ଏଣିକି ଆଉ ବୁଲା ବିକାଳି ଟ୍ରେନ୍ ଭିତରେ ବିକି ପାରିବେନି ଖାଦ୍ୟପେୟ

ଏଣିକି ଆଉ ଟ୍ରେନ୍‌ରେ ବୁଲା ବିକାଳି ବିକି ପାରିବେନି ଖାଦ୍ୟପେୟ। ଯାତ୍ରୀଙ୍କ ଉତ୍ତମ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ରେଳ ପ୍ରଶାସନ ତରଫରୁ ନିଆଯାଇଛି ଏପରି କଠୋର ନିଷ୍ପତି । ତେବେ ରେଳ ମନ୍ତ୍ରାଳୟର ଏହି ନିଷ୍ପତିରେ କୁହାଯାଇଛି କି, ଏଣିକି କେବଳ ଭାରତୀୟ ରେଲୱେ ଖାଦ୍ୟପେୟ ଏବଂ ପର୍ଯ୍ୟଟନ ନିଗମ ତଥା ଆଇଆରସିଟିସିର କର୍ମଚାରୀମାନେ ହିଁ ଟ୍ରେନଗୁଡିକରେ ଯାତ୍ରୀମାନଙ୍କୁ ଖାଦ୍ୟପେୟ ସାମଗ୍ରୀ ପହଂଚାଇବେ । ଏପରିକି ଯେଉଁ ସବୁ କଂପାନୀମାନଙ୍କ ସହିତ ରେଳ ମନ୍ତ୍ରାଳୟ ସହ ପାର୍ଟନର୍ସିପ ହୋଇଥିବ, ସେହି ସବୁ କଂପାନୀଗୁଡିକର ଭେଣ୍ଡରଙ୍କୁ ଷ୍ଟେସନରେ ଆଇଆରସିଟିସିର କର୍ମଚାରୀଙ୍କୁ ଜିନିଷ ବିକ୍ରି ପାଇଁ ଅନୁମତି ଦିଆଯିବ। ଟ୍ରେନ ଭିତରେ ଓ ବାହାରେ ବସିଥିବା ଯାତ୍ରୀମାନଙ୍କ ନିକଟରେ ଖାଦ୍ୟ ସାମଗ୍ରୀକୁ ପହଂଚାଇବାର ଦାୟିତ୍ୱ ଆଇଆରସିଟିସି କର୍ମଚାରୀଙ୍କ ହିଁ ହେବ।

ବର୍ତ୍ତମାନ ଏହି ଯୋଜନା ନୂଆ ଦିଲ୍ଲୀ, କାନପୁର, ନାଗପୁର, ଭୋପାଳ, ଇଟାରସି ଏବଂ ଝାନ୍ସି ରେଲୱେ ଷ୍ଟେସନମାନଙ୍କରେ ଆରମ୍ଭ ହେବାକୁ ଯାଉଛି । ଯଦି ଏହି ଯୋଜନାଟି ସୁଚାରୁ ରୂପେ କାର୍ଯ୍ୟକାରୀ ହୋଇଯାଏ ତେବେ ଏହା ବାକି ସମସ୍ତ ରେଳ ଷ୍ଟେସନମାନଙ୍କରେ ବି ଲାଗୁ କରିଦିଆଯିବ । ଟ୍ରେନରେ ଯେଭଳି ଯାତ୍ରୀମାନଙ୍କୁ ଉତମ ତଥା ସ୍ୱାସ୍ଥ୍ୟକର ଖାଦ୍ୟପେୟ ସାମଗ୍ରୀ ଉପଲବ୍ଧି କରାଯିବ, ଏଥିପାଇଁ ଆଇଆରସିଟିସି ବିଭିନ୍ନ ଘରୋଇ କଂପାନୀମାନଙ୍କ ସହ ବୁଝାମଣା କରିଛି । ଏହି ଆଳରେ ଏଭଳି ଅନେକ କଂପାନୀ ମଧ୍ୟ ଟ୍ରେନରେ ଖାଦ୍ୟପେୟ ସାମଗ୍ରୀ ପହଂଚାଇବାରେ ଲାଗିପଡିଛନ୍ତି । ଯେଉଁମାନଙ୍କର କି ରେଳ ମନ୍ତ୍ରାଳୟ ସହିତ କୌଣସି ପ୍ରକାରର ବୁଝାମଣା ହୋଇନି।

ଅବୈଧ ଭେଣ୍ଡରମାନଙ୍କର ଟ୍ରେନରେ ପସି ଯାତ୍ରୀଙ୍କ ସ୍ୱାସ୍ଥ୍ୟକୁ ଅଣଦେଖା କରି ଖାଦ୍ୟ ସାମଗ୍ରୀ ବିକ୍ରି କରୁଥିବାର ଅନେକ ଅଭିଯୋଗ ଆସିଛି । ଏଭଳି ପରିସ୍ଥିତିରେ ଆଇଆରସିଟିସି ନିଜ ଡେଲିଭରୀ ବୟ ନିଯୁକ୍ତ କରିବାକୁ ନିଷ୍ପତି ନେଇଛି । ରେଳ ଯାତ୍ରୀ ଯେମିତି ଆଇଆରସିଟିସିର ୱେବସାଇଟ କିମ୍ବା ଆପରୁ ଖାଇବା ସାମଗ୍ରୀ ବୁକ୍ କରିବେ, ଏସଂପର୍କରେ ସମ୍ବନ୍ଧିତ କଂପାନୀଗୁଡିକୁ ମେଲ ମାଧ୍ୟମରେ ସୂଚିତ କରିଦିଆଯିବ । ଏହାପରେ କଂପାନୀର କର୍ମଚାରୀ ଅର୍ଡର ଅନୁସାରେ, ଖାଦ୍ୟସାମଗ୍ରୀ ନେଇ ଷ୍ଟେସନ ପରିସରରେ ପହଂଚିଯିବେ ଏବଂ ଆଇଆରସିଟିସିର କର୍ମଚାରୀମାନଙ୍କ ଦାୟିତ୍ୱରେ ଦେବେ । ଯେଉଁମାନେ କି ଏହି ଖାଦ୍ୟସାମଗ୍ରୀଗୁଡିକୁ ଯାତ୍ରୀଙ୍କ ନିକଟରେ ପହଂଚାଇବେ । ତେବେ ଘରୋଇ କଂପାନୀମାନଙ୍କର କର୍ମଚାରୀଙ୍କୁ ବି ଟ୍ରେନରେ ପସିବାକୁ ଅନୁମତି ଦିଆଯିବ ନାହିଁ ।

ସମ୍ବନ୍ଧିତ ଖବର