ନୂଆଦିଲ୍ଲୀ: ଆମେରିକାର ଜାର୍ଜିୟାର ଅଟଲାଣ୍ଟାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ମଙ୍ଗଳବାର ରାତିରେ ଟଙ୍କା ଭର୍ତ୍ତି ଏକ ଟ୍ରକ୍‌ ରାସ୍ତାରେ ଯାଉଥିଲା। ଏହି ସମୟରେ ଏହାର ଦ୍ୱାର ଖୋଲି ଯାଇଥିଲା। ଯେମିତି ହିଁ ଟ୍ରକ୍‌ର ଦ୍ୱାର ଟି ଖୋଲି ଯାଇଛି ଆକସ୍ମିକ ଭାବେ ଟଙ୍କାଗୁଡ଼ିକ ରାସ୍ତାରେ ଉଡିବାକୁ ଲାଗିଥିଲା। ହାଇେଓ୍ଵରେ ଏଭଳି ନୋଟ ବର୍ଷା ଦେଖି ସେହି ରାସ୍ତା ଦେଇ ଯାଉଥିବା ଲୋକମାନେ ଗାଡ଼ି ଅଟକାଇ ଟଙ୍କା ଗୋଟାଇବାକୁ ଲାଗିଥିଲେ।

Advertisment

ଏହି ଘଟଣା ଦେଖି ଦୁନ୍‌ଉଡି ପୁଲିସ ବିଭାଗ ଏକ ଫେସ୍‌ବୁକ୍‌ ପୋଷ୍ଟ ଜାରି କରିଛନ୍ତି। ଏଥିରେ ଉଲ୍ଲେଖ ରହିଛି କି, ରାତି ପାଖାପାଖି ୮.୦୦ରେ ଦୁନ୍‌ଉଡ ଅଧିକାରୀ ଆଇ-୨୮୫ ପଶ୍ଚିମ ଓ ଏସଫୋର୍ଡ ଇନବୁଡି ଅଞ୍ଚଳସ୍ଥ ରାସ୍ତାରେ ଟଙ୍କା ପଡ଼ିବା ନେଇ ଘଟଣାର ସୂଚନା ୯୧୧ରୁ ପାଇଥିଲେ। ଏହା ପରେ ଘଟଣାସ୍ଥଳରେ ପହଞ୍ଚିଲା ବେଳକୁ ଲୋକମାନେ ମନଇଚ୍ଛା ରାସ୍ତାରୁ ଟଙ୍କା ଗୋଟାଇବାରେ ବ୍ୟସ୍ତ ଥିବା ଦେଖିବାକୁ ପାଇଥିଲେ। ଯେଉଁଲୋକମାନେ ଏହି ଟଙ୍କା ନେଇଛନ୍ତି ସେମାନଙ୍କ ପରିଚୟ ଖୋଜା ଯାଉଛି।

ଟ୍ରକ୍‌ ଚାଳକଙ୍କ କହିବାନୁସାରେ, ଗାଡ଼ି ଚଳାଉଥିବା ସମୟରେ ସାଇଟ ଦ୍ୱାର ହଠାତ ଖୋଲି ଯାଇଥିଲା। ଏବଂ କେହି କିଛି ବୁଝିବା ପୂର୍ବରୁ ଟଙ୍କା ଗାଡ଼ି ଭିତରୁ ଉଡିବାକୁ ଲାଗିଥିଲା। ତେବେ ଅଧିକାରୀ ଓ ଟ୍ରକ୍‌ରେ ଥିବା କ୍ରିୟୁ ସଦସ୍ୟ କିଛି ଡଲାର ଏକାଠି କରି ନେଇଥିଲେ। କିନ୍ତୁ ଅନେକ ଟଙ୍କା ଅଜଣାଲୋକଙ୍କ ହାତରେ ଲାଗି ଯାଇଥିଲା।