ଆପଣ ଜାଣନ୍ତି କି? ଅଧିକାଂଶ ସମୟ ନିଜର ଖରାପ ଫଟୋଟିକୁ ଆମେ କରିଥାନ୍ତି ପ୍ରୋଫାଇଲ୍‌ ଫଟୋ

ମେଲବର୍ଣ୍ଣ: ସୋସିଆଲ୍‌ ମିଡିଆରେ ପ୍ରୋଫାଇଲ୍‌ ଫଟୋ ଦେବା ବେଳେ ସମସ୍ତେ ପ୍ରାୟ ବେଶ୍‌ ସଚେତନ ଥାଆନ୍ତି। ନିଜ ମୁତାବକ ଭଲ ଫଟୋଟିକୁ ଚୟନ କରି ଦେବା ସହ ବାରମ୍ବାର ଫଟୋ ବଦଳାଇବା ଅଭ୍ୟାସ ଆଜିକାଲି ପ୍ରାୟ ସବୁ ବ୍ୟକ୍ତିଙ୍କ ଭିତରେ ରହିଛି। ମାତ୍ର ଅଶ୍ଚର୍ଯ୍ୟର କଥା ହେଉଛି, ନିକଟରେ ହୋଇଥିବା ଏକ ସର୍ଭେରୁ ଜାଣିବାକୁ ମିଳିଛି ଅଧିକାଂଶ ବ୍ୟକ୍ତି ନିଜର ପ୍ରୋଫାଇଲ୍‌ ଫଟୋ ଚୟନ କରିବାରେ ଖୁବ୍‌ ଦୁର୍ବଳ। ଆମେ ସାଧାରଣତଃ ଯେଉଁ ଫଟୋକୁ ଭଲ ବୋଲି ଭାବି ସୋସିଆଲ୍‌ ସାଇଟ୍‌ରେ ଅପ୍‌ଲୋଡ୍‌ କରିଥାଉ ବାସ୍ତବରେ ତାହା ସେତେଟା ଭଲ ହୋଇ ନ ଥାଏ।

ଏ ସଂପର୍କରେ ଜାଣିବା ପାଇଁ କିଛି ଗବେଷକ ପ୍ରଥମେ ୧୦୨ ଛାତ୍ରଛାତ୍ରୀଙ୍କୁ ନେଇ ଏକ ଗବେଷଣା କଲେ। ସେ ସମସ୍ତ ପିଲାଙ୍କୁ ପ୍ରଥମେ ୧୨ଟା ଲେଖାଏଁ ନିଜ ଫଟୋ ଦେଇ ସେ ମଧ୍ୟରୁ ଗୋଟାଏକୁ ପ୍ରୋଫାଇଲ୍‌ ଫଟୋ ଲାଗି ଚୟନ କରିବାକୁ କହିଲେ। ସର୍ଭେ ଶେଷରେ ଜାଣିବାକୁ ମିଳିଲା ଯେ ସେ ସମସ୍ତ ପିଲା ନିଜର ଭଲ ଫଟୋକୁ ନ ବାଛି ଅପେକ୍ଷାକୃତ ଖରାପ ଫଟୋକୁ ଚୟନ କରିଛନ୍ତି।

ସେହିପରି ଗବେଷକ ୧୨ଟି ଲେଖାଏଁ ଅନ୍ୟମାନଙ୍କ ଫଟୋ ବାଛିବା ପାଇଁ କହିଲେ। ସେଥିରୁ ଜଣାପଡ଼ିଲା ଯେ ଅନ୍ୟର ଫଟୋ ବାଛିବା ବେଳେ ଫଟୋ ଚୟନ ଢେର୍‌ ଭଲ କରୁଛନ୍ତି।

ଗବେଷକମାନେ ସ୍ପଷ୍ଟ କରିଛନ୍ତି ଯେ, ନିଜ ଫଟୋକୁ ପ୍ରୋଫାଇଲ୍‌ ଫଟୋ ଦେବା ବେଳେ ଅତ୍ୟଧିକ ଭାବିବା ହେତୁ ଠିକ୍‌ ଖସିଯାଇ ଭୁଲ୍‌ ଫଟୋଟା ଠିକ୍‌ ଲାଗିବା ଆରମ୍ଭ କରିଥାଏ।

ସମ୍ବନ୍ଧିତ ଖବର