ରେଳବାଇ ତରଫରୁ ଜାରି ହେଲା ‘ବିଲ୍‌ ଫ୍ରି ଫୁଡ ପଲିସି’, ଏହି ପଲିସିର ଅର୍ଥ ହେଉଛି ବିଲ୍‌ ନାହିଁ ତ ଟଙ୍କା ମଧ୍ୟ ନାହିଁ!

0 435

ଯାତ୍ରୀମାନଙ୍କର ସୁବିଧା ପାଇଁ ଭାରତୀୟ ରେଳବାଇ ପକ୍ଷରୁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେଉଛି। ଏହି ଯୋଜନା ଦ୍ୱାରା ରେଳଯାତ୍ରୀମାନେ ବେଶ୍‌ ଉପକୃତ ହୋଇପାରୁଛନ୍ତି। ତେବେ ରେଳବାଇ ତରଫରୁ ଯାତ୍ରୀମାନଙ୍କୁ ଏବେ ଆଉ ଏକ ପଲିସି ଦିଆଯିବାର ବ୍ୟବସ୍ଥା କରାଯାଇଛି। ଯାହାର ନାମ ହେଉଛି ବିଲ ଫ୍ରି ଫୁଡ ପଲିସି। ଏହି ପଲିସିର ଅର୍ଥ ହେଉଛି ବିଲ ନାହିଁ ତ ଟଙ୍କା ମଧ୍ୟ ନାହିଁ। ଅର୍ଥାତ ଟ୍ରେନରେ ଯାତ୍ରା କରିବା ବେଳେ ଯଦି ଆପଣଙ୍କୁ କୌଣସି ଫୁଡ ଭେଣ୍ଡର ଖାଇବାକୁ ଦେଇ ବିଲ ନଦିଏ ତେବେ ତାର ଟଙ୍କା ନେବାର କୌଣସି ଅଧିକାର ନାହିଁ। ଏଥିପାଇଁ ଯାତ୍ରୀମାନଙ୍କୁ ଖାଦ୍ୟ ପାଇଁ ଟଙ୍କା ଦେବାକୁ ପଡିବ ନାହିଁ। ଅନେକ ସମୟରେ ଫୁଡ ଭେଣ୍ଡର ଖାଦ୍ୟ ଦେଇ ବିଲ ଦେଇନଥାନ୍ତି। ତେଣୁ ଏହାକୁ ଦୃଷ୍ଟିରେ ରଖି ଭାରତୀୟ ରେଳବାଇ ଏପରି ଏକ ପଦକ୍ଷେପ ଗ୍ରହଣ କରିଛି।

କେବଳ ଭାରତୀୟ ରେଳବାଇ ଖାଦ୍ୟ ବ୍ୟବସ୍ଥାକୁ କଡାକଡି କରୁନାହିଁ। ଏହା ବ୍ୟତିତ ଟିକେଟ, ଶୌଚାଳୟ ଏବଂ ଷ୍ଟେସନରେ ମିଳୁଥିବା ଖାଦ୍ୟ ବ୍ୟବସ୍ଥା ଉପରେ ମଧ୍ୟ ଆଇନ କଡାକଡି କରିବାକୁ ପ୍ରୟାସ କରୁଛି। ଅନେକ ଥର ଟ୍ରେନରେ ଯାତ୍ରୀମାନେ ଖାଦ୍ୟ ପଦାର୍ଥର ଅଧିକ ଦାମ ଦେଉଥିବା କଥାକୁ ନେଇ ଅଭିଯୋଗ କରିଥିବା ଘଟଣା ସମ୍ନାକୁ ଆସୁଥିଲା ତେଣୁ ଯାତ୍ରୀମାନେ ଅଧିକ ଟଙ୍କା ନଦେବା ପାଇଁ ଗତ କିଛି ଦିନ ପୂର୍ବରୁ ଭାରତୀୟ ରେଳବାଇ ଖାଦ୍ୟ ପଦାର୍ଥକୁ ନେଇ ନୂତନ ସୂଚୀ ତିଆରି କରିଥିଲେ। ତେଣୁ ଆଶା କରାଯାଉଛି ଏବେ ଭାରତୀୟ ରେଳବାଇ ତରଫରୁ ହୋଇଥିବା ଫ୍ରି ଫୁଡ ପଲିସି କାରଣରୁ ଯାତ୍ରୀମାନଙ୍କୁ ଖାଦ୍ୟ ପଦାର୍ଥ ଉପରେ ଅଧିକ ଟଙ୍କା ଦେବାକୁ ପଡିବ ନାହିଁ।

ଫ୍ରି-ଫୁଡ ଯୋଜନା ଅନୁସାରେ, ଯାତ୍ରୀ ଖାଦ୍ୟ ପଦାର୍ଥ ଗ୍ରହଣ କରିବା ପରେ ଭେଣ୍ଡରଙ୍କୁ ବିଲ ମାଗିବେ, ଯଦି ଭେଣ୍ଡର ବିଲ ଦେବାକୁ ମନାକରିଦିଏ ତେବେ ଯାତ୍ରୀ ମଧ୍ୟ ଖାଦ୍ୟର ପଇସା ଦିଅନ୍ତୁ ନାହିଁ। ଏହି ପଲିସିର ନୋଟିସ ସେହି ଟ୍ରେନମାନଙ୍କରେ ଲଗାଯିବାର ବ୍ୟବସ୍ଥା କରାଯାଇଛି, ଯେଉଁ ଟ୍ରେନମାନଙ୍କରେ ଯାତ୍ରୀମାନେ ଖାଦ୍ୟ କିଣୁଛନ୍ତି।

ଟ୍ରେନରେ ଯାତ୍ରୀ ମାନଙ୍କ ସୁବିଧା ସୁଯୋଗ ପାଇଁ ରେଳମନ୍ତ୍ରୀ ପିଉସ ଗୋଏଲ ଏପରି ଏକ ପଦକ୍ଷେପ ଗ୍ରହଣ କରିଛନ୍ତି। ଏଥି ସହିତ ରେଳରେ ଖାଦ୍ୟ ପଦାର୍ଥ ବିକ୍ରି କରୁଥିବା ଭେଣ୍ଡର ଯଦି ଲୋକମାନଙ୍କୁ ବିଲ ନଦିଏ ତେବେ ତାର ଲାଇସେନ୍‌ସ ରଦ୍ଧ କରାଯାଇ ତାଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମଧ୍ୟ ଗୋଏଲ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.