ପ୍ରାଇଭେଟ୍‌ ଡ଼ିଟେକ୍ଟିଭ୍‌ ହେବାପାଇଁ କ’ଣ କରିବାକୁ ପଡ଼ିବ?

ପ୍ରାଇଭେଟ୍‌ ଡ଼ିଟେକ୍ଟିଭ୍‌ଙ୍କର ମୁଖ୍ୟ କାର୍ଯ୍ୟ ହେଲା ଅନୁସନ୍ଧାନମୂଳକ କାର୍ଯ୍ୟ କରିବା।ଏଥିପାଇଁ ଆବଶ୍ୟକୀୟ ସୂଚନା ସଂଗ୍ରହ କରିବା । ଏମାନେ ଅପମୃତ୍ୟୁ,ହତ୍ୟା,ଲୁଣ୍ଠନ,ଛାଡ଼ପତ୍ର,ଅପହରଣ ତଥା ବିଭିନ୍ନ ପାରିବାରିକ ସମସ୍ୟାର ସମାଧାନ କିମ୍ବା ଏହାର କାରଣ ଖୋଜି ବାହାର କରିଥା’ନ୍ତି। ସଂପ୍ରତି ବିଭିନ୍ନ ଶିଳ୍ପସଂସ୍ଥାରେ ପ୍ରାଇଭେଟ୍‌ ଡ଼ିଟେକ୍ଟିଭ୍‌ଙ୍କୁ ନିଯୁକ୍ତି ଦିଆଯାଉଛି। ଏହି ଡ଼ିଟେକ୍ଟିଭ୍‌ମାନେ କର୍ମଚାରୀ ଶିଳ୍ପ ସଂସ୍ଥାର କଡ଼ା ତୀକ୍ଷ୍‌ଣ ଦୃଷ୍ଟି ରଖିଥାଆନ୍ତି।କୌଣସି କର୍ମଚାରୀ ଶିଳ୍ପସଂସ୍ଥାର ଗୋପନୀୟ ପ୍ରସଙ୍ଗ ଅନ୍ୟ ପ୍ରତିଯୋଗି ସଂସ୍ଥାକୁ ଜଣାଯାଉଛି କି ଟଙ୍କାପଇସାରେ ହେରାଫେର କରୁଛି କି ଏବଂ ଅନ୍ୟ କଂପାନିମାନଙ୍କ ସଂପର୍କରେ ଗୋପନୀୟ ସୂଚନା ଦେବା ଭଳି କାର୍ଯ୍ୟ କରୁଛନ୍ତି ଏହି ପ୍ରାଇଭେଟ୍‌ ଡ଼ିଟେକ୍ଟିଭ୍‌ମାନେ।

ଡ଼ିଟେକ୍ଟିଭ୍‌ମାନଙ୍କର ଅନୁସନ୍ଧାନ,ଜାଞ୍ଚ୍‌ କରିବା,ଫିଙ୍ଗର୍‌ ପ୍ରିଣ୍ଟ୍‌,ଫଟୋଗ୍ରାଫି ଉପରେ ଯଥେଷ୍ଟ ଜ୍ଞାନ ରହିବା ଆବଶ୍ୟକ। ଏମାନେ ନିଜ ପାଖରେ ଅନେକ ଉପକରଣ ରଖିଥାଆନ୍ତି। ଟ୍ରାନ୍‌ସମିଟର,କ୍ୟାମେରା,ମୋବାଇଲ୍‌ ଓ ଲ୍ୟାପ୍‌ଟପ୍‌ ଆଦି ରଖି ଥାଆନ୍ତି ଏମାନେ ନିଜ ପାଖରେ। ଏହି କ୍ଷେତ୍ରରେ କ୍ୟାରିଅର କରିବା ପାଇଁ ବିଶେଷ ଶିକ୍ଷାଗତ ଯୋଗ୍ୟତାର ଆବଶ୍ୟକତା ନାହିଁ। ପ୍ଲସ୍‌ ଟୁ କିମ୍ବା ଗ୍ରାଜୁଏସନ୍‌ ପରେ କେତେକ ସଂସ୍ଥା ଏ ସଂପର୍କୀତ ବର୍ଷିକିଆ ଡ଼ିପ୍ଲୋମା ପାଠ୍ୟକ୍ରମର ପ୍ରଚଳନ କରିଛନ୍ତି। ଆଉ କେତେକ ଶିକ୍ଷାନୁଷ୍ଠାନରେ ଗ୍ରାଜୁଏସନ୍‌ ପରେ ଦେଢ଼ ବର୍ଷୀୟା ଆଡ଼୍‍ଭାନ୍‌ସ ଡ଼ିପ୍ଲୋମା ପାଠ୍ୟକ୍ରମର ବ୍ୟବସ୍ଥା ରହିଛି।

photo-suretybondauthority.com

ଜଣେ ଉତ୍ତମ ପ୍ରାଇଭେଟ୍‌ ଡ଼ିଟେକ୍ଟିଭ୍‌ ହେବାପାଇଁ ଇଂରାଜ ଓ ଆଞ୍ଚଳିକ ଭାଷା ଉପରେ ଭଲ ଜ୍ଞାନ ଥିବା ଦରକାର।ଆମ ଦେଶର ପ୍ରାଇଭେଟ୍‌ ଡ଼ିଟେକ୍ଟିଭ୍‌ ହେବାପାଇଁ କୌଣସି ସରକାରୀ ଲାଇସେନ୍‌ସର ଆବଶ୍ୟକତା ନାହିଁ।ବହୁ ସଂଖ୍ୟକ ସୈନ୍ୟବାହିନୀ ଓ ପୋଲିସ ସେବାରୁ ଅବସାରପ୍ରାପ୍ତ କର୍ମଚାରୀ ଏହି କ୍ଷେତ୍ରକୁ ଆସୁଛନ୍ତି।ପ୍ରାଇଭେଟ୍‌ ଡ଼ିଟେକ୍ଟିଭ୍‌ମାନଙ୍କୁ ପ୍ରଶିକ୍ଷଣ ନେବାପାଇଁ ଭାରତରେ ସରକାରୀ ସଂସ୍ଥା ନାହାଁନ୍ତି।କେବଳ ଘରୋଇ ଶିକ୍ଷାନୁଷ୍ଠାନ ମାନଙ୍କରେ ସାର୍ଟିଫିକେଟ୍‌ କୋର୍ସ,ଡ଼ିପ୍ଲୋମା,ପୋଷ୍ଟ୍‍ ଗ୍ରାଜୁଏଟ୍‌ ଡ଼ିପ୍ଲୋମା କୋର୍ସ ଇତ୍ୟାଦି ଉପଲବ୍ଧ। ଏହି ପାଠ୍ୟକ୍ରମ ସମାପ୍ତି ପରେ ରୋଜଗାରର ଉଜ୍ଜଳ ସମ୍ଭାବନା ରହିଛି।

ସମ୍ବନ୍ଧିତ ଖବର