକାଇ ଦିଅନ୍ତୁ। ଏବେ ଫଟୋ ପେପର୍କୁ ଧୀରେ ଧୀରେ ଘସନ୍ତୁ। ଏମିତି କରିବା ଦ୍ୱାରା ପେପର୍ ବାହାରିଯିବ ଓ ଫଟୋ ଟ୍ରାନ୍ସ୍ପରେଣ୍ଟ୍ କଭର୍ରେ ଧୀରେ ଧୀରେ ଦେଖାଯିବ। ଯେତେବେଳେ ପୂରାପୂରି ଭାବରେ କଭର୍ରୁ ପେପର୍ ହଟିଯିବ, ତେବେ ଆପଣ ଦେଖିବେ କି ଟ୍ରାନ୍ସ୍ପରେଣ୍ଟ୍ କଭର୍ରେ ଫଟୋ ସ୍ପଷ୍ଟ ଭାବରେ ଛପା ହୋଇଯାଇଛି। Courtesy: DainikBhaskar