ପଞ୍ଜାବ ପୁଲିସରେ ଅଛନ୍ତି ଏହି ହେଡ କନେଷ୍ଟବଳ, ଯାହାଙ୍କ ଉଚ୍ଚତା ୭ଫୁଟ ୬ଇଞ୍ଚ

ନୂଆଦିଲ୍ଲୀ: ପଞ୍ଜାବ ପୁଲିସରେ କାମ କରୁଥିବା ଜଗଦୀପ ସିଂହଙ୍କ ଫଟୋକୁ ଦେଖି ଆପଣଙ୍କ ତାଙ୍କ ଉଚ୍ଚତାର ଅନୁମାନ ଲଗାଇ ସାରିବେଣି। ଜଗଦୀପଙ୍କ ଉଚ୍ଚତା ୭ଫୁଟ ୬ଇଞ୍ଚ ଥିବା ବେଳେ ଓଜନ ୧୯୦କିଲୋଗ୍ରାମ୍‌ ରହିଛି। ତେବେ ଜଗଦୀପଙ୍କ ଏହି ଉଚ୍ଚତା ପାଇଁ ତାଙ୍କୁ ଅନେକ ସମୟରେ ବିଭିନ୍ନ ପ୍ରକାର ଅସୁବିଧାର ସାମ୍ନା କରିବାକୁ ପଡ଼ିଥାଏ।

news18

ଯେମିତି କି ସେ ପୁଲିସ ଷ୍ଟେସନ୍‌ ହେଉ ଅବା ଅନ୍ୟ କୌଣସି ସ୍ଥାନ ପ୍ରଥମେ ଯେଉଁଠାରେ ବସିବାକୁ ଯାଆନ୍ତି ସେଠାକାର ଚୌକିକୁ ସଠିକ୍‌ ଭାବେ ଯାଞ୍ଚ କରନ୍ତି କି ତାହା ମଜବୁତ ଅଛି କି ନାହିଁ। ୩୫ବର୍ଷୀୟ ହେଡ କନେଷ୍ଟବଳ ଜଗଦୀପଙ୍କ କହିବାନୁସାରେ, ମୁଁ ଯେତେବେଳେ ବି ଚୌକିରେ ବସେ କାନ୍ଥକୁ ଲଗାଇ ବସେ। ନହେଲେ ଭାଙ୍ଗି ଯିବାର ଭୟ ରହିଥାଏ। କାରଣ ଏମିତି ଘଟଣା ମୋ’ ସହିତ ଅନେକ ଥର ଘଟି ସାରିଛି। ମୁଁ କୌଣସି ପୁଲିସ ଷ୍ଟେସନ୍‌ରେ କାମ କରି ପାରେ ନାହିଁ। ଏଥିପାଇଁ ସୁରକ୍ଷା ଦୃଷ୍ଟିରୁ ମୋତେ ଅନେକ ସମୟରେ ସମ୍ଭେଦନଶୀଳ ସ୍ଥାନମାନଙ୍କରେ ନିୟୋଜିତ କରାଯାଇଥାଏ।

news18

କେବଳ ଏତିକି ନୁହେଁ ଡିୟୁଟି ସମୟରେ ଯଦି କୌଣସି ସ୍ଥାନକୁ ଯିବାକୁ ପଡେ ତାହାଲେ ପୁଲିସ ଗାଡ଼ିର ବି ବ୍ୟବହାର କରି ହୁଏ ନାହିଁ। ନିଜ ମୋଟରସାଇକେଲରେ ସେ ଯିବା ଆସିବା କରି ଥାଆନ୍ତି। ଫଳରେ ଇନ୍ଧନ ଖର୍ଚ୍ଚ ବି ତାଙ୍କ ପକେଟରୁ ଯାଇଥାଏ। ୧୦ବର୍ଷର ପୁଅର ବାପା ଜଗଦୀପଙ୍କ ବିବାହ ପାଇଁ ଝିଅ ଖୋଜିବାରେ ବହୁତ ଅସୁବିଧା ହୋଇଥିଲା। ବହୁକଷ୍ଟରେ ତାଙ୍କ ପାଇଁ ୫ଫୁଟ ୧୧ଇଞ୍ଚ ଉଚ୍ଚତାର ଝିଅ ମିଳିଲା, ଯାହାଙ୍କୁ ସେ ବିବାହ କରିଥିଲେ।

ସମ୍ବନ୍ଧିତ ଖବର