୨୦୦ ଟଙ୍କାର ଲଟେରି କିଣି କୋଟିପତି ହେଲେ ପଞ୍ଜାବର ପୁଲିସ କନେଷ୍ଟବଳ

ଚଣ୍ଡିଗଡ଼: ପଞ୍ଜାବ ପୁଲିସର ଜଣେ କନେଷ୍ଟବଳ ରାତା ରାତି କୋଟିପତି ପାଲଟି ଯାଇଥିବା ଜଣା ପଡ଼ିଛି । ମାତ୍ର ୨୦୦ ଟଙ୍କାର ଲଟେରି କିଣି ଜଣେ କନେଷ୍ଟବଳ ମାଲାମାଲ ହୋଇଯିବା ଘଟଣାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି । ୨୦୦ ଟଙ୍କା ଦେଇ ୨କୋଟି ଟଙ୍କା ଜିତିଥିବା ଅଶୋକ କୁମାରଙ୍କ ଖୁସିର ଠିକଣା ନାହିଁ । ଅଶୋକ ଏବେ ସଦର ପୁଲିସ ଷ୍ଟେସନ ହୋସିଆରପୁରରେ ନିଯୁକ୍ତ ଥିବା ଜଣା ପଡ଼ିଛି । ପ୍ରଥମେ ୨କୋଟି ଜିତିବା ନେଇ ଅଶୋକଙ୍କୁ ବିଶ୍ୱାସ ହୋଇ ନଥିବା ବେଳେ ପରେ ଅନ୍‌ଲାଇନ୍‌ ଚେକ୍‌ କରିବା ପରେ ସେ ବିଶ୍ୱାସ କରି ପାରିଥିଲେ ।

India TV

ସୂଚନା ମୁତାବକ,କ ନେଷ୍ଟବଳ ଅଶୋକ କୁମାର ମାହିଲପୁରର ହୋଇଥିବା ବେଳେ ୨୦୧୦ରେ ସେ ପୁଲିସ ସେବାରେ ଭର୍ତ୍ତି ହୋଇଥିଲେ । ମକର ସଂକ୍ରାନ୍ତିର ୧୫ଦିନ ପୂର୍ବରୁ ସେ ପୁଲିସ ଥାନାରେ ହିଁ ଲଟେରି ଟିକେଟ କିଣିଥିଲେ । ଟିକେଟ କିଣିବା ପରେ ଜାନୁଆରି ୧୬ରେ ସେ ୨କୋଟି ଟଙ୍କା ଜିତିଥିବାର ଖବର ମିଳିଥିଲା । ୨କୋଟି ଜିତିବା ପରେ ସେ ସହି ଟଙ୍କାକୁ ବ୍ୟାଙ୍କରେ ରଖିବେ ବୋଲି କହିଛନ୍ତି । ୨କୋଟିରୁ ୩୦ପ୍ରତିଶତ ଟ୍ୟାକ୍ସ କଟିବା ପରେ ପଞ୍ଜାବ ସରକାର ଅଶୋକଙ୍କୁ ବାକି ଟଙ୍କା ଦେବେ ବୋଲି ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର