ମଡେଲଙ୍କ ପ୍ରେମରେ ପାଗଳ କଏଦୀ କହିଲା, ‘ପାରୋଲରେ ଆସିବା କ୍ଷଣି ମୁଁ ତୁମକୁ ନେଇଯିବି’

ସୁରଟ: ଗୁଜୁରାଟର ଲାଜପୋର ଜେଲରେ ଜଣେ ଯୁବ କଏଦୀ ବଡୋଦରାରେ ଜଣେ କିନ୍ନରଙ୍କ ପ୍ରେମରେ ପଡ଼ି ଯାଇଛି। କିନ୍ନର ମଡେଲଙ୍କୁ ଗତ ଦେଢ଼ ମାସ ହେବ ସେ ଫୋନ୍‌ କରି ପ୍ରେମ ପ୍ରସ୍ତାବ ଦେବାରେ ଲାଗିଥିଲା। ଯେତେବେଳେ ମଡେଲ ତାଙ୍କ କଥାରେ ରାଜି ହୋଇ ନ ଥିଲେ ସେ ଧମକ ଦେବା ଆରମ୍ଭ କରି ଦେଇଥିଲା। ଶେଷରେ ମଡେଲ ଏହି କିଏଦୀ ବିରୋଧରେ ବଡୋଦରାର ନଓ୍ଵାପୁରା ଥାନାରେ ଅଭିଯୋଗ କରିଥିଲେ। କଏଦୀଙ୍କ ପରିଚୟ ଶାକିର ଓରଫ ଦାନିଶ ଓ୍ଵସି ଅହମ୍ମଦ ବୋଲି ଜଣାପଡ଼ିଛି।

ଶାକିର ଏକ ମାଗାଜିନ୍‌ରେ ମଡେଲଙ୍କ ଫଟୋ ଦେଖି ତାଙ୍କ ପ୍ରେମରେ ପଡ଼ି ଯାଇଥିଲା। ଶାକିର ଘର ସୁରଟରେ ହୋଇଥିବା ବେଳେ ମଡେଲ ବଡୋଦରାରେ ବସବାସ କରନ୍ତି, ଯାହାଙ୍କ ନାମ ଜୋୟା ଖାନ୍‌ ବୋଲି ଜଣାପଡ଼ିଛି। ଶାକିର ଜୋୟାଙ୍କୁ ସମ୍ପର୍କ କରି ଓ ତାଙ୍କ ସହିତ ବନ୍ଧୁତା ସ୍ଥାପନ କରିଥିଲା। କିନ୍ତୁ ଶାକିର ଯେତେବେଳେ ମଡେଲକଙ୍କୁ ବିବାହ ପ୍ରସ୍ତାବ ଦେଇଥିଲା ସେ ଏହାକୁ ଏଡାଇ ଦେଇଥିଲେ। ଏହାପରଠାରୁ ସେ ତାଙ୍କୁ ବାରମ୍ବାର ଫୋନ୍‌ କରି ଧମକଚମକ ଦେବା ବି ଆରମ୍ଭ କରିଥିଲା।

ଶାକିର ଜୁଲାଇ ୧୬ ତାରିଖରେ ଜୋୟାଙ୍କୁ ଫୋନ୍‌ କରି କହିଥିଲା କି, ମୁଁ ପାରୋଲରେରେ ଜେଲରୁ ବାହାରକୁ ଆସୁଛି। ଏହାପରେ ତୁମକୁ ମୋ ସହିତ ନେଇଯିବି।

ଜୋୟା କହନ୍ତି, ସେ ୨୦୧୮ରେ ସେ ମେଡଲିଂ କରିବା ଆରମ୍ଭ କରିଥିଲେ। ଏକ ମାଗାଜିନ୍‌ରେ ଫଟୋ ଦେଖିବା ପରେ ଶାକିର ତାଙ୍କ ସହ ସମ୍ପର୍କରେ ଆସିଥିଲା। ଜୋୟାଙ୍କ ଅଭିଯୋଗ ମୁତାବକ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର