ବିବାହ ସମୟରେ ଏଭଳି ଭାବରେ ପତ୍ନୀ ଅଙ୍କିତାଙ୍କୁ ଗୋଲାପ ଫୁଲ ଦେଇଥିଲେ ସହିଦ୍‌ ମେଜର ଢ଼ୌଣ୍ଡିଆଲ, ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ

ନୂଆଦିଲ୍ଲୀ : ଫେବୃଆରି ୧୪ରେ ଅତଙ୍କବାଦୀ ଆକ୍ରମଣର ଶିକାର ହୋଇ ୪୦ଜଣ ଯବାନ ସହିଦ୍‌ ହେବା ପରେ ଫେବୃଆରୀ ୧୮ରେ ହୋଇଥିବା ଏନ୍‌କାଉଣ୍ଟରରେ ସହିଦ୍‌ ହୋଇଥିଲେ ମେଜର ବିଭୂତି ଶଙ୍କର ଢ଼ୌଣ୍ଡିଆଲ । ମେଜର ଢ଼ୌଣ୍ଡିଆଲ ଡେରାଡୁନ୍‌ର ବାସିନ୍ଦା ଥିବା ବେଳେ ପ୍ରାୟ ୧୦ମାସ ପୂର୍ବରୁ ତାଙ୍କର ବିବାହ ନିକିତା କୌଲଙ୍କ ସହ ହୋଇଥିଲା । ତାଙ୍କ ସହିଦ୍‌ ହେବାର ଖବର ଆସିବା ପରେ ଚାରିଆଡ଼େ ଶୋକର ଛାୟା ଖେଳି ଯାଇଥିବା ବେଳେ ତାଙ୍କ ପତ୍ନୀ ନିକିତା ମନକୁ ଦମ୍ଭ କରି ମେଜର ଢ଼ୌଣ୍ଡିଆଲଙ୍କୁ ବିଦାୟ ଦେଇଥିବା ଦେଖା ଯାଇଥିଲା । ତୁମ ପରେ ମୁଁ ତୁମ ପରିବାର ଯତ୍ନ ନେବି ବିଭୁ । । ଆଇ ଲଭ୍‌ ୟୁ ବୋଲି ନିକିତା ମେଜର ଢ଼ୌଣ୍ଡିଆଲଙ୍କୁ କହୁଥିବାର ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହୋଇଥିଲା । ଏବେ ମେଜର ଢ଼ୌଣ୍ଡିଆଲ ଏବଂ ନିକିତାଙ୍କ ବିବାହ ସମୟର ଏକ ଭିଡିଓ ସୋସିଆଲ ମିଡିଆରେ ପୁଣି ଭାଇରାଲ ହେବାରେ ଲାଗିଛି ।

ଭିଡିଓରେ, ଦୁହେଁ ଖୁବ୍‌ ଖୁସିରେ ନାଚୁଥିବା ସହ ମେଜର ଢ଼ୌଣ୍ଡିଆଲ ନିକିତାଙ୍କୁ ଆଲିଙ୍ଗନ କରୁଥିବା ଦେଖା ଯାଇଛି । ଏହା ସହ ସେ ଗୋଲାପ ଦେଇ ନିକିତାଙ୍କୁ ପ୍ରେମ ନିବେଦନ ମଧ୍ୟ କରୁଥିବା ଭିଡିଓରେ ଦେଖିବାକୁ ମିଳିଛି । ଏହି ଭିଡିଓ ସୋସିଆଲ ମିଡିଆକୁ ଆସିବା ପରେ ସାରା ଦେଶବାସୀ ଭାବବିହ୍ଵଳ ହୋଇଥିବା ଦେଖା ଯାଇଛି ।

ସମ୍ବନ୍ଧିତ ଖବର