ରାହୁଳ ଗାନ୍ଧୀଙ୍କୁ ପ୍ରଥମ ଧାଡ଼ିରେ ସ୍ଥାନ ମିଳିଲା

ନୂଆଦିଲ୍ଲୀ: ଆଜି ଦେଶ ୭୨ତମ ସ୍ୱାଧୀନତା ଦିବସ ପାଳନ କରୁଛି। ଦିଲ୍ଲୀର ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଉଦ୍‌ବୋଧନ ଦେଇଛନ୍ତି। ତେବେ ଏଥର ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ ସମୟରେ ଅନ୍ୟ ଏକ ଘଟଣା ଏବେ ଚର୍ଚ୍ଚା ହୋଇଛି। ଗତ ସାଧାରଣତନ୍ତ୍ର ଦିବସ(୨୦୧୭ ମସିହା ଜାନୁଆରି ମାସ ୨୬ ତାରିଖ) ପାଳନ ସମୟରେ ରାଜପଥରେ ଆୟୋଜିତ ଉତ୍ସବରେ କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧୀଙ୍କୁ ଭିଆଇପିମାନଙ୍କ ପାଇଁ ଉଦ୍ଦିଷ୍ଟ ଆସନର ପଛଧାଡ଼ିରେ ବସିବାକୁ ସ୍ଥାନ ମିଳିଥିଲା। ତାଙ୍କ ସହିତ ରାଜ୍ୟସଭାରେ କଂଗ୍ରେସ ଦଳର ନେତା ଗୁଲାମ ନବୀ ଆଜାଦଙ୍କୁ ମଧ୍ୟ ପଛ ଧାଡ଼ିରେ ବସିବାର ସୁାଯୋଗ ମିଳିଥିଲା। ଏହାକୁ ନେଇ କଂଗ୍ରେସ ଦଳ ପକ୍ଷରୁ ପ୍ରବଳ ବିରୋଧ କରାଯିବା ସହିତ ଭାରତୀୟ ଜନତାପାଟି ସରକାର ପରମ୍ପରା ଭଙ୍ଗ କରିଛି ବୋଲି ଅଭିଯୋଗ କରାଯାଇଥିଲା। ମାତ୍ର ଆଜି ଅନୁଷ୍ଠିତ ସ୍ୱାଧିନତା ଦିବସ ପାଳନ ଉତ୍ସବରେ ରାହୁଲ ଗାନ୍ଧୀଙ୍କୁ ଭିଆଇପିଙ୍କ ପାଇଁ ଉଦ୍ଦିଷ୍ଟ ସିଟ୍‌ର ପ୍ରଥମ ଧାଡ଼ିରେ ସ୍ଥାନ ମିଳିଛି। ଅବଶ୍ୟ ଏଥର ମଧ୍ୟ ଗୁଲାମନବୀ ଆଜାଦଙ୍କୁ ପୁଣି ପଛ ସିଟ୍‌ରେ ସ୍ଥାନ ମିଳିଛି। ରାହୁଲ ଗାନ୍ଧୀ ଆଜି ପ୍ରଥମ ଧାଡ଼ିରେଅନ୍ୟ ଭିଆଇପିମାନଙ୍କ ସହିତ ପ୍ରଥମ ଧାଡ଼ିରେ ବସିଥିବା ଦେଖିବାକୁ ମିଳିଛି। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସଂହ, ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ ଡି ଦେବେଗୌଡ଼ା, ଗୃହମନ୍ତ୍ରୀ ରାଜନାଥ ସିଂହ ଙ୍କ ସହିତରାହୁଲ ଗାଡ଼୍ଦୀ ପ୍ରଥମ ଧାଡ଼ିିରେ ବସିଛନ୍ତି। କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧୀ ସଡ଼କ ପରିବହନ ମନ୍ତ୍ରୀ ନିତୀନ ଗଡ଼କରୀଙ୍କ ନିକଟରେ ବସିଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର