ଲଣ୍ଡା ପାହାଡ଼ରେ ଏବେ ଫୁଲସମ୍ଭାର, ଏହି ଶିକ୍ଷକ ଲଗାଇଲେଣି ୫୦୦୦୦ ଗଛ

ଜୟପୁର: ଧୁ ଧୁ ଖରା, ଆଉ ପଥୁରିଆ ଲଣ୍ଡା ପାହାଡ | ୧୫ ବର୍ଷ ତଳେ ଏହି ପାହାଡ ଏବେ ସବୁଜ ସବୁଜ ଦିଶୁଛି କାରଣ ୫୦ ହଜାରରୁ ଅଧିକ ଗଛରେ ଏହି ପାହାଡ ଏବେ ପୂରିଉଠିଛି | ଏସବୁ ଗଛ ଲଗାଇଛନ୍ତି ଶିକ୍ଷକ ପ୍ରସନ୍ନପୁରୀ ଗୋସ୍ୱାମୀ | ୧୯୮୫ ମସିହାରୁ ଗୋସ୍ୱାମୀ ଏହି ଗଛ ଲଗାଇଆସୁଥିବାବେଳେ ଏବେ ଜଣେ ପରିବେଶବିତ ଭାବେ ମାନ୍ୟତା ପାଇଛନ୍ତି | ଯୋଧପୁର-ମାରୱାଡ ଅଞ୍ଚଳର ଚିଡିୟାନାଥ ପାହାଡ଼ରେ ଯେତେବେଳେ ପାଣିର ସମସ୍ୟା ଦେଖାଯାଇଥିଲା ଶାବଳଟିଏ ଧରି ପାହାଡକୁ ଖୋଳି ଲଗାଇଥିଲେ ଗଛ |

PHOTO-BETTERINDIA

ବହୁ ସଂଖ୍ୟାରେ ଗଛ ଲଗାଇଯାଇଥିବାରୁ ଏବେ ଭୂତଳ ଜଳ ସଂରକ୍ଷଣ ହେବା ସାଙ୍ଗକୁ ପରିବେଶ ସନ୍ତୁଳନ ହୋଇପାରୁଛି | ଗୋସ୍ଵାମୀଙ୍କ କହିବା କଥା ଯେ ବର୍ଷା ହେବାବେଳେ ଲଣ୍ଡା ପାହାଡ଼ରେ ପାଣି ବୋହି ଚାଲିଯାଉଥିଲା, ସେ ଏହାର ଫାଇଦା ନେବାକୁ ଚିନ୍ତା କରିଥିଲେ | ବର୍ଷା ଦିନେ ଗୋଟିଏ ପରେ ଗୋଟିଏ ଗଛ ଲଗାଇଥିଲେ ଯାହା ଫଳରେ ଗଛ ପାଣି ପାଇବା ସାଙ୍ଗକୁ ମୃତ୍ତିକା ସଂରକ୍ଷଣ ମଧ୍ୟ ହୋଇପାରିଥିଲା | ପରେ ଅନ୍ୟ ଦିନରେ ଏହି ଗଛରେ ପାଣି ଦେଉଥିଲେ |

ଗୋସ୍ୱାମୀ କୁହନ୍ତି, ୨୦୦୮ରୁ ଅବସର ନେବା ପରେ ଏବେ କେବଳ ଗୋଟିଏ କାମ ଗଛମାନଙ୍କର ଯତ୍ନ ନେବା | ଔଷଧୀୟ ବୃକ୍ଷ ସାଙ୍ଗକୁ ଦୁର୍ଲଭ ଗଛ ଲଗାଉଛନ୍ତି ଏହି ଗଛମଣିଷ |

PHOTO-BETTERINDIA

ଗୋସ୍ଵାମୀଙ୍କ ମତରେ ପ୍ରଥମେ ତାଙ୍କର ଏହି ପ୍ରୟାସକୁ କିଛି ଲୋକ ହସିକି ଉଡାଇଦେଉଥିଲେ କିନ୍ତୁ ଯେତେବେଳେ ଲଗାଇଥିବା ଗଛରେ ଫୁଲ ଫୁଟିଥିଲା ସେତେବେଳେ ଲୋକଙ୍କ ମୁହଁ ବନ୍ଦ ହୋଇଯାଇଥିଲା | ଆଜିକୁ ୩୪ ବର୍ଷ ତଳେ ଗୋସ୍ୱାମୀ ଆରମ୍ଭ କରିଥିବା ଏହି ଅଭିଯାନ ଆଜି ୨୨ ହେକ୍ଟର ପାହାଡ଼ରେ ଦେଖିବାକୁ ମିଳିଛି | ଗଛକୁ ନିଜ ସନ୍ତାନ ଭାବି ଏହି ପେନ୍ସନଧାରୀ ଶିକ୍ଷକ ପରିବେଶ ସୁରକ୍ଷା ଅଭିଯାନରେ ଜଣେ ସୈନିକ ସାଜିଛନ୍ତି |

ସମ୍ବନ୍ଧିତ ଖବର