ସେଲଫି ନେବା ବେଳେ ଗଳାରେ ଗୁଡ଼ାଇ ହୋଇଗଲା ଅଜଗର, ତା’ପରେ କ’ଣ ହେଲା ଜାଣନ୍ତୁ

ନୂଆଦିଲ୍ଲୀ: ସେଲଫି ନିଶା ଆଜିକାଲି ସମସ୍ତଙ୍କୁ ଘାରିଛି। ସେଲଫି ନେବା ସମୟରେ କେତେକଙ୍କ ମୃତ୍ୟୁ ହୋଇଥିବାର ଘଟଣା ସାମ୍ନାକୁ ଆସିଛି। ତେବେ ନିକଟରେ ପଶ୍ଚିବବଙ୍ଗରେ ଲୋକମାନେ ଏକ ଅଜଗର ସହିତ ସେଲଫି ନେଉଥିବା ସମୟରେ ଫରେଷ୍ଟ ରେଞ୍ଜ ଅଫିସରଙ୍କ ଗଳାରେ ଅଜଗର ଗୁଡାଇ ହୋଇଯାଇଥିଲା। ଫଳରେ ସେ ଉପସ୍ଥିତ ବୁଦ୍ଧି ଖଟାଇ ଅଜଗର ଶିକାରରୁ ନିଜକୁ ରକ୍ଷା କରି ପାରିଥିଲେ।

ସୂଚନାଯୋଗ୍ୟ, ବୈକୁଣ୍ଠପୁରର ଫରେଷ୍ଟ ରେଞ୍ଜ ଅଫିସର ସଞ୍ଜୟ ଦତ୍ତା ଏକ ବିଶାଳ ଅଜକରକୁ ଗ୍ରାମରୁ ଧରିଥିଲେ। ଏହି ଅଜଗରକୁ ଦେଖିବା ପାଇଁ ଲୋକଙ୍କ ପ୍ରବଳ ଭିଡ ଜମି ଥିଲା। ଲୋକମାନେ ଅଜଗରକୁ ତାଙ୍କ କାନ୍ଧ ଉପରେ ରଖି ଫଟୋ ଉଠାଇବାକୁ କହିଥିଲେ। ଏହାପରେ ଫରେଷ୍ଟ ରେଞ୍ଜ ଅଫିସର ସଞ୍ଜୟ ଦତ୍ତା ଫଟୋ ପାଇଁ ପୋଜ ଦେଉଥିବା ସମୟରେ ତାଙ୍କ ହାତରୁ ଅଜଗରଟି ଖସି ଯାଇଥିଲା । ଫଳରେ ଅଜଗରଟି ତାଙ୍କ ଗଳାରେ ଗୁଡ଼ାଇ ହେବା ପାଇଁ ଚେଷ୍ଟା କରିଥିଲା। ସେ ସଙ୍ଗେସଙ୍ଗେ ଅଜଗରକୁ ଗଳାରୁ କଳେବଳେ କୌଶଳେ ବାହାର କରି କାବୁ କରି ନେଇଥିଲେ।

ସମ୍ବନ୍ଧିତ ଖବର