ଛୁଟି କାଟି ଘରକୁ ଫେରୁଥିବା ବେଳେ ପର୍ଯ୍ୟଟକଙ୍କ ଗାଡ଼ି ଉପରକୁ ଚଢ଼ି ଗଲା ଅଜଗର

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାର ଏକ ଅଜଗର ସାପର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଛି। ଭାଇରାଲ ହୋଇଥିବା ଭିଡିଓରେ ଏକ  ବିରାଟ ବଡ଼ ଅଜଗର ସାପ ଏକ କାର୍‌ ଉପରକୁ ଚଢ଼ି ଯାଉଥିବା ଦେଖିବାକୁ ମିଳୁଛି। ଅଜଗରକୁ କାର୍‌ ଉପରେ ଚଢ଼ୁଥିବା ଦେଖି ତା’ ଭିତରେ ବସିଥିବା ଯାତ୍ରୀ ଭୟଭୀତ ହୋଇଯାଉଛନ୍ତି।

କାର ଉପରେ ସାପ ଚଢ଼ୁଥିବା ଦେଖିବା ପରେ ଜଣେ ବ୍ୟକ୍ତି ଅଜଗର ଲାଞ୍ଜକୁ ଟାଣିବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ସାପଟି ପ୍ରତିଆକ୍ରମଣ କରିବା ପାଇଁ ରାସ୍ତା ଉପରେ ଛିଡା ହୋଇଥିବା ପର୍ଯ୍ୟଟକଙ୍କ ଲାଣ୍ଡ ରୋଭର୍‌ କାରରେ ଚଢ଼ି ଯାଉଛି। ଏହା ଦେଖି ଡ୍ରାଇଭର୍‌ ଜଣକ ଭୟରେ ତୁରନ୍ତ ଗାଡ଼ିକୁ ପଛକୁ ନେଇ ଯାଉଛନ୍ତି। ଗାଡ଼ି ପଛକୁ ଯାଉଥିବା ସତ୍ତ୍ୱେ ସାପଟି ସେପରି ଗୋଡାଇ ଗୋଡାଇ ଯାଉଛି ଏବଂ କିଛି ସମୟ ଏପରି ଗୋଡ଼ାଇବା ପରେ ରାସ୍ତାପାର୍ଶ୍ୱରେ ଥିବା ଏକ ବୁଦା ଭିତରକୁ ଅଜଗରଟି ଚାଲିଯାଉଛି।

ତେବେ ଏହି ଘଟଣାଟି ଦକ୍ଷିଣ ଆଫ୍ରିକାରରେ ଘଟିଛି। ମୋଜାମ୍ବିକରୁ ଛୁଟି କାଟି କିଛି ପର୍ଯ୍ୟଟକ ଘରକୁ ଫେରୁଥିବା ସମୟରେ ଏଭଳି ଘଟଣାର ସାମ୍ନା କରିଥିଲେ।

ସମ୍ବନ୍ଧିତ ଖବର