ବାପା-ମା’ଙ୍କ ପାଦ ଛୁଇଁ ଘରୁ ବାହାରିଥିଲା ପୁଅ, ୬ଦିନ ପରେ…..

ଜମ୍ମୁ : ଜମ୍ମୁ-କଶ୍ମୀରରେ ଏକ ପରିବାର ସହ ହୃଦୟ ବିଦାରକ ଘଟଣା ଘଟିଛି । ବିବାହର ମାସେ ପୂର୍ବରୁ ଆର ପାରିକୁ ଚାଲି ଯାଇଛି ପୁଅ । ମୃତ୍ୟୁର ୬ଦିନ ପୂର୍ବରୁ ଘରୁ ବାହାରିଥିଲା ପୁଅ । କିନ୍ତୁ ଆଉ ଫେରି ନଥିଲା । ଅନେକ ଖୋଜିବା ପରେ ପୁଲିସରେ ଏତଲା ଦେଇଥିଲେ ପରିବାର ଲୋକେ । କିିିଛି ଦିନ ପରେ କଠୁଆ ଡାକ୍ତରଖାନାର ଡାକ୍ତର ପୀଡ଼ିତଙ୍କୁ ଚିହ୍ନି ପାରି ତାଙ୍କ ପରିବାରକୁ ଫୋନ କରି ତାଙ୍କ ପୁଅ ଡାକ୍ତରଖାନାରେ ଭର୍ତ୍ତି ଥିବା କହିଥିଲେ । ଏହା ସହ ସ୍ୱାସ୍ଥ୍ୟବସ୍ଥା ଗମ୍ଭୀର ହେଉଥିବାରୁ ତାଙ୍କୁ ଜମ୍ମୁରେ ଥିବା ଡାକ୍ତରଖାନାକୁ ପଠାଯାଉଥିବା ନେଇ ସୂଚନା ଦେଇଥିଲେ ଡାକ୍ତର । କିନ୍ତୁ ଜମ୍ମୁ ଡାକ୍ତରଖାନାକୁ ଯିବା ପରେ ପୀଡ଼ିତଙ୍କ ମୃତ୍ୟୁ ହୋଇ ଯାଇଥିଲା ।

ସୂଚନା ମୁତାବକ, ସେପ୍ଟେମ୍ବର ୬ ତାରିଖରେ କାମରେ ବାହାରକୁ ବାହାରିଥିଲେ ରଜତ କୁମାର । ବାହାରିବା ପୂର୍ବରୁ ସେ ନିଜର ମାତା-ପିତାଙ୍କ ପାଦ ଛୁଇଁ ଆର୍ଶୀବାଦ ନେଇଥିଲେ । କିନ୍ତୁ ଘରୁ ଯିବା ପରେ ଆଉ ଫେରି ନଥିଲେ ରଜତ । ତାଙ୍କ ମୋବାଇଲ ଫୋନ ବନ୍ଦ ହୋଇଯିବା ପରେ ସେପ୍ଟେମ୍ବର ୭ରେ ଅଖ୍‌ନୁର ପୁଲିସରେ ରିପୋର୍ଟ ଲେଖାଇଥିଲେ ରଜତଙ୍କ ପରିବାର ଲୋକେ । ଯାହା ପରେ ସେପ୍ଟେମ୍ବର ୧୩ରେ କଠୁଆ ଡାକ୍ତରଖାନା ପକ୍ଷରୁ ସୂଚନା ମିଳିବା ପରେ ସେହି ଦିନ ହିଁ ରଜତଙ୍କ ମୃତ୍ୟୁ ହୋଇଥିଲା ।

Image result for private-teacher-died-under-suspicious-circumstances-before-marriage-jammu-kashmir
Times of India

ପୁଲିର ସୂଚନାନୁସାରେ, ସେପ୍ଟେମ୍ବର ୧୨ରେ ରଜତ ଜମ୍ମୁ ରେଳ ଷ୍ଟେସନରୁ ଦିଲ୍ଲୀ ଯାଉଥିବା ସଂପର୍କ କ୍ରାନ୍ତି ଟ୍ରେନରେ ଚଢ଼ିଥିଲେ । ଟ୍ରେନ କଠୁଆରେ ପହଞ୍ଚିବା ପରେ ରଜତ ଟ୍ରେନ୍‌ରୁ ଓହ୍ଲାଇ ପେଟରେ ଯନ୍ତ୍ରଣା ହେଉଥିବା ନେଇ ଜିଆର୍‌ପି ପୁଲିସକୁ ଜଣାଇଥିଲେ । ଯାହା ପରେ ପୁଲିସ ତାଙ୍କୁ କଠୁଆ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ । ତେବେ ସେପ୍ଟେମ୍ବର ୬-୧୨ଯାଏ ରଜତ କେଉଁଠି ଥିଲେ ଓ କ’ଣ କରୁଥିଲେ ଏବଂ ତାଙ୍କର ଏଭଳି ମୃତ୍ୟୁର କାରଣ ଖୋଜିବାରେ ଲାଗିଛି ପୁଲିସ ।

ସମ୍ବନ୍ଧିତ ଖବର