ଅଳିଆ ସଫା କରୁଥିବା ଜଣେ ପିତାଙ୍କ ପୁଅକୁ ମିଳିଲା ଏମ୍‌ସରେ ଡାକ୍ତରି କରିବାର ସୁଯୋଗ!

0 485

ଅଳିଆ ସଫା କରୁଥିବା ଜଣେ ପିତାଙ୍କ ପୁଅ ଏମ୍‌ସରେ ଡାକ୍ତରି ପାଠ ପଢ଼ିବା ପାଇଁ ସୁଯୋଗ ପାଇବା ନିଶ୍ଚିତ ଭାବେ ଗର୍ବର ବିଷୟ। ଗରିବ ଘରେ ଜନ୍ମ ହୋଇ ଏହି ଛାତ୍ର ଜଣକ ନିଜର ଦୃଢ଼ ମନୋବଳ ଦ୍ୱାରା ଆଜି ଏଭଳି ସଫଳତା ପାଇପାରିଛନ୍ତି। ଏହି ଛାତ୍ରଜଣକ ହେଲେ ମଧ୍ୟପ୍ରଦେଶର ଆଶାରାମ ଚୌଧୁରି।

ମଧ୍ୟପ୍ରଦେଶରେ ଅଳିଆ ସଫା କରୁଥିବା ଜଣେ ପିତାଙ୍କ ପୁଅ ଆଶାରାମ ଚୌଧୁରିଙ୍କୁ ଜୋଧପୁରରେ ଅଲ୍‌ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଫର ମେଡିକାଲ ସାଇନ୍‌ସ (ଏମ୍‌ସ)ରେ ଏମବିବିଏସ କରିବା ପାଇଁ ଆଡମିଶନ ମିଳିଛି। ସାଧାରଣତଃ ଗରିବ ଲୋକମାନେ ତାଙ୍କ ପିଲାମାନଙ୍କୁ ଟଙ୍କା ଅଭାବରୁ ପାଠପଢାଇ ପାରିନଥାନ୍ତି। ଉଚ୍ଚ ଶିକ୍ଷା ଦେବାକୁ ହେଲେ ଅଧିକ ଟଙ୍କା ଦରକାର ପଡିଥାଏ। ଯାହାଫଳରେ ଅଭାବ ଅନାଟନରେ ଚଳୁଥିବା ଲୋକମାନେ ତାଙ୍କ ପିଲାମାନଙ୍କୁ ଉଚ୍ଚ ଶିକ୍ଷା ଦେଇ ପାରିନଥାନ୍ତି।

Panda Mobile only

କିନ୍ତୁ ଜୋଧପୁରରେ ବାସ କରୁଥିବା ଏକ ପରିବାର ଅତ୍ୟଧିକ ଗରିବ ହୋଇଥିବା ସତ୍ୱେ ମଧ୍ୟ ତାଙ୍କ ପୁଅ ଆଶାରାମକୁ ଉଚ୍ଚ ଶିକ୍ଷା ଗ୍ରହଣ କରିବା ପାଇଁ ପ୍ରେରିତ କରିଛନ୍ତି। ପିଲାର ପାଠପଢାରେ ଆଗ୍ରହ ଦେଖି ପରିଜନଙ୍କ ସହ ଗାଁର କେତେକ ଲୋକ ମଧ୍ୟ ଆଶାରାମଙ୍କୁ ସାହାଯ୍ୟ କରିଛନ୍ତି। ଏନେଇ ଆଶାରାମ କହିଛନ୍ତି ତାଙ୍କ ଏହି ସଫଳତା ପଛରେ ପିତା ମାତା ଏବଂ ନବୋଦୟ ବିଧାୟକଙ୍କ ବହୁତ ବଡ ଭୁମିକା ରହିଛି । ଏମାନେ ଆଶାରାମଙ୍କୁ ଆଗକୁ ବଢିବାକୁ ସର୍ବଦା ପ୍ରେରିତ କରିଛନ୍ତି। ଏଥି ସହିତ ଦକ୍ଷିଣା ସଂସ୍ଥା ଆଶାରାମଙ୍କୁ ଆର୍ଥିକ ରୂପରେ ଅନେକ ସାହାଯ୍ୟ କରିଥିବାରୁ ସେ ଦକ୍ଷିଣା ସଂସ୍ଥାକୁ ଧନ୍ୟବାଦ ଜ୍ଞାପନ କରିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ସେ ଯେତେବେଳେ ପଞ୍ଚମ ଶ୍ରେଣୀରେ ପାଠ ପଢୁଥିଲେ ସେତେବେଳେ ଗାଁର ଜଣେ ଡାକ୍ତରଙ୍କ ଠାରୁ ପ୍ରେରିତ ହୋଇ ସେ ଡାକ୍ତର ହେବା ପାଇଁ ଇଚ୍ଛା କରିଥିଲେ।

ଆଶାରାମ ପିତାଙ୍କ କହିବା ଅନୁସାରେ, ପାଖରେ ଟଙ୍କା ନଥିବା କାରଣରୁ ସେ ତାଙ୍କ ପୁଅକୁ ପାଠପଢାଇ ପାରିନାହାଁନ୍ତି। ଗାଁ ଲୋକଙ୍କ ସହାୟତା ଏବଂ ପରିଜମମାନଙ୍କ ସହାୟତା କ୍ରମେ ଆଶାରାମ ଏତେ ବାଟ ଯାଇପାରିଛନ୍ତି। ପୂର୍ବରୁ ମଧ୍ୟ ଉପ-ଜିଲ୍ଲା ଅଧିକାରୀ ଏବଂ ଗାଁର କେତେକ ଲୋକ ଆଶାରାମଙ୍କ ପାଠପଢା ପାଇଁ ସାହାଯ୍ୟ କରିଥିଲେ। ଆଶାରାମଙ୍କ ପାଠ ପଢିବା ପାଇଁ ଇଚ୍ଛା ଶକ୍ତି ଦେଖି ସମସ୍ତେ ସାହଯ୍ୟ କରିଛନ୍ତି। ପୁଅକୁ ଏମବିବିଏସ ପଢାଇବା ପାଇଁ ତାଙ୍କ ପାଖରେ ଅର୍ଥ ନଥିବାରୁ ସେ ଅନ୍ୟଙ୍କ ଉପରେ ଏବେ ମଧ୍ୟ ନିର୍ଭରଶୀଳ ଅଛନ୍ତି ବୋଲି କହିଛନ୍ତି ଆଶାରାମଙ୍କ ବାପା।

ଆଶାରାମଙ୍କ ପାଠପଢା ପ୍ରତି ଏପରି ଇଚ୍ଛାଶକ୍ତି ଦେଖି ସମାଜକୁ ଏହା ପ୍ରେରଣା ମିଳୁଛିକି, ପିଲାଟିଏ ଯେଉଁଭଳି ପରିବାରରେ ଜନ୍ମ ହେଉନା କାହିଁକି ଇଚ୍ଛାଶକ୍ତି ଏବଂ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପାଇଁ ଦୃଢ ମନବଳ ଥିଲେ ସବୁକିଛି ଆପେ ଆପେ ହୋଇଯାଇଥାଏ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.