ଭାରତୀୟ ରେଳ ଲାଗୁ କଲା ନୂଆ ନୀତି: ଟ୍ରେନରେ ଭେଣ୍ଡର୍ ବିଲ୍ ନ ଦେଲେ ଖାଦ୍ୟ ମାଗଣା

ଭାରତୀୟ ରେଳବାଇ ଲଞ୍ଚ କରିଛି ‘ନୋ ବିଲ୍, ଫ୍ରି ଫୁଡ଼’ ପଲିସି, ଅର୍ଥାତ ବିଲ ନାହିଁ ତ ଖାଦ୍ୟ ଖାଆନ୍ତୁ ମାଗଣାରେ । ଏହି ନୂଆ ପଲିସି ଭାରତୀୟ ରେଳବାଇ ଲାଗୁ କରିଛି । ସାଧାରଣ ଭାବେ ଦେଖାଯାଏ ଭାରତୀୟ ରେଳବାଇ ଦ୍ୱାରା ଯୋଗାଯାଉଥିବା ଖାଦ୍ୟ କିଣିବା ପରେ ବିଲ୍ ଦିଆଯାଏ ନାହିଁ । ଏହାକୁ ରୋକିବା ଲାଗି ଏପରି ପଲିସି ଆରମ୍ଭ ହୋଇଛି । ରେଳଯାତ୍ରୀଙ୍କ ଅଭିଯୋଗ ପରେ ଭାରତୀୟ ରେଳବାଇ ଏହି ପଦକ୍ଷେପ ନେଇଛି । ଅଭିଯୋଗ ଅନୁସାରେ ରେଳରେ ଖାଦ୍ୟର ଉଚିତ ଦାମ ଅପେକ୍ଷା ଅଧିକ ଟଙ୍କା ଆଦାୟ କରାଯାଉଛି ।

ତେବେ ରେଳବାଇର ଏହି ନଷ୍ପତ୍ତି ଯୋଗୁଁ ଯାତ୍ରୀମାନେ ଉପକୃତ ହେବେ ବୋଲି ଭାରତୀୟ ରେଳ ଆଶା କରିଛି । ଏହି ପଲିସି ଲଞ୍ଚ ପରେ ଯାତ୍ରୀମାନେ ଉଚିତ ଦାମରେ ଖାଦ୍ୟ ପାଇପାରିବେ । ଭାରତୀୟ ରେଳ ଅନୁସାରେ ଏବେ ଖାଦ୍ୟ କିଣି ଯାତ୍ରୀମାନେ ନେଇ ବିଲ୍ ମାଗିପାରିବେ । ଆଉ ଯଦି କେହି ବିଲ୍ ଦେବା ପାଇଁ ମନା କରନ୍ତି ତେବେ ତାଙ୍କୁ ଖାଦ୍ୟର ଦାମ ଦେବା ଦରକାର ନାହିଁ । ତେବେ ଏହି କାମ ଠିକରେ ହେଉଛି କି ନାହିଁ ତାହା ରେଳବାଇ ଇନସପେକ୍ଟର ତଦାରଖ କରିବେ। ଯାତ୍ରୀଙ୍କ ଠାରୁ ଉଚିତ ଦାମ ଆଦାୟ ହେଉଛି ନା ଅଧିକ ନିଆଯାଉଛି ତାହା ଉପରେ ନଜର ରଖିବା ସେମାନଙ୍କ କାମ ।

photo-pti

ମିଡ଼ିଆ ରିପୋର୍ଟ ଅନୁସାରେ ରେଳ ଏହି ପଲିସି ଆଣିବାର ମୁଖ୍ୟ କାରଣ କହିଛନ୍ତି, ଖାଦ୍ୟ ଯୋଗାଉଥିବା ଭେଣ୍ଡର ଯାତ୍ରୀଙ୍କୁ ଖାଦ୍ୟ ବିକ୍ରି କରି ବିଲ୍ ଦେଉନାହାନ୍ତି । ବିଗତ ବର୍ଷ ଏ ନେଇ ପାଖାପାଖି ୭୦୦୦ରୁ ଅଧିକ ଅଭିଯୋଗ ଆସିଛି । ରେଳମନ୍ତ୍ରୀ ପୀୟୁଷ ଗୋୟଲଙ୍କ ନିର୍ଦ୍ଦେଶ ଅନୁସାରେ ଏହି ପଲିସି ଲାଗୁ ହୋଇଛି । ଏହା ବ୍ୟତୀତ କୌଣସି ଭେଣ୍ଡର ଖାଦ୍ୟ ଉପରେ ଦାମ ନ ଲେଖିଲେ ତାଙ୍କ ଲାଇସେନ୍ସ ରଦ୍ଦ କରିଦିଆଯିବା ବ୍ୟବସ୍ଥା ମଧ୍ୟ ରହିଛି।

ସମ୍ବନ୍ଧିତ ଖବର