୫୧ ବର୍ଷ ପରେ ପ୍ରଥମ ଥର ଦେଖାଗଲା ଇନ୍ଦ୍ରଧନୁ ସାପ

ନୂଆଦିଲ୍ଲୀ: ୧୯୬୯ ମସିହା ପରେ ୫୧ ବର୍ଷ ପରେ ଦେଖିବାକୁ ମିଳିଲା ଇନ୍ଦ୍ରଧନୁ ସାପ | ଆମେରିକାର ଫ୍ଲୋରିଡ଼ାରେ ଏହି ବିରଳ ସାପକୁ ଦେଖିବାକୁ ମିଳିଛି | ଫ୍ଲୋରିଡ଼ାର ଓକାଲା ନ୍ୟାସନାଲ ଫରେଷ୍ଟରେ ଏହି ସାପକୁ ଦେଖିବାକୁ ମିଳିଛି | ୪ ଫୁଟ ଲମ୍ବର ଏହି ସାପର ଶରୀର ରଙ୍ଗ ହିଁ ଏହାକୁ ସ୍ୱତନ୍ତ୍ର କରିଥିବାବେଳେ ଏହାର ଫଟୋ ଏବେ ସବୁଆଡେ ଭାଇରଲ ହେବାରେ ଲାଗିଛି | ଏହି ସାପର ପ୍ରଜାତିକୁ ପ୍ରଥମେ ୧୯୬୯ ମସିହାରେ ଦେଖିବାକୁ ମିଳିଥିଲା | ଏହା ପରେ ଆଉ ଦେଖିବାକୁ ମିଳିନଥିଲା |

photo-cnn.com

ମାଛ ଖାଇବାରେ ଓସ୍ତାଦ ଏହି ସାପ ବିଷଧର ହୋଇନଥିବାବେଳେ ମଣିଷଙ୍କୁ ଦେଖିଲେ ଏହି ସାପ ଡରିଯାଇଥାଏ | ଆକାଶରେ ଦେଖାଯାଉଥିବା ଇନ୍ଦ୍ରଧନୁ ଭଳି ଏହି ସାପର ଶରୀରରେ ମଧ୍ୟ ୭ଟି ରଙ୍ଗ ଥିବାରୁ ଏହାକୁ ଇନ୍ଦ୍ରଧନୁ ସାପ କୁହାଯାଇଥାଏ | ଦୁଇ ଜଣ ମହିଳା ପର୍ଯ୍ୟଟକ ଫରେଷ୍ଟ ପାର୍କକୁ ବୁଲିବାକୁ ଯାଇଥିବାବେଳେ ଏହି ସାପକୁ ଦେଖିଥିଲେ |

ଏହା ପରେ ସେମାନେ ଏହି ଫୋଟଟିକୁ ସୋସିଆଲ ମିଡିଆରେ ସେୟାର କରିଥିଲେ | ଆମେରିକାର ପୂର୍ବ ଲୁସିଆନା, ଦକ୍ଷିଣ ମେରିଲାଣ୍ଡରେ ଏହି ସାପକୁ ଦେଖିବାକୁ ମିଳୁଥିବାବେଳେ ବୟସ୍କ ଇନ୍ଦ୍ରଧନୁ ସାପର ଲମ୍ବା ୧୦୦ରୁ ୧୪୦ ସେଣ୍ଟିମିଟର ଯାଏଁ ହୋଇଥାଏ |

ସମ୍ବନ୍ଧିତ ଖବର