ବ୍ରେନ୍ ଡେଡ୍ ହେବା ପରେ ନିଜ ଶରୀରର ଅଙ୍ଗ ଦାନ କରି ୩ଜଣଙ୍କ ଜୀବନ ବଞ୍ଚାଇଲେ ମହିଳା
ପୁଣେ : ପୁଣେର ଜଣେ ମହିଳାଙ୍କ ପାଇଁ ୩ଜଣ ନୂଆ ଜୀବନ ଫେରି ପାଇଛନ୍ତି । ଯାହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ଦୁର୍ଘଟଣାଗ୍ରସ୍ତ ହେବା ପରେ ମହିଳାଙ୍କ ବ୍ରେନ୍ ଡେଡ୍ ହୋଇ ଯାଇଥିବା ନେଇ ଡ଼ାକ୍ତର ଘୋଷଣା କରିବା ପରେ ତାଙ୍କର ଯକୃତ ଏବଂ କିଡ୍ନୀ ୩ଜଣ ରୋଗୀଙ୍କୁ ଦାନ କରାଯାଇଥିଲା । ଯାହା ଦ୍ୱାରା ସେମାନେ ନୂଆ ଜୀବନ ଫେରି ପାଇଥିବା ଜଣା ପଡ଼ିଛି ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ, ମେ’ ୨୮ରେ ଘରକୁ ଫେରୁଥିବା ବେଳେ ରାତି ପ୍ରାୟ ୧୧ଟା ସମୟରେ ଦୁର୍ଘଟଣାର ଶିକାର ହୋଇଥିଲେ ମହିଳା । ତୁରନ୍ତ ତାଙ୍କୁ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ ମସ୍ତିଷ୍କ କାମ କରୁ ନଥିବା ଦେଖା ଯାଇଥିଲା । ତୁରନ୍ତ ତାଙ୍କର ସର୍ଜରୀ କରାଯାଇଥିଲେ ମଧ୍ୟ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ନ ଆସିବା ସହ ମେ’ ୨୯ରେ ଡ଼ାକ୍ତର ତାଙ୍କୁ ବ୍ରେନ୍ ଡେଡ୍ ବୋଲି ଘୋଷଣା କରିଥିଲେ । ଏହା ପରେ ପରେ ମହିଳାଙ୍କ ଯକୃତ ନାସିକର ଆପୋଲୋ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣେ ରୋଗୀଙ୍କୁ ଦିଆ ଯାଇଥିଲା । ଗୋଟେ କିଡ୍ନୀ ଜାହାଙ୍ଗିର ହସ୍ପିଟାଲରେ ଚିକିତ୍ସିତ ରୋଗୀଙ୍କୁ ଦିଆଯାଇଥିବା ବେଳେ ଅନ୍ୟଟି ଦୀନାନାଥ ମଙ୍ଗେସକର ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଅନ୍ୟଜଣେ ରୋଗୀଙ୍କୁ ଦାନ କରାଯାଇଥିଲା ।