ଗୋଟିଏ ଫୋନ କଲ ବଦଳାଇଲା ଜୀବନ, ଚାହୁଁ ଚାହୁଁ ବନିଗଲେ କୋଟିପତି

ନୂଆଦିଲ୍ଲୀ : କଥାରେ ଅଛି- ଭାଗ୍ୟ ବଦଳିବାରେ ସମୟ ଲାଗେ ନାହିଁ । ଜଣଙ୍କ ଭାଗ୍ୟ କାହାକୁ ନେଇ କେଉଁଠି ପହଞ୍ଚାଇବ, ତାହା କେହି କହି ପାରିବେ ନାହିଁ । ଏବେ ସେଭଳି କିଛି ଘଟିଛି ପଞ୍ଜାବର ଅବତାର୍‌ ସିଂହଙ୍କ ସହ । ତାଙ୍କ ପାଖକୁ ଆସିଥିବା ଏକ ଫୋନ କଲ୍‌ ତାଙ୍କର ଭାଗ୍ୟ ବଦଳାଇ ଦେଇଛି । ଚାହୁଁ ଚାହୁଁ ସେ ବନିଛନ୍ତି କୋଟିପତି । ପଞ୍ଜାବ ରାକ୍ଷୀ ବମ୍ପର ତାଙ୍କୁ କୋଟିପତି ବନାଇଥିବା ଜଣା ପଡ଼ିଛି । ତେବେ ଦେଢ଼ କୋଟି ଟଙ୍କା ଜିତିବା ପରେ ସେ ଜିତିଥିବା ଟଙ୍କାକୁ ନିଜ ପିଲାଙ୍କ ଭବିଷ୍ୟତ ସୁଧାରିବାରେ ଲଗାଇବେ ବୋଲି କହିଛନ୍ତି ।

Image result for punjab-patiala-man-wins-rs-1-5-crore-lottery
Zee Business

ସୂଚନା ମୁତାବକ, ୧୫ବର୍ଷ ଧରି ଲଟେରି ଟିକେଟ କିଣୁଥିଲେ ମଧ୍ୟ କେବେ ସେ ଜିତିବାରେ ସଫଳ ହୋଇ ନଥିଲେ । ଚଳିତ ବର୍ଷ ତାଙ୍କର ଇଚ୍ଛା ନଥିଲେ ମଧ୍ୟ ସେ ଲଟେରି ଟିକେଟ କିଣିଥିଲେ । ଇଚ୍ଛା ନଥାଇ ମଧ୍ୟ ତାଙ୍କର ଭାଗ୍ୟ ଖୋଲିବା ସହ ଲଟେରି ଜିତିଥିଲେ ଅବତାର । ମଙ୍ଗଳବାର ଲଟେରି ବିଭାଗ ଅଧିକରୀଙ୍କୁ ଅବତାର ନିଜର ପ୍ରମାଣପତ୍ର ଦେବା ସହ ଖୁବ୍‌ ଶୀଘ୍ର ସେ ଜିତିଥିବା ରାଶି ତାଙ୍କୁ ଦେଇ ଦିଆଯିବ ବୋଲି ଲଟେରି ବିଭାଗ ପକ୍ଷରୁ କୁହାଯାଇଛି ।

ସମ୍ବନ୍ଧିତ ଖବର