ଶେଷରେ ଲକ୍ଷ୍ମଣଙ୍କୁ ଏହି ତିନି ଉପଦେଶ ଦେଇଥିଲେ ମହାଜ୍ଞାନୀ ରାବଣ, ରାବଣଙ୍କଠାରୁ ଜ୍ଞାନ ନେବାକୁ ରାମ ଦେଇଥିଲେ ପରାମର୍ଶ

ସାନଭାଇ ଲକ୍ଷ୍ମଣଙ୍କ ଉଜ୍ୱଳ ଭବିଷ୍ୟତ ବିଷୟରେ ଚିନ୍ତା କରି ପ୍ରଭୁ ଶ୍ରୀ ରାମ ଚନ୍ଦ୍ର ଭାଇ ଲକ୍ଷ୍ମଣଙ୍କୁ ରାବଣଙ୍କ ନିକଟରୁ ଜ୍ଞାନ ଆହୋରଣ କରିବା ପାଇଁ କହିବାରୁ ଲକ୍ଷ୍ମଣ ଯାଇ ରାବଣଙ୍କ ନିକଟରେ ଠିଆ ହୋଇଗଲେ। ପୁଣି ଶ୍ରୀରାମ କହିଲେ ଯେ ଯଦି କାହା ନିକଟରୁ ଜ୍ଞାନ ପାଇବାର ଥାଏ ତେବେ ତାଙ୍କ ମୁଣ୍ଡ ସହ ମୁଣ୍ଡ ମିଶାଇ ନୁହେଁ ପାଦରେ ମୁଣ୍ଡ ନୁଆଁଇ ନତମସ୍ତକ ହେବାକୁ ହୁଏ। ଭାଇଙ୍କ ଉପଦେଶ ମୁତାବକ ଲକ୍ଷ୍ମଣ ରାବଣଙ୍କୁ ଜ୍ଞାନ ଦେବା ପାଇଁ ନବେଦନ କଲେ। ଶ୍ରୀଲକ୍ଷ୍ମଣଙ୍କୁ ସଫଳତାର ବାଟ ବତାଇବାକୁ ଯାଇ ମହାଜ୍ଞାନୀ ରାବଣ ମୁଖ୍ୟତଃ ତିନୋଟି ଉପଦେଶ ଦେଇଥିଲେ। ରାବଣ ଉପଦେଶ ଦେଇଥିବା ସେହି ତିନୋଟି କଥା ମାନିଲେ ଯେକେହି ବି ଜୀବନରେ ସଫଳ ହୋଇପାରିବେ ଏଥିରେ ସନ୍ଦେହ ନାହିଁ।

-ରାବଣ ଦେଇଥିବା ପ୍ରଥମ ଉପଦେଶ ହେଉଛି ଶୁଭ କାର୍ଯ୍ୟକୁ ଖୁବ୍‌ ଶୀଘ୍ର କରିବା ଉଚିତ। ଅଶୁଭ କାର୍ଯ୍ୟକୁ ଯେତେ ଦୂରେଇ ପାରିବା ଭଲ। କଥାରେ ଅଛି ଶୁଭସ୍ୟ ଶୀଘ୍ରମ। ମୋର ପ୍ରଭୁ ଶ୍ରୀରାମଙ୍କୁ ଶୀଘ୍ର ଚିହ୍ନିବାର ଆବଶ୍ୟକତା ଥିଲା। ମୁଁ ଚିହ୍ନିବାରେ ବିଳମ୍ବ କରିବାରୁ ଏପରି ହୋଇଛି।

-ରାବଣ ଦେଇଥିବା ଦ୍ୱିତୀୟ ଉପଦେଶ ହେଉଛି ନଜର ପ୍ରତିଦ୍ୱନ୍ଦ୍ୱି ବା ଶତ୍ରୁଙ୍କୁ କେବେ ବି ଛୋଟ ଭାବିବ ନାହିଁ। ମୁଁ ଯେଉଁମାନଙ୍କୁ ସାଧାରଣ ବାନର ଓ ଭାଲୁ ଭାବିଥିଲି ସେଇ କ୍ଷୁଦ୍ର ଯିବମାନେ ମିଶି ମୋର ପୂରା ସେନା ନଷ୍ଟ କରିଦେଲେ।

-ରାବଣ ଲକ୍ଷ୍ମଣଙ୍କୁ ଦେଇଥିବା ତୃତୀୟ ଏବଂ ଅନ୍ତିମ ଉପଦେଶଟି ହେଉଛି ନିଜ ଜୀବନର କୌଣସି ରହସ୍ୟମୟ ବିଷୟକୁ ଅନ୍ୟ ସମ୍ମୁଖରେ କହିବା ଅନୁଚିତ। ମୁଁ ମୋର ଭାଇ ବିଭୀଷଣକୁ ବିଶ୍ୱାସରେ ମୋର ମୃତ୍ୟୁର ରହସ୍ୟ କହିଥିଲି, ତାହା ମୋ ଜୀବନର ସବୁଠାରୁ ବଡ଼ ଭୁଲ୍‌ ଥିଲା। ଯେଉଁଥିପାଇଁ ମୁଁ ଆଜି ମରିବାକୁ ଯାଉଛି।

ସମ୍ବନ୍ଧିତ ଖବର