ଜାଣନ୍ତୁ ବିଶ୍ୱବିଜୟୀ ‘ଆଲେକ୍‌ଜେଣ୍ଡର୍‌ ଦ ଗ୍ରେଟ୍‌’ କହିଥିବା ବଛା ବଛା କିଛି କଥା

ଆଲେକ୍‌ଜେଣ୍ଡର୍‌ ଦ ଗ୍ରେଟ୍‌ ନାମ କାନରେ ପଡ଼ିଲେ ବିଶ୍ୱବିଜୟୀ ଶବ୍ଦଟି ଆପେ ମନକୁ ଆସିଯାଏ। ଖୁବ୍‌ କମ୍‌ ବର୍ଷ ବୟସରେ ଗୋଟିଏ ପରେ ଗୋଟିଏ ସାମ୍ରାଜ୍ୟ ଜୟ କରି ସେ ପାଲଟି ଯାଇଥିଲେ ଜଣେ ମହାନ ଯୋଦ୍ଧା। ତତ୍‌କାଳୀନ ଗ୍ରୀକ୍‌ର ସମ୍ରାଟ ଆଲେକ୍‌ଜେଣ୍ଡର୍‌ ମାତ୍ର ୩୦ ବର୍ଷ ବୟସ ମଧ୍ୟରେ ଅଧିକରୁ ଅଧିକାଂସ ସାମ୍ରାଜ୍ୟର ଅଧିପତି ବନି ସାରିଥିଲେ। ଆଜି ତାଙ୍କ ସଂପର୍କରେ କିଛି ଜାଣିବା। ଚାଲନ୍ତୁ ଜାଣିବା ଆଲେକ୍‌ଜେଣ୍ଡର୍‌ ଦ ଗ୍ରେଟ୍‌ କହିଯାଇଥିବା କିଛି କଥା।

: ମେଣ୍ଡା ଚାଳନ କରୁଥିବା କୌଣସି ସିଂହର ସେନାକୁ ମୁଁ ଡରେ ନାହିଁ; ବରଂ ସିଂହ ଦ୍ୱାରା ପରିଚାଳିତ ହେଉଥିବା ମେଣ୍ଡା ସେନାକୁ ମୁଁ ଭୟକରେ।

: ବଞ୍ଚି ରହିଛି ଜେଣୁ ମୋ ବାପାଙ୍କ ପାଖେ ମୁଁ ଋଣୁ; ଭଲ କରି ବଞ୍ଚିଛି ଜେଣୁ ମୋ ଶିକ୍ଷକଙ୍କ ପାଖେ ମୁଁ ଋଣି।

: ଯିଏ ଚେଷ୍ଟା କରିବ ତାହା ପାଇଁ ଅସମ୍ଭବ କିଛି ନାହିଁ।

: ବୟସ ବଢ଼ିଲେ ଜଣେ ପରିପକ୍ୱ ହୁଏନାହିଁ, ଅଭିଜ୍ଞତା ମଣିଷକୁ ପରିପକ୍ୱ କରାଏ।

: ଶରୀରକୁ ପୋତି ଦେବା ପରେ ମୋ ଖାଲି ହାତକୁ ବାହାରକୁ ରଖିବ। ଫଳରେ ଲୋକ ଜାଣିବେ ବିଶ୍ୱବିଜୟୀ ଆଲେକ୍‌ଜାଣ୍ଡାର ଖାଲି ହାତରେ ଚାଲିଗଲେ।

ସମ୍ବନ୍ଧିତ ଖବର