୫୦ ଟଙ୍କା ରୋଜଗାର କରୁଥିବା ଦିନ ମଜୁରିଆ ଏବେ ରୋଜଗାର କରୁଛନ୍ତି ୫୦ ଲକ୍ଷ! ଜାଣନ୍ତୁ କେମିତି

ରାଞ୍ଚି : ମଣିଷ ନିଜର ବୁଦ୍ଧି ଏବଂ ପରିଶ୍ରମ ଦ୍ୱାରା ସବୁକିଛି ସମ୍ଭବ କରିପାରିବ । ଏହାକୁ ପ୍ରମାଣ କରିଦେଖାଇଛନ୍ତି ରାଞ୍ଚି ଝାଡ଼ଖଣ୍ଡର ଗଂସୁ ମେହେତା। ସମୟ ଥିଲା ଦିନ ମଜୁରିଆ ଭାବେ ସେ ୫୦ଟଙ୍କା ପାଇଁ ତାଙ୍କ ଗ୍ରାମରୁ ୨୫ କିଲୋମିଟର ଯାତ୍ରା କରୁଥିଲେ। କିନ୍ତୁ ବର୍ତ୍ତମାନ ନିଜର ଉପଯୁକ୍ତ ବୁଦ୍ଧି ଖଟାଇ କେବଳ ଫସଲ ଦ୍ୱାରା ବର୍ଷକୁ ୫୦ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି । ତେବେ ଏଥିରେ ମଧ୍ୟ ସନ୍ତୁଷ୍ଟ ରହିନାହାନ୍ତି ଗଂସୁ ,ସେ ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ଅଧିକ ରୋଜଗାର କରିବାର ଲକ୍ଷ୍ୟ ରଖିଛନ୍ତି । ଆସନ୍ତୁ ଜାଣିବା କିପରି ୫୦ ଟଙ୍କାରୁ ୫୦ ଲକ୍ଷ ଟଙ୍କାର ରାସ୍ତା ପ୍ରସ୍ତୁତ କଲେ ଗଂସୁ ।

gaonconnection.com

ଗଂସୁ ମେହେତାଙ୍କ ପାଖରେ ନିଜର ଜମି ଥିଲେ ମଧ୍ୟ ସେଥିରେ କୌଣସି ପ୍ରକାରର ଫସଲ ହେଉ ନ ଥିଲା । ଦ୍ୱାଦଶ ଶ୍ରେଣୀ ପରେ ଟଙ୍କା ଅଭାବରୁ ସେ ତାଙ୍କର ପାଠ ପଢ଼ା ଛାଡ଼ି ଟଙ୍କା ରୋଜଗାର ପାଇଁ ଘରଠାରୁ ୨୫ କିଲୋମିଟର ଦୂରକୁ ୫୦ ଟଙ୍କା ରୋଜଗାର କାରିବା ପାଇଁ ଯାଉଥିଲେ। ପ୍ରାୟ ୩ ବର୍ଷ ମଜୁରିଆ ଭାବେ କାମ କରିବା ପରେ ସେ ତାଙ୍କ ଜମିରେ ଚାଷ କାମ ଆରମ୍ଭ କରିବାର ନିଷ୍ପତ୍ତିି ନେଇଥିଲେ । ଏହାପରେ ସେ ଅନେକ ଜୈବିକ ଉପାଦନ ବ୍ୟବହାର କାରିବା ସହ ଜମିକୁ ଫସଲ ଉପଯୋଗୀ କରିଥିଲେ। ଏଥିରେ ପ୍ରଥମ ଥର ପାଇଁ ଫସଲ କରି ୨୦ ହଜାର ଟଙ୍କା ରୋଜଗାର କରିଥିଲେ ସେ । ବର୍ତ୍ତମାନ କିନ୍ତୁ ତାଙ୍କୁ ଫସଲରୁ ବର୍ଷକୁ ୫୦ ଲକ୍ଷ ଟଙ୍କାର ରୋଜଗାର ହେଉଛି।
ତେବେ ଗଂସୁଙ୍କର ଫସଲ କରି ଅଧିକ ରୋଜଗାର କରିବା ଲକ୍ଷ୍ୟ ନାହିଁ ବରଂ ସେ ଚାହାନ୍ତି କି ଅଧିକରୁ ଅଧିକ ବ୍ୟକ୍ତି ଫସଲ ପାଇଁ ଆକୃଷ୍ଟ ହୁଅନ୍ତୁ । ଯାହା ଦ୍ୱାରା ଦେଶରେ କୃଷକଙ୍କ ସଂଖ୍ୟା ବୃଦ୍ଧି ହେବା ସହ ଦେଶର ଉନ୍ନତି ମଧ୍ୟ ହେବ । ତେବେ ଏଥିପାଇଁ କୃଷି ବିଭାଗ ମଧ୍ୟ ତାଙ୍କୁ ଅନେକ ସମୟରେ କୃଷକଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିବା ପାଇଁ ନିମନ୍ତ୍ରଣ କରିଥାଏ।

ସମ୍ବନ୍ଧିତ ଖବର