ପୁଲ୍‌ଓ୍ଵାମା ଆକ୍ରମଣ: ସହିଦଙ୍କ ପରିବାରଙ୍କୁ ଆପଣ ସାହାଯ୍ୟ କରିବା ପାଇଁ ଚାହୁଁଛନ୍ତି କି? ଜାଣନ୍ତୁ ‘ଭାରତ କେ ବୀର୍‌’ କ’ଣ ଓ ଏହି ସବୁ ପ୍ରକ୍ରିୟାକୁ ଫଲୋ କରି ଡୋନେଟ୍‌ କରନ୍ତୁ

ପୁଲ୍‌ଓ୍ଵାମାରେ ସିଆର୍‌ପିଏଫ୍‌ ଜବାନଙ୍କ ଉପରେ ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିବା ୪୪ ଜଣ ଯବାନଙ୍କ ପରିବାରଙ୍କୁ ସରକାର ବିଭିନ୍ନ ପ୍ରକ୍ରାର ସହାୟତା ଯୋଗାଇ ଦେଉଛନ୍ତି। ଯଦି ଆପଣ ବି ଚାହୁଁଛନ୍ତି ସେମାନଙ୍କ ପରିବାର ବର୍ଗଙ୍କୁ ସାହାଯ୍ୟ କରିବା ପାଇଁ, ତା’ହେଲେ ଭାରତ ସରକାରଙ୍କ ଦ୍ୱାରା ମାନ୍ୟତା ପ୍ରାପ୍ତ ‘ଭାରତ କେ ବୀର୍‌’ ଜରିଆରେ ଆପଣ ମଧ୍ୟ ଡୋନେଟ୍‌ କରିପାରିବେ। ତେବେ, ଜାଣନ୍ତୁ କେମିତି ଅନ୍‌ଲାଇନ୍‌ ମାଧ୍ୟମରେ ଏଥିରେ ଆପଣ ଡୋନେଟ୍‌ କରିବେ….

 

 

ଏସ୍‌ବିଆଇ ବ୍ୟବହାରକାରୀ ଏମିତି ଡୋନେଟ୍‌ କରନ୍ତୁ
ଅନ୍‌ଲାଇନ୍‌ ବ୍ୟାଙ୍କିଙ୍ଗ୍‌ ଖୋଲି ପେମେଣ୍ଟ୍‌ ଅପ୍‌ସନ୍‌କୁ ଯାଇ ଅଦର୍‌ ପେମେଣ୍ଟ୍‌ ଅପ୍‌ସନ୍‌ ସେକ୍‌ସନ୍‌ରେ ଡୋନେସନ୍‌କୁ ଖୋଲି ‘ଭାରତ କେ ବୀର୍‌’କୁ ଟଙ୍କା ଟ୍ରନ୍ସ୍‌ଫର୍‌ କରିପାରିବେ।

 

ଅନ୍ୟ ବ୍ୟାଙ୍କ୍‌ ଉପଭୋକ୍ତା ଏମିତି କରିପାରିବେ ଡୋନେଟ୍‌
ବ୍ୟାଙ୍କ୍‌ ଆକାଉଣ୍ଟ୍‌ ନାମ: ଭାରତ କେ ବୀର୍‌
ଆକାଉଣ୍ଟ୍‌ ନମ୍ବର: ୩୬୭୨୪୫୦୮୯୨୫
ଶାଖା: ନୂଆଦିଲ୍ଲୀ ମୁଖ୍ୟ ଶାଖା (୦୬୯୧)
ଆଏଫ୍‌ଏସ୍‌ସି କୋଡ୍‌: SBIN0000691

 

ୟୁପିଆଇ ଉପଭୋକ୍ତା ଏହି ଆଡ୍ରେସ୍‌ରେ କରିପାରିବେ ଡୋନେଟ୍‌
bharatkeveer@sbi

 

ପେଟିଏମ୍‌ ଉପଭୋକ୍ତା ଏହି ମାଧ୍ୟମରେ ଡୋନେଟ୍‌ କରନ୍ତୁ
ପେଟିଏମ୍‌ର ମୁଖ୍ୟ ପେଜ୍‌ରେ ଥିବା ସମସ୍ତ ଆଇକନ୍‌ ଭିତରେ ରହିଛି ‘ସିଆର୍‌ପିଏଫ୍‌ ବ୍ରେଭ୍‌ହାର୍ଟ୍ସ୍‌’, ଏହାକୁ ଖୋଲି ଆପଣ ଡୋନେଟ୍‌ କରିପାରିବେ।

 

ଫିଚର୍‌ ଫୋନ୍‌ ବ୍ୟବହାରକାରୀ ମଧ୍ୟ ଏପରି ଡୋନେଟ୍‌ କରିପାରିବେ
ପ୍ରଥମେ ୟୁପିଆଇ ରେଜିଷ୍ଟ୍ରେସନ୍‌ କରନ୍ତୁ, ତା’ପରେ *99# ଟାଇପ୍‌ କରି ଭିପିଏ କିମ୍ବା ୟୁପିଆଇ ମାଧ୍ୟମରେ ‘bharatkeveer@sbi’କୁ ଡୋନେଟ୍‌ କରିପାରିବେ।

 

ସମ୍ବନ୍ଧିତ ଖବର