ଭଗବାନ ଶ୍ରୀରାମ ତାଙ୍କ ପବିତ୍ର କୋଳରେ ଜନ୍ମ ଗ୍ରହଣ କରି କୌଶଲ୍ୟାଙ୍କୁ ବନ୍ଦନୀୟା କରିଲେ। ଭଗବାନଙ୍କ ବିଶ୍ୱମୋହିନୀ ମୂର୍ତ୍ତି ଦର୍ଶନ ମାତ୍ରକେ ତାଙ୍କର ସମସ୍ତ କଷ୍ଟ ଦୂରୀଭୂତ ହୋଇଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
‘ମୋର ପୁତ୍ର ରାମ ଯୁବରାଜ ହେବେ।’’ଏହି କଥା ଭାବି ଭାବି କୌଶଲ୍ୟାଙ୍କ ହୃଦୟ ପ୍ରସନ୍ନତାରେ ଉଛୁଳି ପଡୁଥିଲା।ସେ ରାତିସାରା ଇଶ୍ୱରଙ୍କ ଆରାଧନାରେ ନିମଗ୍ନ ଥିଲେ। ବ୍ରାହ୍ମ ମୁହୂର୍ତ୍ତରେ ଉଠି ପୁଣି ପୂଜାର୍ଚ୍ଚନାରେ ସେ ଲାଗିପଡ଼ିଥିଲେ।ପୂଜାପରେ ସେ ପୁଷ୍ପାଞ୍ଜଳି ଅର୍ପିତ କରି ଭଗବାନଙ୍କୁ ପ୍ରଣାମ କରିଲେ।ଏହି ସମୟରେ ରଘୁନାଥ ମାତାଙ୍କ ଚରଣରେ ମୁଣ୍ଡ ନୁଆଁଇଲେ। ମାତା କୌଶଲ୍ୟା ପୁତ୍ରକୁ ଉଠାଇ ହୃଦୟ ରେ ଲଗାଇ କହିଲେ,‘‘ପୁତ୍ର! ଅଭିଷେକ ପାଇଁ ଅଳ୍ପ ସମୟ ଅଛି,ଚାଲ ପିତାଙ୍କ ନିକଟକୁ ଯିବା।’’
ଶ୍ରୀରାମ ବିନମ୍ରତାର ସହିତ କହିଲେ,‘ମାତା! ମୋର ଅଭିଷେକ ତ ହୋଇଯାଇଛି। ପିତା ମତେ ଚଉଦବର୍ଷ ପାଇଁ ବନରାଜ୍ୟ ଦେଇଛନ୍ତି। ଏକଥାକୁ ବିଶ୍ୱାସ କରି ପାରି ନ ଥିଲେ କୌଶଲ୍ୟା। ସେ ଭାବିଲେ ଯେଉଁ ରାମଙ୍କୁ ଦଶରଥ ପ୍ରାଣଠୁଁ ବଳି ମନେ କରନ୍ତି,ତାଙ୍କ ପ୍ରତି ଏତେ ନିଷ୍ଠୁର ହେଲେ କିପରି?ପରେ ସେ ଜାଣିପାରିଲେ ଯେ କୈକେୟୀଙ୍କ ଷଡ଼ଯନ୍ତ୍ର ରେ ଏସବୁ ଘଟିଛି।
ଅବଶେଷରେ ନିଜ ଛାତିରେ ପଥର ରଖି ପୁତ୍ର ଶ୍ରୀରାମଙ୍କୁ ବନ ଗମନ ଲାଗି ଆଦେଶ ଦେଲେ। ମାତା କୌଶଲ୍ୟାଙ୍କ ଦୁଃଖର ସୀମା ନଥିଲା।
ଏଣେ ରାଜା ଦଶରଥ କରୁଣ ନୟନରେ କୌଶଲ୍ୟାଙ୍କ ଉଦ୍ଦେଶ୍ୟରେ କହିଲେ,‘ ଦେବୀ!ମୁଁ ତୁମର ଅପରାଧୀ। ତୁମର ଏହି ଅଭାଗା ସ୍ୱାମୀକୁ କ୍ଷମା କରି ଦିଅ’।ପତିଙ୍କର ଏହି ଆକୁଳ ନିବେଦନ ଦେଖି କୌଶଲ୍ୟା ତାଙ୍କୁ ସମ୍ଭାଳି ଦେଲେ। ସେ ମହାରାଜ ଦଶରଥଙ୍କୁ ଅନେକ ପ୍ରକାରର ସାନ୍ତ୍ୱନା ଦେଲେ। ଶ୍ରୀରାମଙ୍କ ବିଚ୍ଛେଦରେ ମହାରାଜ ଦଶରଥଙ୍କୁ ଅନେକ ପ୍ରକାରର ସାନ୍ତ୍ୱନା ଦେଲେ। ଶ୍ରୀରାମଙ୍କ ବିଚ୍ଛେଦରେ ମହାରାଜ ଦଶରଥ ଶଯ୍ୟାଶାୟୀ ହୋଇ ଅବଶେଷରେ ପ୍ରାଣତ୍ୟାଗ କରିଲେ। ମାତା କୌଶଲ୍ୟା ସତୀ ହେବାକୁ ଇଛା କରୁଥିଲେ,କିନ୍ତୁ ଭରତ ସ୍ନେହପୂର୍ବକ ତାଙ୍କୁ ଏଥିରୁ ନିବୃତ୍ତ କରିଥିଲେ। ଚଉଦ ବର୍ଷ ବନବାସ ପରେ ଶ୍ରୀରାମ ବନବାସରୁ ଫେରିବା ପରେ କୌଶଲ୍ୟା ତାଙ୍କୁ ସ୍ୱାଗତ କରିଥିଲେ।